ଯାତ୍ରୀ ବିଶ୍ରାମାଗାର ପୁନଃ ନିର୍ମାଣ ଦାବି

କୁଜଙ୍ଗ,୩ା୧୨(ଡି.ଏନ୍‌.ଏ.): କୁଜଙ୍ଗ ବଜାରସ୍ଥିତ କଟକ-ପାରାଦୀପ ରାଜ୍ୟ ରାଜପଥ କଡ଼ରେ ଥିବା ଏକ ସ୍ଥାୟୀ ଯାତ୍ରୀ ବିଶ୍ରାମାଗାରକୁ ବ୍ଲକ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇ ଦୋକାନ ଘର ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏନେଇ ଶୁକ୍ରବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇ ପୁନର୍ବାର ବିଶ୍ରାମାଗାର ନିର୍ମାଣ କରିବାକୁ ଦାବି କରାଯାଇଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ବସ୍‌ଯାତ୍ରୀମାନଙ୍କର ସୁବିଧା ନିମନ୍ତେ ୨୦୦୫ରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏଠାରେ ଏକ ସ୍ଥାୟୀ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା। ତତ୍କାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏହାର ଉଦ୍‌ଘାଟନ କରିଥିଲେ। ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କେନ୍ଦ୍ର ଓ ବାଣିଜ୍ୟ କେନ୍ଦ୍ର । ଏଠାରେ ତହସିଲ, ବ୍ଲକ୍‌, ଟ୍ରେଜେରି ଅଫିସ୍‌, ସବ୍‌ ରେଜିଷ୍ଟ୍ରାର ଅଫିସ୍‌, ଡାକ୍ତରଖାନା ସମେତ ୩୦ରୁ ଊର୍ଦ୍ଧ୍ୱ ସରକାରୀ କାର୍ଯ୍ୟାଳୟ ଓ ୧୦ରୁ ଊର୍ଦ୍ଧ୍ୱ ସ୍କୁଲ୍‌ କଲେଜ, ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତ ସମେତ ୫ଟି ଅଦାଲତ କାର୍ଯ୍ୟ କରୁଛି। ଏହା ଉପରେ ଜଗତ୍‌ସିଂହପୁର ଜିଲା ସମେତ କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇ, ଗରଦପୁର ଓ ମହାକାଳପଡ଼ା ବ୍ଲକର ବହୁ ଲୋକ ନିର୍ଭରଶୀଳ। ଖାଲି ସେତିକି ନୁହେଁ. ପୁରୀ ଜିଲାର ବହୁ ଅଧିବାସୀ କୁଜଙ୍ଗରୁ ଦୈନିକ ପାରାଦୀପ ଯାତାୟାତ କରନ୍ତି । ସେହିପରି କଟକ, ଭୁବନେଶ୍ୱର ସମେତ ଅନ୍ୟ ଅଞ୍ଚଳକୁ ମଧ୍ୟ ଏଠାରୁ ବସ୍‌ ଓ ଅନ୍ୟ ଯାତ୍ରୀବାହୀ ଯାନ ଆଦି ମିଳିଥାଏ। ଏନେଇ ଶୀତ, ଖରା, ବର୍ଷା ସମୟରେ ଯାତ୍ରୀମାନେ ଉକ୍ତ ବିଶ୍ରାମାଗାରକୁ ଆସି ଯାତ୍ରୀବାହୀ ଯାନକୁ ଅପେକ୍ଷା କରନ୍ତି। ମାତ୍ର ଉକ୍ତ ବିଶ୍ରାମାଗାରକୁ ଭାଙ୍ଗି କେଉଁ ଉଦ୍ଦେଶ୍ୟରେ ସେଠାରେ ଦୋକାନଗୃହ ନିର୍ମାଣ କରାଯାଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସାମାଜିକ କର୍ମୀ ତଥା ମାଟି ସୁରକ୍ଷା ମଞ୍ଚ ସଂଯୋଜକ ହୃଷୀକେଶ ନାଥ କୁହନ୍ତି। ପ୍ରଶାସନ ପକ୍ଷରୁ ସେଠାରେ ଜୋରଜବରଦସ୍ତ ଦୋକାନ ଘର ନିର୍ମାଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏ ନେଇ ଜିଲାପାଳଙ୍କୁ ଅବଗତ କରାଯାଇଛି। ଜିଲାପାଳ ଏନେଇ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବା ସହ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ନାଥ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି, କୁଜଙ୍ଗର ବିକାଶ କରିବା ପ୍ରଶାସନର ମୂଳ ଲକ୍ଷ୍ୟ । ଏବେ ବିଶ୍ରାମାଗାର ଭଙ୍ଗାଯାଇ ଦୋକାନ ଘର କରାଯାଉଛି। ପରବର୍ତ୍ତୀ ସମୟରେ କଟକ ଅଭିମୁଖେ ଯାଉଥିବା ଯାତ୍ରୀଙ୍କ ନିମନ୍ତେ ଅନ୍ୟ ଏକ ବିଶ୍ରାମାଗାର ନିର୍ମାଣ କରିବାକୁ ଯୋଜନା ରହିଛି। ମାତ୍ର ଉକ୍ତ ଯୋଜନା କେବେ କାର୍ଯ୍ୟକାରୀ ହେବ ସେନେଇ ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri