କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି ପ୍ରଦାନ କରାଯାଉ ନାହିଁ। ଏଥିପାଇଁ ଚାଷୀଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାଁ ଧପଡ଼ କରିବା ସହିତ ରାସ୍ତାରୋକୋଠାରୁ ରେଲରୋକୋ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବାକୁ ପଡୁଛି। ଏହାସତ୍ତ୍ୱେ ବୀମା କ୍ଷତିପୂରଣ ରାଶି ପ୍ରଦାନରେ ଜିଲାରେ ଦେଖାଯାଉଥିବା ସମସ୍ୟା ଅସମାହିତ ରହିଯାଉଛି। ଏହାକୁ ନେଇ ଜିଲାରେ ପୁଣି ଚାଷୀ ଅସନ୍ତୋଷ ଦେଖାଯାଇଛି। ଗୁରୁବାର ଜିଲାର ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ପଞ୍ଚାୟତର ଚାଷୀମାନେ ଏଭଳି ଅଭିଯୋଗ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହିତ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ତାହା ଗ୍ରହଣ କରିଥିଲେ। ଫସଲକ୍ଷତି ଅନୁପାତରେ ବୀମା କମ୍ପାନୀ ବୀମାରାଶି ପ୍ରଦାନ କରୁ ନଥିବା ଅଭିଯୋଗ କରି ବିହିତ ପଦକ୍ଷେପ ନେବା ପାଇଁ ସ୍ମାରକପାତ୍ରରେ ଜିଲାପାଳଙ୍କୁ ନିବେଦନ କରାଯାଇଛି।
ସୂଚନା ଅନୁଯାୟୀ, ଗତବର୍ଷ ରବି ଫସଲ ସମୟରେ ଅଦିନିଆ ବର୍ଷା ଯୋଗୁ ରେଶମ ପଞ୍ଚାୟତରେ ବ୍ୟାପକ ଧାନ ଫସଲ କ୍ଷତି ହୋଇଥିଲା। ସେତେବେଳେ କୃଷି, ରାଜସ୍ବ ଏବଂ ବୀମା କର୍ମଚାରୀମାନେ କ୍ରପ୍‌କଟିଂ କରି କ୍ଷୟକ୍ଷତି ଆକଳନ କରିଥିଲେ। କ୍ରପ୍‌କଟିଂ ପରେ ଉକ୍ତ ପଞ୍ଚାୟତରେ ୫୦% ଫସଲକ୍ଷତି ହୋଇଥିବା ନେଇ ସେମାନେ ଆକଳନ କରିବା ସହିତ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହି ଅନୁପାତରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପ୍ରତି ୧୮ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଲେଖାଏ ବୀମାରାଶି ମିଳିବା କଥା। ମାତ୍ର ଫସଲକ୍ଷତିର ବର୍ଷକ ପରେ ଚାଷୀଙ୍କୁ ବୀମାରାଶି ପ୍ରଦାନ କରାଯାଉଥିଲେ ସୁଦ୍ଧା ତାହା ଧର୍ମକୁ ଆଖିଠାର ଭଳି ଚାଷୀମାନେ ଅଭିଯୋଗ କରିଛନ୍ତି।
ଗତ ମାର୍ଚ୍ଚ ୨୭ ତାରିଖଠାରୁ ବୀମା କମ୍ପାନୀ ଉକ୍ତ ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ବୀମା ରାଶି ପ୍ରଦାନ କରିଛି। ତେବେ ଏକର ପ୍ରତି ୧୮ହଜାର ଟଙ୍କାରୁ ଊର୍ଦ୍ଧ୍ୱ ବୀମାରାଶି ମିଳିବା ବଦଳରେ ଏହାକୁ ୫ରୁ ୬ ହଜାର ଟଙ୍କା ମଧ୍ୟରେ ସୀମିତ ରଖାଯାଇଛି ଏବଂ ଏହା ପ୍ରାପ୍ୟ ବୀମାରାଶିର ମାତ୍ର ୧୫ରୁ ୨୦% ମଧ୍ୟରେ ରହିଥିବା ଚାଷୀମାନେ କହିଛନ୍ତି। ଅନ୍ୟପଟେ ବୀମା କମ୍ପାନୀ ଏପର୍ଯ୍ୟନ୍ତ କେତେଜଣ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମାରାଶି ପ୍ରଦାନ କରିଛି, ତାହା ସ୍ପଷ୍ଟ କରି ନଥିବାବେଳେ ଏବେ ମଧ୍ୟ ଅନେକ ଚାଷୀ ବୀମାରାଶି ପାଇବାରୁ ବଞ୍ଚତ୍ତ ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଏଭଳି ଅଭିଯୋଗ ନେଇ ଜିଲାପାଳଙ୍କୁ ଜଣାଇବା ପାଇଁ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ମାତ୍ର ସେମାନେ ପହଞ୍ଚତ୍ବା ପୂର୍ବରୁ ପୋଲିସ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ଦେଇଥିଲା। ଏହାକୁ ନେଇ ସାମୟିକ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ କିଛି ସମୟ ପରେ ଅତିରିକ୍ତ ଜିଲାପାଳ ସାହୁ ନିଜ ଭ୍ୟାନରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ମାତ୍ର ଧାରଣାରତ ଚାଷୀମାନେ ଫାଟକ ସମ୍ମୁଖରୁ ଉଠି ନଥିଲେ ଏବଂ ଚାଷୀମାନେ ଅଭିଯୋଗ କରିବାକୁ ଆସିଲେ ଜିଲାପାଳଙ୍କ କାର୍ଯ୍ୟାଳୟରେ କାହିଁକି ପୋଲିସ ତାଲା ମାରୁଛି ବୋଲି ପ୍ରଶ୍ନ କରିଥିଲେ। ପରେ ଅତିରିକ୍ତ ଜିଲାପାଳ ସାହୁ ଭ୍ୟାନରୁ ଓହ୍ଲାଇ ସ୍ମାରକପତ୍ର ଗ୍ରହଣ କରିଥିଲେ ଏବଂ ଚାଷୀମାନେ ଧାରଣାରୁ ଉଠିବା ପରେ କାର୍ଯ୍ୟାଳୟ ଭିତରକୁ ଯାଇଥିଲେ। ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ଚାଷୀ ପ୍ରତିନିଧି, ବୀମା କମ୍ପାନୀ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ତ୍ରିପାକ୍ଷିକ ବୈଠକ ଡାକିବାକୁ ଚାଷୀମାନେ ଆହ୍ବାନ କରିଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ଏହାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ସୁଦାମ ଚରଣ ପାତ୍ର, ନରେନ୍ଦ୍ର ଭୋଇ, ନରେନ୍ଦ୍ର କୁମାର ବାରିକ, ସନ୍ତୋଷ ପ୍ରଧାନ, ରାହାସ ପ୍ରଧାନ, ଭରତ ପ୍ରଧାନଙ୍କ ସମେତ ଅନେକ ଚାଷୀ ପ୍ରତିନିଧି ଏଥିରେ ସାମିଲ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

୨୦୨୯ରେ ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ! ବିଧାୟିକାଙ୍କ ବଡ଼ ଦାବିକୁ ନେଇ ରାଜନୀତିରେ ହଇଚଇ

ଚେନ୍ନାଇ,୨।୯: ତାମିଲନାଡୁର ରାଜନୀତିରେ ଏବେ ଥଲାପତି ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସତ୍ତାରୂଢ଼ ଟିଭିକେ (TVK)ର ନେତା ଓ ମନ୍ତ୍ରୀମାନେ ବିଜୟଙ୍କୁ ୨୦୨୯ରେ ପ୍ରଧାନମନ୍ତ୍ରୀ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, ଆମେରିକାର ନାଁ ନାହିଁ! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨।୯: ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ତାଙ୍କ ଭାଷଣରେ ସେ ଭାରତକୁ ବିଶ୍ୱର…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri