Posted inଜାତୀୟ

୨୪୬ ମହିଳା ସେନା ଅଧିକାରୀଙ୍କ ପଦୋନ୍ନତି ପାଇଁ ସ୍ବତନ୍ତ୍ର ଚୟନ ବୋର୍ଡ ଗଠିତ: କେନ୍ଦ୍ରର ଜବାବ…

ନୂଆଦିଲ୍ଲୀ,୧୩।୧୨ : କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ୨୪୬ ମହିଳା ସେନା ଅଧିକାରୀଙ୍କ ପଦୋନ୍ନତି ପାଇଁ ଏକ ସ୍ବତନ୍ତ୍ର ଚୟନ ବୋର୍ଡ ଗଠନ କରାଯାଇଛି। ବୋର୍ଡ ଜାନୁଆରୀ ୯ ରେ ଏହି ପ୍ରସଙ୍ଗ ଉପରେ ବିଚାର କରିବ। ବାବିତା ପୁଣିଆଙ୍କ ମାମଲାର ବିଚାରରେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳା ଅଧିକାରୀଙ୍କ ପଦୋନ୍ନତି କାର୍ଯ୍ୟକାରୀ ହେଉନାହିଁ ବୋଲି ୩୪ ମହିଳା ସେନା ଅଧିକାରୀଙ୍କ ଏକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରୁଛନ୍ତି।

ଭାରତୀୟ ସେନାର ପରାମର୍ଶଦାତା ଆର ବାଲାସୁବ୍ରମଣ୍ୟନ ପ୍ରଧାନ ବିଚାରପତି ଡ.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପି.ଏସ. ନରସିଂହଙ୍କ ନେନୃତ୍ୱରେ ଗଠିତ ଏକ ବେଞ୍ଚକୁ କହିଛନ୍ତି ଯେ ୯ ଜାନୁୟାରୀ ୨୦୨୩ ରେ ଏହାର ବିଚାର କରାଯିବ। ବେଞ୍ଚ ବୋର୍ଡର ପରିଣାମକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜାନୁଆରୀ ୩୦ରେ ଏହାର ପରବର୍ତ୍ତୀ ଶୁଣାଣି ହେବ।

ଆଡଭୋକେଟ ରାକେଶ କୁମାରଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଏହି ଆବେଦନରେ ଦର୍ଶାଯାଇଛି ଯେ ଏହା ସମ୍ପୂର୍ଣ୍ଣ ଅନୁଚିତ, ମନମୁଖୀ କାର୍ଯ୍ୟ ଏବଂ ବରିଷ୍ଠ ମହିଳା ଅଧିକାରୀଙ୍କ ପ୍ରତି ଅସମ୍ମାନ। ତାଙ୍କର ପଦୋନ୍ନତିକୁ ରୋକା ଗଲା ଏବଂ କେନ୍ଦ୍ର ସରକାର କନିଷ୍ଠ ପୁରୁଷ ଅଧିକାରୀଙ୍କୁ କଲୋନେଲ ପଦରେ ଉନ୍ନୀତ କଲେ।

ପୁରୁଷ ଅଧିକାରୀଙ୍କ ସହ ଯୋଗ୍ୟ ମହିଳା ଅଧିକାରୀଙ୍କ ପଦୋନ୍ନତି ପାଇଁ ଆବେଦନକାରୀମାନେ ତୁରନ୍ତ ଚୟନ ବୋର୍ଡ ଗଠନ ଲାଗି ଦାବି କରିଥିଲେ। ସେମାନେ କହିଥିଲେ ଯେ ତାଙ୍କର ଜୁନିୟର ଅଧିକାରୀଭାବେ ପଦୋନ୍ନତି ଉପରେ ବିଚାର କରାଯାଉ। ଆବେଦନକାରୀ ମହିଳା ଅଧିକାରୀ ମଧ୍ୟ କୋର୍ଟରୁ ପ୍ରକ୍ରିୟା ସ୍ଥଗିତ ରଖିବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri