ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍ କାର୍ଡ ପ୍ରଦାନ ନିମନ୍ତେ ସର୍ଭେ। ରାଜ୍ୟର ପାର୍ବତୀପୁରମ ମାନ୍ୟାମ ଜିଲାର ସାଲୁର ବ୍ଲକ ଅଧୀନସ୍ଥ କୃଷି ବିଭାଗ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କୁ ଏକାଠି କରି ନିଜ ସହ ଆଣିଥିବା କାଗଜପତ୍ର ସହ ଗ୍ରାମବାସୀଙ୍କ ଆଧାର କାର୍ଡ ଯାଞ୍ଚ କରି ପିଏମ୍‌ କିଷାନ କାର୍ଡ ଲାଗି ସର୍ଭେ କରି ଫେରିଥିବା ଜଣାପଡ଼ିଛି। ହେଲେ ଏନେଇ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଉପରେ କୌଣସି ପ୍ରଭାବ ପଡିନାହିଁ। କହିବାକୁ ଗଲେ ପ୍ରଶାସନ ଏକ ପ୍ରକାର ହାତ ବାନ୍ଧି ବସିଛି ।

ସୂଚନା ମୁତାବକ, ଉଭୟ ରାଜ୍ୟ ପକ୍ଷରୁ ଚାଷୀଙ୍କୁ କିଷାନ କାର୍ଡ ଯୋଗାଇ ଦିଆଯାଉଛି। ହେଲେ ଆନ୍ଧ୍ର ପକ୍ଷରୁ ଯୋଗାଇ ଦିଆ ଯାଇଥିବା ପିଏମ କିଷାନ କାର୍ଡରେ ବର୍ଷକୁ ୩ଟି ପର୍ଯ୍ୟାୟରେ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆ ଯାଉଥିବା ବେଳେ ଓଡିଶା ଏବଂ କେନ୍ଦ୍ର ଉଭୟ ସରକାର ଙ୍କ ପକ୍ଷରୁ ବର୍ଷକୁ ତିନୋଟି ପର୍ଯ୍ୟାୟରେ ୧୦ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ପଟ୍ଟାଙ୍ଗି କୃଷି ବିଭାଗ ପକ୍ଷରୁ କୋଟିଆ ପଞ୍ଚାୟତର ବିବାଦୀୟ ୨୧ ଗ୍ରାମର ୩୦୦ ଚାଷୀଙ୍କୁ ପିଏମ୍‌ କିଷାନ ଯୋଜନାରେ ସମ୍ପୃକ୍ତ କରାଯିବା ସହ ପଞ୍ଚାୟତର ଅବଶିଷ୍ଟ ଗ୍ରାମରେ ୩୦୦ ଚାଷୀଙ୍କୁ ସମ୍ପୃକ୍ତ କରାଯାଇଛି । ଦୁଇ ରାଜ୍ୟର ଗୋଟିଏ ଯୋଜନାର ସହାୟତା କମ ବେଶି ରହିଥିବା ଦୃଶ୍ୟ ସୀମାନ୍ତବାସୀଙ୍କୁ ଆକୃଷ୍ଟ କରୁଛି । ସେପଟେ ପଡୋଶୀ ଆନ୍ଧ୍ର ରାଜ୍ୟର ବିଭିନ୍ନ ସରକାରୀ କର୍ମଚାରୀ ନିୟମିତ କୋଟିଆ ପଞ୍ଚାୟତ ର ସୀମାନ୍ତ ଗ୍ରାମ ପରିଦର୍ଶନ କରି ନିଜ ନିଜ ବିଭାଗର ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇ ନିକଟତର ହେଉଥିଲେ ମଧ୍ୟ ଏଥିରେ ଓଡ଼ିଶା ପ୍ରଶାସନ କ୍ଷେତ୍ରରେ ବିଶେଷ ପ୍ରଭାବ ପକାଇବା ପରି ଲାଗୁନାହିଁ । ଯେଉଁଥିପାଇଁ ଆନ୍ଧ୍ରର ସରକାରୀ କର୍ମଚାରୀଙ୍କୁ ସୀମାନ୍ତବାସୀଙ୍କୁ ନିଜ ହାତରେ ବାନ୍ଧି ରଖିବା ପାଇଁ ଅଧିକ ରୁ ଅଧିକ ସୁଯୋଗ ମିଳୁଛି । ଅନ୍ୟପକ୍ଷରେ ଉକ୍ତ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ଗତ ୮ ମାସ ହେଲା କୈଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉ ନଥିବା ବେଳେ ବର୍ତ୍ତମାନ ପଞ୍ଚାୟତର କିଛି ଗ୍ରାମ ପାଇଁ ବିକଶିତ ଗ୍ରାମ ବିକଶିତ ଓଡ଼ିଶା ପକ୍ଷରୁ ୫ଟି ଗ୍ରାମ ପାଇଁ ୨୫ଲକ୍ଷ ଟଙ୍କା ଅନୁଦାନ ଆସିଛି। ଏମିତିରେପଞ୍ଚାୟତର ଏହିପରି କାର୍ଯ୍ୟକ୍ରମକୁ ଦେଖି ସୀମାନ୍ତବାସୀ ପଡୋଶୀ ଆନ୍ଧ୍ର ଆଡକୁ ଢଳିବା ପାଇଁ ସୁଯୋଗ ଯୋଗାଇ ଦେଉଛି ବୋଲି ସରପଞ୍ଚ ଲିଉ ଗେମେଲ ପ୍ରକାଶ କରିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?