ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ ହେଉଛନ୍ତି। ଶନିବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍‌ରେ ‘ସଂକଳ୍ପ’ ପରିବାରର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୀଷ୍ମଦେବ ସରାଫ ତାଙ୍କ ଅଭିଭାଷଣରେ ଏହା କହି ଏହା ଉପରେ ପଦକ୍ଷେପ ନେବାକୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀଙ୍କୁ ଅନୁରୋଧ କରିଥିଲେ।

ତେବେ ମୁଖ୍ୟ ଅତିଥି ଷଡ଼ଙ୍ଗୀ ନିଜ ଅଭିଭାଷଣରେ କହିଥିଲେ, ଏହା ଏକ ସମ୍ବେଦନଶୀଳ ଘଟଣା। ମୋ’ ନଜରକୁ ଆସିଛି। ଏହାକୁ ଗୁଗୁତ୍ୱର ସହିତ ନେଇଛି। ପୋଲିସ, ପ୍ରଶାସନ ସହିତ ଆଲୋଚନା କରିଛି। ଏଭଳି ସ୍ଥିତିରେ ଆମେ ସମସ୍ତେ ନିଶା ବେପାରୀ କିମ୍ବା ନିଶା ବେପାର ପାଇଁ ଅର୍ଥ ଯୋଗାଉଥିବା ବଡ଼ବଡ଼ିଆଙ୍କୁ ତଡିପାର୍‌ କରିବାର ଜରୁରୀ ହୋଇଛି। ସହରର ସମସ୍ତ ସାମାଜିକ, ସ୍ବେଚ୍ଛାସେବୀ ଏବଂ ଅନ୍ୟ ଅନୁଷ୍ଠାନ ତଥା ବୁଦ୍ଧିଜୀବୀ, ସଚେତନ ନାଗରିକ ଏକତ୍ରିତ ହୋଇ ଏଭଳି ଏକ ନିଷ୍ପତ୍ତି ନେବାକୁ ବିଧାୟକ ଷଡ଼ଙ୍ଗୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ସନ୍ତରଣ କଲେ ଛାତ୍ର କଂଗ୍ରେସ: ବଢୁଛି ଚର୍ଚ୍ଚା

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ଫଳରେ ଥିଲା, ଆବର୍ଜନା ସହିତ ବର୍ଷାଜଳ ବିଭିନ୍ନ ସ୍ଥାନରେ ଘରକୁ ପଶୁଛି। ରାସ୍ତାଘାଟ, ବସଷ୍ଟାଣ୍ଡ ସମେତ…

ଗାଈ ଚରାଇବା ବେଳେ ମାଡ଼ିବସିଲା ସିଂହ, ଗୋଡ଼କୁ ଧରି…

ନୂଆଦିଲ୍ଲୀ,୬।୭:  ଗୁଜୁରାଟର ପାଲିଟାନାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ, ଏକ ସିଂହ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ତାଙ୍କ ଗୋଡକୁ ଧରି…

‘ଆମେ ଏହି ବନ୍ଧୁତାକୁ କେବେ ଭୁଲି ପାରିବୁ ନାହିଁ’, ଭାରତକୁ କାହିଁକି କୃତଜ୍ଞତା ଜଣାଇଲା ଇରାନ? ଜାଣନ୍ତୁ…

ତେହରାନ,୬।୭: ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ସେୟଦ ଅଲି ଖାମେନେଇଙ୍କ ରାଷ୍ଟ୍ରଗତ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଇରାନ ଭାରତ ସରକାର ଏବଂ ଏହାର ଜନତାଙ୍କ…

ପହଲଗାମ ଆକ୍ରମଣ: LeT ମୁଖ୍ୟ ହାଫିଜ ସୟିଦଙ୍କୁ ଅଭିଯୁକ୍ତ ଦର୍ଶାଇଲା NIA

ନୂଆଦିଲ୍ଲୀ,୬।୭: ପହଲଗାମ ଆକ୍ରମଣ ମାମଲାର ଜାତୀୟ ତଦନ୍ତ ସଂସ୍ଥା (NIA) ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିଛି। ଚାର୍ଜସିଟ୍‌ରେ NIA ପହଲଗାମ ଆକ୍ରମଣ ମାମଲାରେ LeT ମୁଖ୍ୟ…

ସଙ୍କଟଗୋଚକ ସାଜିଲେ ଦ୍ରାବିଡଙ୍କ ସାନ ପୁଅ: କ୍ରିକେଟ୍‌ ପଡ଼ିଆରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୬।୭: କ୍ରିକେଟ ପଡ଼ିଆରେ ରାହୁଲ ଦ୍ରାବିଡଙ୍କୁ ପ୍ରାୟତଃ ଟିମ ଇଣ୍ଡିଆର ‘ସଙ୍କଟମୋଚକ’ ଏବଂ ‘କାନ୍ଥ’ ଭାବରେ ଦେଖାଯାଏ। ଏବେ ତାଙ୍କ ସାନ ପୁଅ ଅନଭୟ,ତାଙ୍କ ପଦାଙ୍କ ଅନୁସରଣ…

ସମୁଦ୍ର ଅଶାନ୍ତ ଥିବାରୁ ମଝିରେ ଅଟକିଲା ୩୪ରୁ ଅଧିକ ଆନ୍ଧ୍ରା ଟ୍ରଲର: ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଛତ୍ରପୁର, ୬।୭ (ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବା ଫଳରେ ସମୁଦ୍ର ଅଶାନ୍ତ ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେଉଥିବା…

ଏସଏଚଜି ଗ୍ରୁପ୍‌ର ଋଣ ଟଙ୍କା ହେରଫେର କରିବା ଘଟଣା: ଜିଲାପାଳଙ୍କୁ ଭେଟିଲେ ମହିଳା

ଛତ୍ରପୁର, ୬।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଂଚାୟତର ପାଲିଆମ୍ମା ଗ୍ରାମର ମା’ କାଳୀଜାଇ ସ୍ବୟଂ ସହାୟିକା ଗୋଷ୍ଠୀର ଋଣ ଟଙ୍କା ସିଆରପି…

ପ୍ରବଳ ବର୍ଷାର ସୁଯୋଗ ନେଇ ଏଲଆଇ ପଏଣ୍ଟରୁ ବିଦ୍ୟୁତ ତାର ଚୋରି, ଥାନାରେ ମାମଲା

କେସିଙ୍ଗା,୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ-କାଣ୍ଡେଲ ଗ୍ରାମ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରୁ ତାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦେହେରେନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri