ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିକ୍ଷୋଭ

ସମ୍ବଲପୁର,୭।୧୨(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ୫୫ନଂ. ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକା ସଂସ୍ଥା ଅଗ୍ରୱାଲ କନଷ୍ଟ୍ରକଶନ (ଏଆଇପିଏଲ୍‌)ର ଯୁଯୁମୁରା ଥାନା ଗଡଗଡବାହାଲ କ୍ୟାମ୍ପ ପରିସରରେ ୪ ଜଣ ଅଣଓଡିଆ ଡ୍ରାଇଭରଙ୍କୁ ଆକ୍ରମଣ କରାଗଲା। କମ୍ପାନୀ ସୁପରଭାଇଜର, ବାଉନସର ଓ କେତେଜଣ କର୍ମଚାରୀ କଙ୍ଗାରୁ କୋର୍ଟ କରି ଲହୁଲୁହାଣ କରିଦେଲେ। ଏହାର ଭିଡଓ ଭାଇରାଲ ହେଲା। ପୋଲିସ ଚଢାଉ କରିଥିଲେ ବି ଅଭିଯୁକ୍ତମାନଙ୍କୁ ଗିରଫ କଲା ନାହିଁ। ସ୍ଥାନୀୟ ଏକ ରାଜନୈତିକ ଦଳର ନେତା ଆସଫ ଅଲ୍ଲି ଖାନ, ଉତ୍ସବ ପରିବାରର ଜୟନ୍ତ ପ୍ରଧାନ ଓ ଡ୍ରାଇଭର ମହାସଂଘ ପକ୍ଷରୁ ରମଣି କୁମ୍ଭାର, ସୁଶାନ୍ତ ବେହେରାଙ୍କ ସମେତ ଶତାଧିକ ଲୋକ ମଙ୍ଗଳବାର ଏହି ଅଭିଯୋଗ ଆଣି କମ୍ପାନୀ କ୍ୟାମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହ ସେମାନେ ୭ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଖବର ପାଇ ରେଢାଖୋଲ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମେହେର ଓ ଯୁଯୁମୁରା ଥାନା ଅଧିକାରୀ ରାଜକୁମାର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚତ୍ ଆଲୋଚନା କରିଥିଲେ।
ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ, ଆହତ ଡ୍ରାଇଭରଙ୍କୁ ପୋଲିସ ନିଜେ ଉଦ୍ଧାର କରି ଡାକ୍ତରଖାନା ନେଲା, ହେଲେ ଅଭିଯୁକ୍ତଙ୍କୁ ଛାଡିଦେଲା। ଅପରାଧ ଘଟାଇଥିବା ଲୋକେ ବାହାରେ ବୁଲୁଛନ୍ତି। ସେମାନଙ୍କୁ ପ୍ରଶୟ ଦିଆଯାଉଥିବାରୁ ଆଗାମୀ ଦିନରେ ଅଞ୍ଚଳବାସୀଙ୍କୁ ଆକ୍ରମଣ କରିବା ଭୟ ରହୁଛି। ତେଣୁ କମ୍ପାନୀରେ ଯେଉଁମାନେ କାମ କରିବେ ସମସ୍ତଙ୍କ ନାମ ଠିକଣା ଓ ଫୋନ ନମ୍ବର ସ୍ଥାନୀୟ ଏକ ସଂଗଠନ ହାତରେ ଦିଆଯାଉ। ଫଳରେ ଅପରାଧ ହେଲେ ସହଜରେ ଜାଣିହେବ। ଏତେ ବଡ ପ୍ରକଳ୍ପ କାମ ହେଉଥିଲେ ବି ସ୍ଥାନୀୟ ରୋଜଗାର ସୃଷ୍ଟି ହୋଇ ନାହିଁ। ଏଠିକାର ଡ୍ରାଇଭର, ଅପରେଟରଠାରୁ ଆରମ୍ଭ କରି ଶିକ୍ଷିତ ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଏଥିପ୍ରତି ପ୍ରଶାସନ ପଦକ୍ଷେପ ଗ୍ରହଣ କରୁ। ଏସବୁ ଦାବି ନେଇ ପ୍ରାୟ ୩ ଘଣ୍ଟା ଧରି କ୍ୟାମ୍ପ ଆଗରେ ଅସନ୍ତୋଷର ବାତାବରଣ ଲାଗିରହିଥିଲା। ଶେଷରେ ପୋଲିସ ଅଧିକାରୀମାନେ ବିଧିବଦ୍ଧ ତଦନ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଡ୍ରାଇଭର ମହାସଂଘ ପକ୍ଷରୁ ପୋଲିସକୁ ଲିଖିତ ଭାବେ ଏକ ଅଭିଯୋଗ ମଧ୍ୟ କରାଯାଇଥିଲା। ଅନ୍ୟପଟେ ଜାତୀୟ ରାଜପଥ ନିର୍ମାଣ କାମରେ ଲାଗିଥିବା ଗ୍ରେଡର ମେଶିନକୁ ସୋମବାର ବିଲମ୍ବିତ ରାତିରେ ପୋଡି ଦିଆଯାଇଛି। ଏହାକୁ ନେଇ କମ୍ପାନୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। କେତେକ ଦୁର୍ବୃତ୍ତ ଗାଡିରେ ଆସି କାର୍ଯ୍ୟରତ କର୍ମଚାରୀଙ୍କୁ ମାରପିଟ କରିଥିଲେ। ସେମାନେ ଚାଲିଯିବା ପରେ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି। ସୂଚନାଯୋଗ୍ୟ, ଗତ ରବିବାର ସନ୍ଧ୍ୟା ସମୟରେ ଯୁଯୁମୁରା ପୋଲିସ ଟିମ୍‌ କ୍ୟାମ୍ପ ପରିସର ଏକ ଷ୍ଟୋର ରୁମରୁ ଗୁରୁତର ଅବସ୍ଥାରେ ୪ ଜଣ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ସେମାନେ ହେଲେ ବିହାର ଛପ୍ରା ଜିଲାର କମଲୋ ରାୟ, ଅମିତ ରାୟ, ରାଜା କୁମାର ଓ ମଣ୍ଟୋସ ପ୍ରସାଦ ରାୟ। ପୋଲିସ ପ୍ରାଥମିକ ଚିକିତ୍ସା କରାଇ ସେମାନଙ୍କୁ ଥାନାକୁ ଆଣିଥିଲା। ହେଲେ କମ୍ପାନୀ କର୍ମଚାରୀ ଥାନାରେ ପହଞ୍ଚି ଭୟଭୀତ କରି ରାତି ଅଧିଆ ସେମାନଙ୍କୁ ଘରକୁ ପଠାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନବିକ୍ରି ସମସ୍ୟା ଅସମାହିତ: କଟ୍‌ନୀଛଟ୍‌ନୀକୁ ସରକାରୀ ମୋହର

ବରଗଡ଼/ଅତାବିରା/ ଗୋଡ଼ଭଗା/, ୧୦।୧୨(ପ୍ରେମାନନ୍ଦ ଖମାରୀ/ ଯୁଧିଷ୍ଠିର ମହାପାତ୍ର/ ସୁରେଶ ଦାଶ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ମଙ୍ଗଳବାର ୧୨ଦିନ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଜିଲାରେ...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri