୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି। କିନ୍ତୁ ଏହି ମହୋତ୍ସବ ପାଇଁ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ମଞ୍ଚ, ଦରବାର କିମ୍ୱା ରାଜମହଲ ହୋଇପାରି ନାହିଁ। ୭୮ତମ ଧନୁଯାତ୍ରା ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜମହଲ ପାଇଁ ଧନୁଯାତ୍ରା ମହୋତ୍ସବ ସମିତିକୁ ଭଡ଼ା ଦେବାକୁ ପଡୁଥିଲା। ତେବେ ନୂଆଁ ସରକାର ଆସିବା ପରେ ଧନୁଯାତ୍ରା ମହୋତ୍ସବରେ ନୂତନନତ୍ତ୍ୱ ଆସିଛି। ନୂଆ ପରିକଳ୍ପନାରେ ଏହି ମହୋତ୍ସବ ଆୟୋଜିତ ହେଉଛି। କ୍ରମାଗତ ୨ଥର ଧନୁଯାତ୍ରା ମହୋତ୍ସବକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସିଛନ୍ତି। ଏହା ଧନୁଯାତ୍ରା ଇତିହାସରେ ପ୍ରଥମ ଅଟେ। କେବଳ ସେତିକି ନୁହେଁ, ଏହି ମହୋତ୍ସବ ପାଇଁ ନୂଆ ସରକାର ଐତିହାସିକ ପଦକ୍ଷେପ ନେଉଛନ୍ତି। ନୂଆ ସରକାର ଆସିବା ପରେ ପ୍ରଥମଥର ପାଇଁ ମଥୁରାନଗରୀ ଏବଂ ଗୋପପୁରର ବିଭିନ୍ନ ସ୍ଥାନରେ ଧନୁଯାତ୍ରାର ସ୍ଥାୟୀ ତୋରଣ ନିର୍ମାଣ ହୋଇଥିଲା। ସେହିପରି କଳାକାରଙ୍କୁ ୧୦ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ମିଳଥିବାବେଳେ ନୂଆ ସରକାର ଆସିବାର ପ୍ରଥମ ବର୍ଷରେ ଧନୁଯାତ୍ରା ଅନୁଦାନ ସହାୟତାକୁ ୧୦ଲକ୍ଷରୁ ୧୦ଗୁଣା ବୃଦ୍ଧି ପାଇ କୋଟିଏ ଟଙ୍କାକୁ ବୃଦ୍ଧି କରିଥିଲେ। ପରବର୍ତ୍ତୀ ଧନୁଯାତ୍ରାରେ ଏହା ଦେଢ଼କୋଟିକୁ ବୃଦ୍ଧି ପାଇଛି। ତେବେ କଥା ଏତିକିରେ ସରି ନାହିଁ। ଧନୁଯାତ୍ରାର ଗାରିମାକୁ ଲକ୍ଷ୍ୟ କରି ଅସ୍ଥାୟୀ ମଞ୍ଚରେ ଚାଲିଥିବା ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ମଞ୍ଚ ନିର୍ମାଣକୁ ଗୁରୁତ୍ୱ ଦେଇ ଅନୁଦାନ ଘୋଷଣା କରିଛନ୍ତି। ଏହି କ୍ରମରେ ଧନୁଯାତ୍ରା ରାଜ ମହଲ ପାଇଁ ରାଜ୍ୟ ସରକାର ୧୨କୋଟି ୮୯ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡ ପଛପଟ ରଙ୍ଗମହଲ ପଡ଼ିଆରେ ଏହା ନିର୍ମାଣ ହେବ ଏବଂ ଶନିବାର ସନ୍ଧ୍ୟାରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଏହାର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ସନ୍ଧ୍ୟା ୫ଟାରେ ଧନୁଯାତ୍ରା ମହୋତ୍ସବ ସମିତିର କର୍ମକର୍ତ୍ତା, ସଭ୍ୟବୃନ୍ଦ ଏବଂ ସହରବାସୀଙ୍କ ଗହଣରେ ବିଧାୟକ ଷଡ଼ଙ୍ଗୀ ସ୍ଥାନୀୟ ରଙ୍ଗ ମହଲ ପଡ଼ିଆକୁ ପହଞ୍ଚିଥିଲେ। ସେଠାରେ ସେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିବାବେଳେ ଦେବେଶ ଶତପଥୀଙ୍କ ସଂଯୋଜନାରେ ଏକ ସଭା ହୋଇଥିଲା।
ସଭାରେ ବିଧାୟକ ଷଡ଼ଙ୍ଗୀ କହିଥିଲେ, ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ସବୁଥର ଧନୁଯାତ୍ରା ମହୋତ୍ସବକୁ ରାଜ ଅତିଥି ଭାବେ ଆସୁଛନ୍ତି। ଧନୁଯାତ୍ରା ମହୋତ୍ସବକୁ ଆହୁରି ଦିଗନ୍ତ ଏବଂ ଆକର୍ଷଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି ଏବଂ ସେ କଂସ ମହାରାଜଙ୍କ ସମ୍ମୁଖରେ ଅନୁଦାନ ଘୋଷଣା କରିଛନ୍ତି। ଏହି କ୍ରମରେ ଧନୁଯାତ୍ରା କଳାକାରଙ୍କ ପ୍ରୋତ୍ସାହନ ରାଶିଠାରୁ ଆରମ୍ଭ କରି ସ୍ଥାୟୀ ରାଜ ମହଲ ନିର୍ମାଣ ପାଇଁ ସେ ଅନୁଦାନ ଘୋଷଣା କରିଛନ୍ତି। ତେବେ ୧୨କୋଟି ୮୯ଲକ୍ଷ ଟଙ୍କାରେ ହେବାକୁ ଥିବା ରାଜମହଲ କେବଳ ୧୧ଦିନର ଧନୁଯାତ୍ରା ମହୋତ୍ସବ ପାଇଁ ନୁହେଁ। ବର୍ଷସାରା ତଥା ୩୬୫ ଦିନ ଏହା ଲୋକଙ୍କ କାମରେ ଆସିବ। ଏଠାରେ କଲ୍ୟାଣ ମଣ୍ଡପ ହେବ। ସେହିପରି ଅତିଥି ଭବନ ହେବ ଏବଂ ଶିଶୁମାନଙ୍କ ଦକ୍ଷତା ବିକାଶ ଏବଂ ବିନୋଦନ ପାଇଁ ପଦକ୍ଷେପ ନିଆଯିବ। ତେବେ କେବଳ ରାଜମହଲ ନୁହେଁ, ଆଗକୁ ଧନୁଯାତ୍ରାର ମଥୁରାନଗରୀ ଏବଂ ଗୋପପୁରରେ ମଧ୍ୟ ଅନ୍ୟ ସ୍ଥାୟୀ ମଞ୍ଚ ନିର୍ମାଣ ହେବ ବୋଲି ବିଧାୟକ ଷଡ଼ଙ୍ଗୀ କହିଥିଲେ। ଜୀରାନଦୀରେ ଏକ ଆନିକଟ୍‌ ନିର୍ମାଣ ହେବାକୁ ଯାଉଛି ଏବଂ ତାହା ଧନୁଯାତ୍ରା ମହୋତ୍ସବରେ ଯମୁନା ନଈର ଆକର୍ଷଣକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ତଥା ସମ୍ପାଦକ ସୁରେଶ୍ୱର ଶତପଥୀ, ରାଜ ଦରବାର କମିଟିର ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ, ପୂର୍ତ୍ତ ବିଭାଗ ନିର୍ୱାହୀ ଅଧିକାରୀ ଅରୁଣ ପାଣ୍ଡେଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ଏବଂ ଧନୁଯାତ୍ରା କମିଟିର ସଭ୍ୟବୃନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?