Posted inଫୁରସତ

ବର ଟଙ୍କା ନ ଗଣିପାରିବାରୁ ବାହାଘର ଭାଙ୍ଗିଲେ କନ୍ୟା

ଫାରୁଖବାଦ: ଉତ୍ତର ପ୍ରଦେଶର ଫାରୁଖବାଦରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ବର ଟଙ୍କା ଗଣି ନ ପାରିବାରୁ କନ୍ୟା ବାହାଘର ଭାଙ୍ଗି ଦେଇଛନ୍ତି। ୨୧ ବର୍ଷୀୟା ରୀତା ସିଂଙ୍କ ବାହାଘର ମୋହିତ(୨୩)ଙ୍କ ସହ ଠିକ୍‌ ହୋଇଥିଲା। କିନ୍ତୁ ବିବାହ ଦିନ ହିଁ ବାହାଘର ଭାଙ୍ଗିଯାଇଛି। ମୋହିତଙ୍କ ଆଚରଣ ଦେଖି ବାହାଘର କରୁଥିବା ପଣ୍ଡିତଙ୍କର ସନ୍ଦେହ ହୋଇଥିଲା। ଏ କଥା ସେ କନ୍ୟା ଘର ଲୋକଙ୍କୁ ଜଣାଇଥିଲେ। ରୀତାଙ୍କ ଘରଲୋକେ ସତ କ’ଣ ଜାଣିବା ପାଇଁ ମୋହିତଙ୍କୁ ୩୦ଟି ୧୦ ଟଙ୍କିଆ ନୋଟ୍‌ ଗଣିବାକୁ ଦେଇଥିଲେ। ମୋହିତ କିନ୍ତୁ ଟଙ୍କା ଗଣିପାରି ନ ଥିଲେ। ଏହାପରେ ରୀତା ବାହାଘର କରିବେ ନାହିଁ ବୋଲି ମନା କରିଦେଲେ, ଯାହାପରେ ଉଭୟଙ୍କ ପରିବାର ଭିତରେ କଥା କଟାକଟି ଆରମ୍ଭ ହୋଇଗଲା। ଘଟଣାସ୍ଥଳରେ ଶେଷରେ ପୋଲିସ ପହଞ୍ଚି ଏହାର ସମାଧାନ କରିଥିଲା। ମୋହିତ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡ଼ିଥିଲା। ରୀତାଙ୍କ ବାହାଘର ଠିକ୍‌ କରିଥିବା ମଧ୍ୟସ୍ଥି ଯେହେତୁ କନ୍ୟା ଘରର ଘନିଷ୍ଠ ସେଥିପାଇଁ ସେମାନେ ମୋହିତଙ୍କୁ ନ ଦେଖି ତାଙ୍କ ସହ ରୀତାଙ୍କ ବାହାଘର କରିବାକୁ ରାଜି ହୋଇଯାଇଥିବା ରୀତାଙ୍କ ଘର ଲୋକେ କହିଛନ୍ତି। କନ୍ୟା ବାହା ନ ହେବା ଲାଗି ଜିଦ୍‌ କରିବା ଯୋଗୁ ବରଯାତ୍ରୀ ଶେଷରେ ନିରାଶ ହୋଇ ଫେରିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri