ଶିକ୍ଷୟିତ୍ରୀ ବଦଳି ନେଇ ଉଆଁଲ ବିଦ୍ୟାଳୟରେ ଅଚଳାବସ୍ଥା

ବୌଦ୍ଧ,୩ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତର ଉଆଁଲ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ବଦଳି ନେଇ ଗୁରୁବାର ଦିନ ଅଚଳାବସ୍ଥା ଦେଖାଯିବା ସହ ଅଭିଭାବକମାନେ ବିଦ୍ୟାଳୟ ଗେଟରେ ତାଲା ପକାଇ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ୮ ଗୋଟି ଶ୍ରେଣୀ ପାଇଁ ମାତ୍ର ୪ ଗୋଟି ଶ୍ରେଣୀ ଗୃହ ରହିଛି। ଫଳରେ ବହୁ ଅସୁବିଧାରେ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେହିପରି ଆଠ ଗୋଟି ଶ୍ରେଣୀ ପାଇଁ ୪ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଥିଲେ। ବିଦ୍ୟାଳୟ ଠିକ ଭାବେ ଚାଲୁଥିବା ବେଳେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଜଣେ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ନୂତନ ଶିକ୍ଷକଙ୍କୁ ନିଯୁକ୍ତି ପରେ ବିଦ୍ୟାଳୟରେ ଥିବା ଜଣେ ମାତ୍ର ଶିକ୍ଷୟିତ୍ରୀ ଶାରଲା ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ଗୁରୁବାର ଦିନ ଶିକ୍ଷୟିତ୍ରୀଙ୍କ ବଦଳି ହେବା ଜାଣି ଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଛାତ୍ରୀମାନେ ସେମାନଙ୍କର କିଛି ଅସୁବିଧା ହେଲେ ଶିକ୍ଷୟିତ୍ରୀଙ୍କୁ ଜଣାଇଥାନ୍ତି ବୋଲି ଅଭିଭାବକମାନେ କହିଛନ୍ତି। ଶିକ୍ଷୟିତ୍ରୀଙ୍କ ବଦଳି ଯୋଗୁ ଗୁରୁବାର ଦିନ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ନ ଖାଇ ଶ୍ରେଣୀ ବର୍ଜନ କରି ଘରକୁ ଚାଲି ଯାଇଥିଲେ। ପରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକମାନେ ବିଦ୍ୟାଳୟକୁ ଆସି ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦର ତାଲା ପକାଇଥିବା ଜଣାପଡିଛି। ଏନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର ବିଶିଙ୍କୁ ପଚାରିବାରେ ବିଦ୍ୟାଳୟରେ ଠିକ ଭାବେ ଶିକ୍ଷାଦାନ ଚାଲୁଥିଲା। ଶିକ୍ଷା ବିଭାଗ ଜଣେମାତ୍ର ଶିକ୍ଷୟିତ୍ରୀଙ୍କୁ କାହିଁକି ବଦଳି କଲେ ଜଣାପଡୁନାହିଁ। ବଦଳି ବାତିଲ କରି ପୁଣି ଉକ୍ତ ବିଦ୍ୟାଳୟରେ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ତାଲା ପଡିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri