ଟିଟାନସ୍‌ ବଦଳରେ ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ: ହସ୍ପିଟାଲରେ ଉତ୍ତେଜନା

ନୀଳଗିରି,୧୬ା୧୨(ସ୍ବ.ପ୍ର.): ଟିଟାନସ୍‌ ଇଞ୍ଜେକ୍ସନ ବଦଳରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେବା ନେଇ ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାନୁଯାୟୀ, ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ବାଉଁଶବଣିଆ ପଞ୍ଚାୟତ ଛୋଟ କାନପୁର ଗ୍ରାମର ଗଣେଶ୍ୱର ସେଠୀ(୪୫)ଙ୍କ ୧୨ ବର୍ଷର ପୁଅ ଗୁରୁବାର ରାତିରେ ହାତ କଟି ଯାଇଥିବାରୁ ଶୁକ୍ରବାର ସକାଳେ ନୀଳଗିରି ଉପଖଣ୍ଡ ହସ୍ପିଟାଲକୁ ଆସି ଟିକେଟ କାଟି ଡାକ୍ତରଙ୍କୁ ଦେଖାଇଥିଲେ। ହେଲେ ଫାର୍ମାସିଷ୍ଟ ଟିଟାନସ୍‌ ବଦଳରେ କୁକୁର କାମୁଡ଼ା ଇଞ୍ଜେକ୍ସନ  ଦେଇଥିଲେ। ପରେ ବାପା ଗଣେଶ୍ୱର ଜାଣିବାକୁ ପାଇଲେ ଆହୁରି ଦୁଇଟି ଇଞ୍ଜେକ୍ସନ ଦେବାର ଅଛି। ପଚାରି ବୁଝିଲେ କ’ଣ ପାଇଁ ଆହୁରି ଦୁଇ ଥର ଇଞ୍ଜେକ୍ସନ ନେବେ। ଉତ୍ତରରେ ଜାଣିବାକୁ ପାଇଲେ ପୁଅ ନେଇଥିବା ଇଞ୍ଜେକ୍ସନ କୁକୁର କାମୁଡ଼ା ପାଇଁ।

ଟିଟାନସ୍‌ ବଦଳରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେବାକୁ ନେଇ ମେଡ଼ିକାଲର କିଛି ସ୍ବାସ୍ଥ୍ୟ କର୍ମୀ ନିଜର ଭୁଲ୍‌ ବୁଝି ଗଣେଶ୍ୱରଙ୍କଠାରୁ ପୁରୁଣା ଟିଟି ଇଞ୍ଜେକ୍ସନର ପ୍ରେସ୍‌କ୍ରିପ୍‌ଶନ ଛଡ଼ାଇ ନେଇ ନୂଆ ପ୍ରେସ୍‌କ୍ରିପ୍‌ଶନ ଧରାଇ ଦେଇଥିଲେ। ଏହି ଘଟଣାକୁ ନେଇ କିଛି ସମୟ ପାଇଁ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା। ତେବେ ସେଠାରେ ଉପସ୍ଥିତ ଥିବା ଶିଶୁ ବିଶେଷଜ୍ଞ କୁକୁର କାମୁଡ଼ା ଭ୍ୟାକ୍ସିନ କିଛି ଖରାପ କରିବ ନାହିଁ ବୋଲି ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପଡିଲା ମହଙ୍ଗା, ବିବାହ ପାଇଁ ଘରକୁ ଡାକି ଜୀବନରୁ ମାରିଦେଲେ ପ୍ରେମିକାର ପରିବାର ଲୋକେ

ନୂଆଦିଲ୍ଲୀ,୧୧।୧୨: ତେଲେଙ୍ଗାନାର ସିଙ୍ଗାରେଡି ଜିଲ୍ଲାରୁ ଏକ ହୃହୟବିଦାରକ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏକ ଇଞ୍ଜିନିୟର ଛାତ୍ରକୁ ଘରକୁ ଡାକି ପ୍ରେମିକାର ବାପା ମା...

ନିଯୁକ୍ତି ନିୟମିତ ପାଇଁ OTET ବାଧ୍ୟତାମୂଳକ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ,୧୨।୧୨: ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ...

ମା’ବାପା ଦୋକାନକୁ ଯାଇଥିବାବେଳେ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କଲେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି

ଭୁବନେଶ୍ୱର,୧୧।୧୨(ତ୍ରିନାଥ ମହାନ୍ତି): ରାଜଧାନୀରେ ଲଜ୍ଜ୍ୟା। ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ଜଣେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାର...

ଥାନା ଘେରିଲେ ଗ୍ରାମବାସୀ, ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଅମରପାଲି,୧୨।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡମାଳ ଗ୍ରାମବାସୀ ଥାନା ଘେରିଛନ୍ତି। ଗ୍ରାମର କେତେଜଣ ବ୍ୟକ୍ତିଙ୍କ ନାମରେ ପଡୋଶୀ ଗ୍ରାମର ଜଣେ ବ୍ୟକ୍ତି...

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅବ୍ୟବସ୍ଥା: ଟିକେଟ ଖଣ୍ଡିଏ ପାଇଁ କସରତ

କଟକ,୧୨।୧୨( ଶିଳ୍ପା ପ୍ରିୟଦର୍ଶିନୀ): ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଅବ୍ୟବସ୍ଥା ଲାଗି ରହିଛି। ଏଠାରେ ଥିବା ଟିକେଟ କାଉଣ୍ଟରରେ ଟିକେଟ ଖଣ୍ଡିଏ ପାଇଁ...

ଥାନାରେ କୀଟନାଶକ ଔଷଧ ଖାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତୁତି ଖବର ପାଇ..

ଦେବଗଡ, ୧୨।୧୨ (ଶଶାଙ୍କ ଶେଖର ଝାଙ୍କର): ଅଭିଯୋଗ କରିବାକୁ ଆସିଥିବା ମହିଳା ଦେବଗଡ ଥାନା ଭିତରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ...

ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ...

ସକାଳୁ ସକାଳୁ ଭୂକମ୍ପ ଝଟକା, ଆକାଶରେ ଦେଖାଗଲା ରହସ୍ୟମୟ ଆଲୋକ

ନୂଆଦିଲ୍ଲୀ,୧୨।୧୨: ସକାଳୁ ସକାଳୁ ପୁଣି ଥରିଲ ଜାପାନ । ଜାପାନ ଏବଂ ଫିଜି ଏକକାଳୀନ ଭୂମିକମ୍ପରେ ଥରି ଉଠିଛି । ତିନି ଦିନ ପୂର୍ବେ ଜାପାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri