Posted inଖେଳ

ଶୀତକାଳୀନ ଅଲିମ୍ପିକ୍ସରେ କଣ୍ଡୋମ୍ ସଙ୍କଟ: ମାତ୍ର ୩ ଦିନରେ ଶେଷ ହେଲା ୧୦,୦୦୦ ପ୍ୟାକେଟ୍

ନୂଆଦିଲ୍ଲୀ,୧୩।୨: ଇଟାଲୀରେ ଅନୁଷ୍ଠିତ ୨୦୨୬ ଶୀତକାଳୀନ ଅଲିମ୍ପିକ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଖେଳ ଆରମ୍ଭର ମାତ୍ର ୩ ଦିନ ମଧ୍ୟରେ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ମାଗଣା କଣ୍ଡୋମ ଶେଷ ହୋଇଯାଇଛି, ଯାହା ଆୟୋଜକଙ୍କୁ ଚିନ୍ତାରେ ପକାଇଛି।

ମିଲାନ୍-କୋର୍ଟିନା ଅଲିମ୍ପିକ୍ସ ଭିଲେଜରେ ପ୍ରାୟ ୨,୯୦୦ ଆଥଲେଟ୍ ରହୁଥିବାବେଳେ ସେମାନଙ୍କ ପାଇଁ ଆୟୋଜକମାନେ ୧୦,୦୦୦ ପ୍ୟାକେଟ୍ କଣ୍ଡୋମ ମାଗଣାରେ ବାଣ୍ଟିବାକୁ ରଖିଥିଲେ। କିନ୍ତୁ ମାତ୍ର ୩ ଦିନ ମଧ୍ୟରେ ଏହି ଷ୍ଟକ୍ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ଫଳରେ ଗେମ୍ସ ଭିଲେଜରେ ଏକ ପ୍ରକାର ‘କଣ୍ଡୋମ ସଙ୍କଟ’ ଦେଖାଦେଇଛି।

କାହିଁକି ଦେଖାଦେଲା ଏହି ଅଭାବ?
ଗତ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ପ୍ରାୟ ୨ ଲକ୍ଷରୁ ଅଧିକ କଣ୍ଡୋମ ଯୋଗାଇ ଦିଆଯାଇଥିଲା। କିନ୍ତୁ ମିଲାନ୍ ଆୟୋଜକମାନେ ଏଥର ମାତ୍ର ୧୦,୦୦୦ ପ୍ୟାକେଟ୍ ରଖିଥିଲେ, ଯାହା ଆବଶ୍ୟକତା ତୁଳନାରେ ବହୁତ କମ୍ ସାବ୍ୟସ୍ତ ହୋଇଛି।

ଅନେକ ଖେଳାଳି ଅଲିମ୍ପିକ୍ସ ଲୋଗୋ ଥିବା ଏହି ସାମଗ୍ରୀଗୁଡ଼ିକୁ ସ୍ମୃତି ଚିହ୍ନ ଭାବରେ ନିଜ ସାଙ୍ଗରେ ନେଇଯାଉଥିବାରୁ ଏହା ଶୀଘ୍ର ଶେଷ ହୋଇଥିବା ଅନୁମାନ କରାଯାଉଛି।ଏହା ବ୍ୟତୀତ ଖେଳାଳିମାନେ ଏକାଠି ରହୁଥିବାରୁ ସୁରକ୍ଷିତ ଯୌନ ସମ୍ପର୍କ ଏବଂ ସ୍ୱାସ୍ଥ୍ୟ ସଚେତନତା ପାଇଁ ଅଲିମ୍ପିକ୍ସରେ ଏଭଳି ସୁବିଧା ଯୋଗାଇଦେବା ଏକ ପୁରୁଣା ପରମ୍ପରା।

ଏହି ଅପ୍ରତ୍ୟାଶିତ ସ୍ଥିତି ପରେ ଆୟୋଜକ କମିଟି ତରଫରୁ ଖୁବଶୀଘ୍ର ନୂତନ ଷ୍ଟକ୍ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟନ୍ତ ଏହି ଯୋଗାଣ ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ୨୦୨୧ ଟୋକିଓ ଅଲିମ୍ପିକ୍ସରେ କରୋନା କଟକଣା ଯୋଗୁଁ ଖେଳାଳିଙ୍କ ମଧ୍ୟରେ ଶାରୀରିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଥିଲା, କିନ୍ତୁ ଚଳିତ ଶୀତକାଳୀନ ଅଲିମ୍ପିକ୍ସରେ ସେଭଳି କୌଣସି ପ୍ରତିବନ୍ଧକ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?