Posted inଖେଳ

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଟିମ ଇଣ୍ଡିଆ କଲମ୍ବୋରେ ପହଞ୍ଚିଛି। ମ୍ୟାଚ ପୂର୍ବରୁ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସଲମାନ ଭାରତ ପାଇଁ ଅଭିଷେକ ଶର୍ମା ଖେଳିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।
ଆମେରିକା ବିପକ୍ଷ ମ୍ୟାଚ ପୂର୍ବରୁ ଅଭିଷେକ ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା, କିନ୍ତୁ ସେ ସେହି ମ୍ୟାଚ ଖେଳିଥିଲେ। ଏହା ପରେ ଅଭିଷେକଙ୍କୁ ଦିଲ୍ଲୀରେ ଦୁଇ ଦିନ ପାଇଁ ହସ୍ପିଟାଲରେ ରଖାଯାଇଥିଲା, ଯଦିଓ ସେ ନାମ୍ବିଆ ବିପକ୍ଷ ମ୍ୟାଚ ପୂର୍ବରୁ ଦଳରେ ପୁନର୍ବାର ଯୋଗ ଦେଇଥିଲେ। ଅଭିଷେକ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଏକ ଚ୍ୟାଲେଞ୍ଜିଂ ସ୍ବରରେ କହିଛନ୍ତି, ଆମେ ଅଭିଷେକଙ୍କୁ ଖେଳୁଥିବା ଦେଖିବାକୁ ଚାହୁଁ। କାରଣ ଆମେ ଭାରତର ସର୍ବଶ୍ରେଷ୍ଠ ଦଳକୁ ସାମ୍ନା କରିବାକୁ ପ୍ରସ୍ତୁତ। ମୁଁ ଆଶା କରୁଛି ଅଭିଷେକ ଶର୍ମା ସୁସ୍ଥ ହୋଇଯିବେ।

ଭାରତ-ପାକିସ୍ତାନ ମ୍ୟାଚ ଫେବୃଆରୀ ୧୫, ସନ୍ଧ୍ୟା ୭ଟାରୁ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଭାରତ ଏବଂ ପାକିସ୍ତାନ ପୂର୍ବରୁ ଆର. ପ୍ରେମଦାସା ଷ୍ଟାଡିୟମରେ ଥରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆ ପାକିସ୍ତାନକୁ ୮ ଉଇକେଟରେ ପରାସ୍ତ କରିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ସନ୍ତରଣ କଲେ ଛାତ୍ର କଂଗ୍ରେସ: ବଢୁଛି ଚର୍ଚ୍ଚା

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ଫଳରେ ଥିଲା, ଆବର୍ଜନା ସହିତ ବର୍ଷାଜଳ ବିଭିନ୍ନ ସ୍ଥାନରେ ଘରକୁ ପଶୁଛି। ରାସ୍ତାଘାଟ, ବସଷ୍ଟାଣ୍ଡ ସମେତ…

ଗାଈ ଚରାଇବା ବେଳେ ମାଡ଼ିବସିଲା ସିଂହ, ଗୋଡ଼କୁ ଧରି…

ନୂଆଦିଲ୍ଲୀ,୬।୭:  ଗୁଜୁରାଟର ପାଲିଟାନାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ, ଏକ ସିଂହ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ତାଙ୍କ ଗୋଡକୁ ଧରି…

‘ଆମେ ଏହି ବନ୍ଧୁତାକୁ କେବେ ଭୁଲି ପାରିବୁ ନାହିଁ’, ଭାରତକୁ କାହିଁକି କୃତଜ୍ଞତା ଜଣାଇଲା ଇରାନ? ଜାଣନ୍ତୁ…

ତେହରାନ,୬।୭: ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ସେୟଦ ଅଲି ଖାମେନେଇଙ୍କ ରାଷ୍ଟ୍ରଗତ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଇରାନ ଭାରତ ସରକାର ଏବଂ ଏହାର ଜନତାଙ୍କ…

ପହଲଗାମ ଆକ୍ରମଣ: LeT ମୁଖ୍ୟ ହାଫିଜ ସୟିଦଙ୍କୁ ଅଭିଯୁକ୍ତ ଦର୍ଶାଇଲା NIA

ନୂଆଦିଲ୍ଲୀ,୬।୭: ପହଲଗାମ ଆକ୍ରମଣ ମାମଲାର ଜାତୀୟ ତଦନ୍ତ ସଂସ୍ଥା (NIA) ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିଛି। ଚାର୍ଜସିଟ୍‌ରେ NIA ପହଲଗାମ ଆକ୍ରମଣ ମାମଲାରେ LeT ମୁଖ୍ୟ…

ସଙ୍କଟଗୋଚକ ସାଜିଲେ ଦ୍ରାବିଡଙ୍କ ସାନ ପୁଅ: କ୍ରିକେଟ୍‌ ପଡ଼ିଆରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୬।୭: କ୍ରିକେଟ ପଡ଼ିଆରେ ରାହୁଲ ଦ୍ରାବିଡଙ୍କୁ ପ୍ରାୟତଃ ଟିମ ଇଣ୍ଡିଆର ‘ସଙ୍କଟମୋଚକ’ ଏବଂ ‘କାନ୍ଥ’ ଭାବରେ ଦେଖାଯାଏ। ଏବେ ତାଙ୍କ ସାନ ପୁଅ ଅନଭୟ,ତାଙ୍କ ପଦାଙ୍କ ଅନୁସରଣ…

ସମୁଦ୍ର ଅଶାନ୍ତ ଥିବାରୁ ମଝିରେ ଅଟକିଲା ୩୪ରୁ ଅଧିକ ଆନ୍ଧ୍ରା ଟ୍ରଲର: ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଛତ୍ରପୁର, ୬।୭ (ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବା ଫଳରେ ସମୁଦ୍ର ଅଶାନ୍ତ ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେଉଥିବା…

ଏସଏଚଜି ଗ୍ରୁପ୍‌ର ଋଣ ଟଙ୍କା ହେରଫେର କରିବା ଘଟଣା: ଜିଲାପାଳଙ୍କୁ ଭେଟିଲେ ମହିଳା

ଛତ୍ରପୁର, ୬।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଂଚାୟତର ପାଲିଆମ୍ମା ଗ୍ରାମର ମା’ କାଳୀଜାଇ ସ୍ବୟଂ ସହାୟିକା ଗୋଷ୍ଠୀର ଋଣ ଟଙ୍କା ସିଆରପି…

ପ୍ରବଳ ବର୍ଷାର ସୁଯୋଗ ନେଇ ଏଲଆଇ ପଏଣ୍ଟରୁ ବିଦ୍ୟୁତ ତାର ଚୋରି, ଥାନାରେ ମାମଲା

କେସିଙ୍ଗା,୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ-କାଣ୍ଡେଲ ଗ୍ରାମ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରୁ ତାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦେହେରେନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri