ତୃତୀୟଥର ଗ୍ରାମୀ ପୁରସ୍କାର ଜିତିଲେ ଭାରତର ରିକି କେଜ୍‌

ବହୁ ପ୍ରତୀକ୍ଷିତ ସଂଗୀତ ପୁରସ୍କାର ‘ଗ୍ରାମୀ’ରେ ପୁଣି ଥରେ ଭାରତର ବିଜୟ ପତାକା ଉଡିଛି। ବେଙ୍ଗାଲୁରୁର ସଂଗୀତକାର ରିକି କେଜ ତୃତୀୟଥର ଗ୍ରାମୀ ପୁରସ୍କାର ପାଇଛନ୍ତି। ତାଙ୍କ ଆଲବମ ‘ଡିଭାଇନ ଟାଇଡସ’ ପାଇଁ ରିକିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।
ଆମେରିକାରେ ଜନ୍ମିତ ସଂଗୀତଜ୍ଞ ପ୍ରସିଦ୍ଧ ବ୍ରିଟିଶ ରକ ବ୍ୟାଣ୍ଡ ‘ଦି ପୋଲିସ’ର ଡମ୍ଫର ଷ୍ଟୁଆର୍ଟ କୋପେଲାଣ୍ଡଙ୍କ ସହ ଏହି ପୁରସ୍କାର ଶେୟାର କରିଥିଲେ। ଷ୍ଟୁଆର୍ଟ କୋପେଲାଣ୍ଡ ଏହି ଆଲବମରେ ରିକିଙ୍କ ସହ ସହଯୋଗ କରିଥିଲେ। ୬୫ତମ ଗ୍ରାମୀ ପୁରସ୍କାରରେ ଏହି ଯୋଡି ଶ୍ରେଷ୍ଠ ଇମର୍ସିଭ ଅଡିଓ ଆଲବମ ବର୍ଗରେ ଗ୍ରାମୋଫୋନ ଟ୍ରଫି ଜିତିଥିଲେ।
ଜଣାଶୁଣା ସଂଗୀତକାର ରିକି କେଜ ତାଙ୍କ ଆଲବମ ‘ଓ୍ବିଣ୍ଡ୍ସ ଅଫ୍‌ ସମସାରା’ ପାଇଁ ୨୦୧୫ରେ ପ୍ରଥମ ଥର ପାଇଁ ଏହି ପୁରସ୍କାର ଜିତିଥିଲେ। ୨୦୧୫ରେ ଏହି ସମ୍ମାନ ପାଇବା ପରେ, ରିକି ପୁଣି ଥରେ ୨୦୨୨ରେ ଷ୍ଟିଭର୍ଟ କୋପେଲାଣ୍ଡଙ୍କ ସହ ‘ଶ୍ରେଷ୍ଠ ନିଉ ଏଜ୍‌ ଆଲବମ’ ବର୍ଗରେ ଗ୍ରାମୀ ପୁରସ୍କାର ଜିତିଥିଲେ
ମିଳିତ ଜାତିସଂଘ ମୁଖ୍ୟାଳୟ ସମେତ ରିକି କେଜ ତାଙ୍କ କ୍ୟାରିୟରର ଅନେକ ସମ୍ମାନଜନକ ସ୍ଥାନରେ ସଙ୍ଗୀତ ପରିବେଷଣ କରିଛନ୍ତି। ରିକି ବିଶ୍ୱର ୩୦ଟି ଦେଶରେ ମୋଟ ୧୦୦ ସଙ୍ଗୀତ ପୁରସ୍କାର ଜିତିଛନ୍ତି। ତାଙ୍କ କାର୍ଯ୍ୟ ପାଇଁ ରିକିଙ୍କୁ ମିଳିତ ଜାତିସଂଘର ଗ୍ଲୋବାଲ ହ୍ୟୁମାନିଟେରିୟମ୍‌ ଆର୍ଟିଷ୍ଟ ପାଇଁ ମନୋନୀତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri