Posted inଖେଳ

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ ମାନେ ରଖେ ନାହିଁ। ମାତ୍ର କ୍ରିକେଟ ସେଭଳି ଖେଳାଯିବା ଉଚିତ, ଯେଉଁ ଭଳି ଏହା ଖେଳାଯାଇ ଆସୁଛି। ଏହା ସେମାନଙ୍କ ଉପରେ ସେମାନେ କ’ଣ ନିଷ୍ପତ୍ତି ନେଉଛନ୍ତି ବୋଲି ସଲମାନ କହିଛନ୍ତି। ବିଶ୍ୱକପ୍‌ରେ ଭାରତ ବିପକ୍ଷ ରେକର୍ଡ ସମ୍ପର୍କରେ ସେ କହିଛନ୍ତି, ଆମ ରେକର୍ଡ ଭଲ ନାହିଁ। କିନ୍ତୁ ଯେତେବେଳେ ଏକ ନୂଆ ମ୍ୟାଚ୍‌ ଖେଳାଯାଏ, ସେହି ଦିନ ଭଲ ଖେଳିଥିବା ଦଳ ହିଁ ଜିତେ। ମ୍ୟାଚ୍‌ ଜିତିବା ପାଇଁ ଭଲ କ୍ରିକେଟ ଖେଳିବାକୁ ପଡ଼ିବ। ଆମେ ଇତିହାସ ବଦଳି ପାରିବୁ ନାହିଁ। ଆମେ ସେଥିରୁ ଶିକ୍ଷା ନେଇଛୁ। ଆମେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରି ମ୍ୟାଚ୍‌ ଜିତିବୁ। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ପହଲଗାମ ଗଣହତ୍ୟା ଓ ପରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ଅପରେଶନ ସିନ୍ଦୂର କାରଣରୁ ଦୁବାଇରେ ଅନୁଷ୍ଠିତ ଏସିଆ କପ୍‌ରେ ଭାରତୀୟ ଖେଳାଳିମାନେ ପ୍ରତିପକ୍ଷ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇ ନ ଥିଲେ।
ତାରିକ ଆମ ଟ୍ରମ୍ପ କାର୍ଡ
ବୋଲିଂ କଲାବେଳେ ଉଇକେଟ ପାଖରେ ରହିକି ସ୍ଲିଙ୍ଗ ଆକ୍ସନ ସହିତ ବୋଲିଂ କରୁଥିବା ଉସ୍ମାନ ତାରିକ ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ପାଇଁ ଜଣେ ଟ୍ରମ୍ପ କାର୍ଡ। ଆର୍‌ ପ୍ରେମଦାସ ତାରକା ଖଚ୍ଚିତ ଭାରତୀୟ ଦଳ ପାଇଁ ଷ୍ଟାଡିୟମର ଧିମା ପିଚ୍‌ରେ ତାରିକ ଡବଲ ବିପଜ୍ଜନକ ହୋଇପାରନ୍ତି।
ଆମ ଦଳର ୧୫ ଖେଳାଳିଙ୍କ ମଧ୍ୟରୁ ଜଣେ। ଆମେ ତାଙ୍କୁ ସେହିଭଳି ବ୍ୟବହାର କରୁ। କେବଳ ତୁମେମାନେ ହିଁ ତାଙ୍କୁ ବଡ଼ ଖେଳାଳି କରି ଦେଇଛ। ସେ ଗତ କିଛି ମାସ ହେଲା ଖୁବ୍‌ ଭଲ ବୋଲିଂ କରୁଛନ୍ତି। ସେ ଲିଗ୍‌ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ହଁ ସେ ଆମ ପାଇଁ ଟ୍ରମ୍ପ କାର୍ଡ ବୋଲି ପାକିସ୍ତାନ ସଲମାନ କହିଛନ୍ତି। ତାଙ୍କ ବୋଲିଂ ଆକ୍ସନ ସମ୍ପର୍କରେ ସେ ପ୍ରକାଶ କରିଛନ୍ତି ଯେ, ତାରିକ କ୍ରିକେଟ ଖେଳିବା ଆରମ୍ଭ କରିବା ଦିନଠାରୁ ତାଙ୍କ ବୋଲିଂ ଆକ୍ସନକୁ ନେଇ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଏଣୁ ସେ ଏବେ ଏହାକୁ ଖାତିର କରୁ ନାହାନ୍ତି। ଗତ ବର୍ଷ ଦୁଇ ଥର ତାଙ୍କ ବୋଲିଂ ଆକ୍ସନକୁ ଆଇସିସି କ୍ଲିଅର କରିଥିଲା। ଆଇସିସି ତାଙ୍କୁ ଯାହା କରିବାକୁ କହିଥିଲା ଏବଂ ଇଣ୍ଟରନ୍ୟାଶନାଲ କ୍ରିକେଟରେ ବୋଲିଂ କରିବା ପାଇଁ ଯାହା ଦରକାର, ସେ କରିଥିଲେ। ଏଣୁ ମୋତେ ଜଣା ନାହିଁ, ତାଙ୍କ ବୋଲିଂ ଆକ୍ସନକୁ ନେଇ ଲୋକେ ଏତେ ଚର୍ଚ୍ଚା କାହିଁ କରୁଛନ୍ତି। ମୋ ମତରେ ମ୍ୟାଚ୍‌ରେ ସ୍ପିନର ପ୍ରଭାବ ବିସ୍ତାର କରିପାରନ୍ତି। କିନ୍ତୁ ମୋ ମତରେ ପେସରଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ। ଆମ ପାଖରେ ଅନେକ ସ୍ପିନର ଓ ପେସର ରହିଛନ୍ତି, ଦରକାର ସମୟରେ ବ୍ୟବହାର କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri