ଓଡ଼ିଶା କଳା, ହସ୍ତଶିଳ୍ପର ଚମତ୍କାର ରାଜ୍ୟ: ମୁଖ୍ୟମନ୍ତ୍ରୀ

ଯାଜପୁର ଅଫିସ/ଯାଜପୁର ରୋଡ୍‌,୨୧ା୧: ଯାଜପୁର ଜିଲା ବ୍ୟାସନଗରର ଚାନ୍ଦମା ପଡ଼ିଆରେ ଶୁକ୍ରବାର ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଉଦ୍‌ଘାଟନ କରି ଏହି ଅବସରକୁ ଏକ ଐତିହାସିକ ଘଟଣା ବୋଲି ଅଭିହିତ କରିଛନ୍ତି। ଜାତିସଂଘର ପରିବେଶ ଗୁଡ୍‌ଓ୍ବିଲ୍‌ ଆମ୍ବାସାଡର ତଥା ଜଣାଶୁଣା ବଲିଉଡ୍‌ ଅଭିନେତ୍ରୀ ଦିୟା ର୍ମିଜା ଉପସ୍ଥିତ ରହି ଓଡ଼ିଶାର ହସ୍ତଶିଳ୍ପର ବିକାଶ ଯେପରି ସାରା ବିଶ୍ୱରେ ପରିଚିତ ହୋଇପାରିବ ସେ ନେଇ ପଦକ୍ଷେପ ଆରମ୍ଭ ହୋଇଛି ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଯାଜପୁର ଓଡ଼ିଶାର ପ୍ରାଚୀନ ରାଜଧାନୀ। ଏଠାକାର ପୌରାଣିକ ଓ ଐତିହାସିକ ପର୍ଯ୍ୟଟନସ୍ଥଳୀ ସମେତ ବୌଦ୍ଧ କୀର୍ତ୍ତିରାଜି ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ହେବାର ସମ୍ଭାବନା ସୃଷ୍ଟି କରିଛି। ରାଜ୍ୟର ସାଂସ୍କୃତିକ ଗୌରବ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏକ ଅମୂଲ୍ୟ କଳା ଏବଂ ହସ୍ତଶିଳ୍ପର ଏକ ଚମତ୍କାର ରାଜ୍ୟ। ଆମର ସଭ୍ୟତା, ଯାତ୍ରା, କଳା ସଂସ୍କୃତି, କାରିଗରମାନଙ୍କ କଳାକୃତି ଅନେକ ଉପାୟରେ ପ୍ରତିଫଳିତ ହୋଇଛି। ରାଜ୍ୟର ବିଭିନ୍ନ ମନ୍ଦିରର ଭାସ୍କର୍ଯ୍ୟ, ମୂର୍ତ୍ତି କାରିଗରି, ହାତରେ ବୁଣା ପୋଷାକ, ପାଟଶାଢ଼ି, କାଠ କାର୍ଯ୍ୟ, ଧାତୁ କାର୍ଯ୍ୟ ଆଦି ସର୍ବଜନ ବିଦିତ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛି। ଜୀବିକା ତଥା ନିଯୁକ୍ତି ସୁଯୋଗ ଯୋଗାଇବା ଏବଂ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶା ସରକାର ପ୍ରୟାସ କରୁଛନ୍ତି। ପର୍ଯ୍ୟଟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛି। ରାଜ୍ୟ ପର୍ଯ୍ୟଟନ ନୀତି, ହସ୍ତତନ୍ତ ନୀତି, ପୋଷାକ ଏବଂ ବୈଷୟିକ ବୟନ ନୀତି ଭଳି ଯୋଜନା ହାତକୁ ନିଆଯାଇଛି। ବିଭିନ୍ନ ସ୍ଥାନରେ କଳା ଗ୍ୟାଲେରି ଖୋଲିବା, ଐତିହ୍ୟ ପଦଯାତ୍ରା ଆୟୋଜନ କରାଯିବା ଏବଂ ପର୍ଯ୍ୟଟନ ଓ ସଂସ୍କୃତିର ପ୍ରଚାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ଏହି ଅବସରରେ ଯାଜପୁର ଜିଲାର ପର୍ଯ୍ୟଟନ ଲୋଗୋ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ଜାତିସଂଘର ୪ଟିି ଏଜେନ୍ସି ଏବଂ ୫ଟି ୟୁନେସ୍କୋ କ୍ରିଏଟିଭ ସିଟିର ସହଭାଗିତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ପ୍ରଥମ କରି ଆୟୋଜନ ହୋଇଛି। ଏଥିରେ ଅଗ୍ରଗାମୀ କାରିଗର, ସଂସ୍କୃତି ଏବଂ କଳା ଉତ୍ସାହୀଙ୍କ ମିଳନ ଘଟିଛି। ୧୫ ଦେଶର ପ୍ରତିନିଧି ଏଥିରେ ଯୋଗଦେଇଛନ୍ତି।
ସମ୍ମିଳନୀରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଅଂଶଗ୍ରହଣ କରି ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଏବଂ ଆଧୁନିକ ଯୁଗରେ ଏହାର ମହତ୍ତ୍ବ ଉପରେ ଆଲୋକପାତ କରିଛନ୍ତି। ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସ୍ବାଗତ ଭାଷଣ ଏବଂ ଜିଲା ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେରିହା ଧନ୍ୟବାଦ ଦେଇଛନ୍ତି। ୟୁନେସ୍କୋ ସାଂସ୍କୃତିକ ମୁଖ୍ୟ କାର୍ଯ୍ୟକ୍ରମ ବିଶାରଦ ଜୁହ୍ନି ହାନ୍‌ ଯୋଗଦେଇ ଓଡ଼ିଶାର ହସ୍ତଶିଳ୍ପ ଓ କୁଟୀର ଶିଳ୍ପ, ଭାସ୍କର୍ଯ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରୋତ୍ସାହିତ କରିବ ବୋଲି ବକ୍ତବ୍ୟ ରଖିଛନ୍ତି। ସମ୍ମିଳନୀରେ ମୋଟ ୧୦ଟି ଅଧିବେଶନ ହେବ। ମହିଳାଙ୍କ ହସ୍ତଶିଳ୍ପ, ହସ୍ତଶିଳ୍ପର ଭବିଷ୍ୟତ, ସଂସ୍କୃତି, ବର୍ଜ୍ୟବସ୍ତୁ ପରିଚାଳନା, ହସ୍ତଶିଳ୍ପର ସୁରକ୍ଷା, ପର୍ଯ୍ୟଟନ, ଲୁପ୍ତପ୍ରାୟ ହସ୍ତଶିଳ୍ପ ଇତ୍ୟାଦି ବିଷୟରେ ଆଲୋଚନା କରାଯାଉଛି। ଯାଜପୁର ଜିଲାର ପଥର ଶିଳ୍ପୀ, ବାଉଁଶ, ହସ୍ତକଳା, ଟେରାକୋଟା, ଝୋଟ ହସ୍ତକଳା, କଂସା ପିତ୍ତଳ, ବସ୍ତ୍ର, କାଇଁଚ ହସ୍ତଶିଳ୍ପୀ ଆଦି ୪୦ ଜଣ ପ୍ରତିଷ୍ଠିତ କାରିଗର ଭାଗନେବାର ସୁଯୋଗ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ବିଜେଡି ଛାଡ଼ିଲେ ରବିନାରାୟଣ

ଭୁବନେଶ୍ୱର,୩ା୫: ଶୁକ୍ରବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲାର ରଣପୁର ବିଧାୟକ ଥିଲେ। ୨୦୧୨ରୁ ୨୦୧୪...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

ଭୁବନେଶ୍ୱର,୩।୫: ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଜମିଜମା ମାମଲାର...

ନିର୍ବାଚନ ଲଢ଼ିବେ ଦେବାଶିଷ

ଭୁବନେଶ୍ୱର,୩ା୫: ଦେବାଶିଷ ନାୟକ ନିର୍ବାଚନ ଲଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ବରୀବାସୀଙ୍କ ପାଇଁ...

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

କାହିଁକି ସୁଜାତାଙ୍କୁ କରାଗଲା ବଦଳି: ଚାଲିଛି ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର,୩।୫(ସୁନିତ୍‌ ମିଶ୍ର):ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ବିରୋଧରେ ଭାଜପାର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଫେରାଦ ହେବା...

ବାଦ୍‌ ପଡ଼ିଲେ ୩୫ ବିଧାୟକ, ୪୦ ନୂଆ ମୁହଁକୁ ଭରସା

ଭୁବନେଶ୍ୱର,୩ା୫(ଅନିଲ ଦାସ): ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେଡି ୧୪୭ ପ୍ରାର୍ଥୀଙ୍କ ତାଲିକା ୯ଟି ପର୍ଯ୍ୟାୟରେ ଘୋଷଣା କରିଛି। ଦଳ ଗତଥର ଭରସା କରିଥିବା ୧୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri