ହ୍ୱାଇଟ ହାଉସରେ ସମ୍ପନ୍ନ ହେଲା ବାଇଡେନଙ୍କ ନାତୁଣୀ ନାଓମିଙ୍କ ବିବାହ

ୱାଶିଂଟନ,୨୦ ।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମି ବାଇଡେନଙ୍କର ରବିବାର ହ୍ୱାଇଟ ହାଉସରେ ବିବାହ ସମ୍ପନ୍ନ ହୋଇଛି । ହ୍ୱାଇଟ ହାଉସରେ ଆୟୋଜିତ ଏକ ପ୍ରାଇଭେଟ ପାର୍ଟିରେ ସେ ପିଟର ନୀଲଙ୍କୁ ବିବାହ କରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ନାଓମି ସାଉଥ ଲନରେ ବିବାହ କରିଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ ପ୍ରାୟ ଗୋଟିଏ ଦଶକରୁ ଅଧିକ ସମୟ ପରେ ଏମିତି ପ୍ରଥମ ଥର ହୋଇଛି ହ୍ୱାଇଟ ହାଉସରେ ଏକ ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କେବଳ ଏତିକି ନୁହେଁ ହ୍ୱାଇଟ ହାଉସ ଇତିହାସରେ ପ୍ରଥମ ଥର ଲାଗି କୌଣସି ରାଷ୍ଟ୍ରପତିଙ୍କ ନାତି/ନାତୁଣୀଙ୍କର ବିବାହ ହୋଇଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହ୍ୱାଇଟ ହାଉସରେ ବିବାହ ପରେ ସେଠାରେ ଲଞ୍ଚ କରାଯାଇଥିଲା ଯେଉଁଥିରେ ବାଇଡେନ ପରିବାରର ନିକଟତମମାନେ ସାମିଲ ହୋଇଥିଲେ ।
ନିଜ ନାତୁଣୀଙ୍କ ବାହାଘରକୁ ନେଇ ଉତ୍ସାହିତ ଥିବା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟ ଲେଡି ଜିଲ ବାଇଡେନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେମାନେ ଟୁଇଟ କରି କହିଛନ୍ତି ନାଓମି ଓ ପିଟର ତୁମକୁ ଶୁଭେଚ୍ଛା, ଆମେ ତୁମକୁ ଭଲପାଉ ।
ସୂଚନାଯୋଗ୍ୟ, ୨୦୨୧ରେ ନାଓମି ଓ ପିଟର ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସେମାନଙ୍କ ବିବାହ ଘୋଷଣା କରିଥିଲେ । ସେମାନଙ୍କ ଏହି ପୋଷ୍ଟ ପରେ କମେଣ୍ଟ ବକ୍ସରେ ସେମାନଙ୍କ ପ୍ରଶଂସକ ଶୁଭେଚ୍ଛା ଜଣାଇ ସ୍ୱାଗତ କରିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ବର୍ଷ ଆରମ୍ଭରୁ ହିଁ ଏମାନେ ସୂଚନା ଦେଇଥିଲେ କି ଏମାନେ କେଉଁଠି ବିବାହ କରିବେ ।
ସୂଚନା ଅନୁଯାୟୀ, ହ୍ୱାଇଟ ହାଉସରେ ୨୦୧୩ରେ ଶେଷ ଥର ପାଇଁ ଏକ ବିବାହ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରପତିଙ୍କ ଫଟୋଗ୍ରାଫର ପିଟ ସୁଜା ରୋଜ ଗାର୍ଡନରେ ତାଙ୍କ ପାର୍ଟନର ପଟ୍ଟି ଲିଜଙ୍କ ସହ ବିବାହ ପାଇଁ ଉଭୟ ଏକାଠି ରହିବାକୁ କଥା ଦେଇଥିଲେ ।
୨୮ ବର୍ଷିୟା ନାଓମି ବାଇଡେନ କଲମ୍ବିଆ ଲ ସ୍କୁଲରେ ପାଠ ପଢିଛନ୍ତି । ଏପଟେ ପିଟର ବି ଆଇନ ଛାତ୍ର । ଏହା ପୂର୍ବରୁ ହ୍ୱାଇଟ ହାଉସର କିଛି କାର୍ଯ୍ୟକ୍ରମରେ ସେ ଇଣ୍ଟର୍ନଶିପ କରି ସାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri