ବିଷମକଟକ/ମୁନିଗୁଡ଼ା,୨୬।୧୧(ଡି.ଏନ୍.ଏ.): ଭାରତୀୟ ସମାଜବାଦୀ ପାର୍ଟି(ବିଏସ୍ପି) ରାୟଗଡ଼ା ଜିଲା ସଭାପତି ତଥା ଆଦିବାସୀ ନେତା ଜିତୁ ଜାକାସିକାଙ୍କୁ ଟାର୍ଗେଟକରି ବିଷମକଟକ, ମୁନିଗୁଡ଼ା ଏବଂ ଅମ୍ବାଦଳା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ବିଷମକଟକ ବ୍ଲକ କାର୍ଯ୍ୟାଳୟ କାନ୍ଥ, ମୁନିଗୁଡ଼ା ଥାନା ଅଧୀନ ମୁନିଖୋଲ ପଞ୍ଚାୟତ କାର୍ଯାଳୟ କାନ୍ଥ ଏବଂ ଅମ୍ବାଦଳା ଥାନା ଅଧୀନ ହାଟଦହିଖାଲ ଛକରେ ଏହି ପୋଷ୍ଟର ଲାଗିଥିବା ଦୃଷ୍ଟିକୁ ଆସିଛି।
ବିଏସ୍ପି ନେତା ଜିତୁ ଜାକାକା କିଏ, ସେ କାହିଁକି ନିଜ ନାମକୁ ଜିତୁ ଜାକାସିକା ଲେଖୁଛନ୍ତି। ରାୟଗଡ଼ା ଜିଲା ସଦର ବ୍ଲକ ହାଲୁଆ ଗ୍ରାମର ଇନ୍ଦ୍ର ଜାକାକାଙ୍କ ପୁଅ ଜିତେନ୍ଦ୍ର ଜାକାକା ହୋଇଥିବା ବେଳେ ସେ ନିଜ ନାମ ଜିତୁ ଜାକାସିକା କହି ଡଙ୍ଗରିଆଙ୍କ ନଁାରେ ସମସ୍ତଙ୍କୁ ଲୁଟୁଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଜିତେନ୍ଦ୍ର ଜକାକା ଡଙ୍ଗରିଆ ସମ୍ପ୍ରଦାୟର ନ ହୋଇ ମଧ୍ୟ ନିଜକୁ ଡଙ୍ଗରିଆ ଭାବରେ ପରିଚୟ ଦେଉଛନ୍ତି। ଫେସ୍ବୁକ୍ରେ ଜିତୁ ଜାକାସିକା ନାମରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ସରକାରୀ ଫାଇଲରେ ଜିତେନ୍ଦ୍ର ଜାକାକା ନାମ ରହିଛି। ଜିତେନ୍ଦ୍ର ଜାକାକା ଓରଫ ଜିତୁ ଜାକାସିକା ନିୟମଗିରିର ସରଳ ଡଙ୍ଗରିଆଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପ୍ରବର୍ତ୍ତାଉଛି ବୋଲି ଏଥିରେ ଉଲ୍ଲେଖ ରହିଛି। ଆଦିବାସୀଙ୍କ ନଁାରେ ଠିକାଦାର, ସରକାରୀ ଅଧିକାରୀ ଓ ବେପାରୀ ମାନଙ୍କୁ ବ୍ଲାକ୍ମେଲ କରି ଟଙ୍କା ଲୁଟୁଛନ୍ତି। ଏହାର ହିସାବ ପ୍ରଜାକୋର୍ଟରେ ହେବ ବୋଲି ମଧ୍ୟ ପୋଷ୍ଟରରେ ଲେଖାଯାଇଛି। ସାଦା କାଗଜରେ ଲାଲ୍ ସଲାମ ଲେଖି ବିଏସ୍ପି ନେତାଙ୍କୁ ଟାର୍ଗେଟ କରାଯାଇଥିବାବେଳେ ଏହି ହାତଲେଖା ପୋଷ୍ଟର ମାଓବାଦୀ ଲଗାଇଛନ୍ତି ନା ଆଉ କିଏ ତାହା ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ ପୋଷ୍ଟର ବିଷୟରେ ବିଏସ୍ପି ଜିଲା ସଭାପତି ଜିତୁ ଜାକାସିକାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା ମାଓବାଦୀଙ୍କ ପୋଷ୍ଟର ନୁହେଁ। ବିଏସ୍ପିର ଲୋକପ୍ରିୟତା ଯୋଗୁ କେତେଜଣ କୁଚକ୍ରୀ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ଏଭଳି ପୋଷ୍ଟର ମାଧ୍ୟମରେ ଅପପ୍ରଚାର କରି ଦଳର କର୍ମକର୍ତ୍ତାଙ୍କୁ ଅପମାନିତ କରାଯାଇଛି ବୋଲି ବିଏସ୍ପି ପକ୍ଷରୁ ମୁନିଗୁଡ଼ା ଥାନାରେ ଏତଲା ଦିଆଯାଇଛି। ତଦନ୍ତକରି ପୋଷ୍ଟର ଲଗାଇଥିବା ଲୋକଙ୍କୁ ଗିରଫ କରା ନ ଗଲେ ଥାନା ପରିସରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପୋଲିସ ପୋଷ୍ଟରଗୁଡ଼ିକୁ ଜବତକରି ତଦନ୍ତ ଚଳାଇଥିବା ବିଷମକଟକ ଏସ୍ଡିପିଓ ଆକାଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।
ଫଟୋ-ଜବତ କରାଯାଇଥିବା ପୋଷ୍ଟର।
ପୋଷ୍ଟରରେ ଜିତୁ ଜାକାସିକାଙ୍କୁ ଟାର୍ଗେଟ: ପ୍ରଜାକୋର୍ଟରେ ବିଚାର କରାଯିବ ବୋଲି ଚେତାବନୀ
Posted inଆମ ଜିଲା ଖବର, ରାୟଗଡା View All
ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...
ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ
ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…
ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...
୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ
ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...
କ୍ରୀଡ଼ା ମହୋତ୍ସବକୁ ଉଦ୍ଘାଟିତ କଲେ ଆସିକା ଏମ୍ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍
ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...
ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ
ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...
ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ
ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...
Archives


