Posted inରାଜ୍ୟ

ନବୀକରଣ ହୋଇପାରୁନି ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା: ୨ ମାସ ହେଲା ସରୁନି ପ୍ରଶାସନିକ କାର୍ଯ୍ୟ

ଭାପୁର,୨୪ା୭ (ଡି.ଏନ୍‌.ଏ): ଦୀର୍ଘ ୨୦ ବର୍ଷ କାଳ ଓଡ଼ିଶାରେ ବିଜେଡି ସରକାର ଅମଳରେ ସବୁଠାରୁ ଅବହେଳିତ ଅବସ୍ଥାରେ  ଖବରଦାତାମାନେ ରହିଛନ୍ତି। ରାଜ୍ୟରେ ସେମାନଙ୍କୁ ଚିହ୍ନଟ କରି ବିଭିନ୍ନ ସୁବିଧା, ସୁଯୋଗ ଦେବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଦୀର୍ଘ ୫୦ ବର୍ଷ ହେଲା ଦାବି କରି ଆସୁଥିବା ସତ୍ତ୍ୱେ ଏମାନଙ୍କୁ ଚିହ୍ନଟ କରାଯାଇପାରୁ ନ ଥିଲା। ଗତବର୍ଷ ରାଜ୍ୟର ୬ ହଜାର ଖବରଦାତା ଚିହ୍ନଟ ହେବା ପରେ ସେମାନଙ୍କୁ ରାଜ୍ୟ ସରକାର ୨ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ଯୋଗାଇ ଦେଇଥିଲେ। ଅପରପକ୍ଷରେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାଧାରଣ ଲୋକମାନଙ୍କୁ ୫ଲକ୍ଷ ଟଙ୍କାର ବୀମା ଓ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଦେବାକୁ ସରକାର ଘୋଷଣା କରିଛନ୍ତି। ରାଜ୍ୟରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ୫ଲକ୍ଷ ଓ ୧୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯାଉଥିବାବେଳେ ହାତଗଣତି ଖବରଦାତାଙ୍କୁ ୨ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଦେଇ ରାଜ୍ୟ ସରକାର ଖବରଦାତା ବିରୋଧୀ ପରିଚୟ ଦେଇଛନ୍ତି। ଅନ୍ୟପକ୍ଷରେ ସେହି ୨ ଲକ୍ଷ ଟଙ୍କାର ବୀମା ଯୋଗାଉଥିବା ବେଳେ ଏହା ଗତ ମେ ମାସ ୩୧ ତାରିଖଠାରୁ ତା’ର ଅବଧି ସରିଯାଇଥିଲେ ହେଁ ଏହା ନବୀକରଣରେ ଅହେତୁକ ବିଳମ୍ବ କରାଯାଉଛି। ଯାହାଯୋଗୁ ହଜାର ହଜାର ଖବରଦାତା ପରିବାର ଏହି ଯୋଜନାରୁ ଏବେ ବାଦ୍‌ ପଡ଼ିଛନ୍ତି। ଏ ନେଇ ନୟାଗଡ଼ ଜିଲା ଲୋକସମ୍ପର୍କ ଅଧିକାରୀ କୁହନ୍ତି ଯେ, ଆମେ ଜିଲାର ସମସ୍ତ ଖବରଦାତାଙ୍କ ସ୍ବାସ୍ଥ୍ୟବୀମା ନବୀକରଣ ପାଇଁ ରାଜ୍ୟକୁ ପଠାଇ ଦେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୫।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ରବିବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତାଙ୍କୁ ଭାଜପା ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମ୍‌ପି ଅପରାଜିତତା ଷଡଙ୍ଗୀ ପ୍ରମୁଖ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା, କଂଗ୍ରେସରୁ ଏହି ବରିଷ୍ଠ ନେତା ପାଇଲେ ଟିକେଟ୍‌…

ଭୁବନେଶ୍ୱର,୫।୫: ନୀଳଗିରି ବିଧାନସଭା ଆସନ ଲାଗି କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଛି। ୧୯୮୦ ଏବଂ...

ଭାଜପା ଟାର୍ଗେଟରେ ଓଡ଼ିଶା: ୮ରେ ଆସିବେ ରାଜନାଥ ସିଂ, ୧୨ରେ ଶାହା

ଭୁବନେଶ୍ୱର, ୫।୫: ଓଡ଼ିଶାରେ ସରକାର ଗଠନ କରିବା ଲକ୍ଷ୍ୟରେ ପୁରା ଜୋର ଲଗାଉଛନ୍ତି ଭାଜପା ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୫।୫: ୫ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ କଂଗ୍ରେସ ନିଜର ପ୍ରାର୍ଥୀ ଅଦଳବଦଳ କରିଛି। ଜଳେଶ୍ୱରରେ ସୁଦର୍ଶନ...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri