‘ମୋତେ ପଢ଼ିବାକୁ ଦିଆଯାଉ’

ଭୁବନେଶ୍ୱର, ୮।୧୧(ବ୍ୟୁରୋ):‘ମୋତେ କଲେଜରେ ରହି ପଢ଼ିବାକୁ ଦିଆଯାଉ। ନ୍ୟାୟ ମିଳୁ। ନଚେତ ମୋତେ ଆତ୍ମହତ୍ୟା କରିବାକୁ ଅନୁମତି ଦିଆଯାଉ।’ ରାଗିଂ ଅଭିଯୋଗ ଆଣିଥିବା ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଦ୍ୱିତୀୟ ବର୍ଷ ଛାତ୍ରୀ ରୋଜାଲିନ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏପରି ଅନୁରୋଧ କରିଛନ୍ତି। ଘଟଣାକୁ ୭ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ପୋଲିସ ତାଙ୍କୁ ଜୋର ଜବରଦସ୍ତ ହଷ୍ଟେଲରୁ ବିଦା କରିଦେଇଛି। କଲେଜ କର୍ତ୍ତୃପକ୍ଷ, ପୋଲିସ ଏବଂ ଗଣଶିକ୍ଷା ମନ୍ତ୍ରୀ ମିଳିମିଶି ଷଡ଼ଯନ୍ତ୍ର କରୁଥିବା ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏଶନ କହିଛି। ସୋମବାର ସାମ୍ବାଦିକ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଗିଂ ଶିକାର ଛାତ୍ରୀଙ୍କ ଉପସ୍ଥିତିରେ ଆସୋସିଏଶନ ଏଭଳି ଅଭିଯୋଗ ଆଣିଛି। ଏପରି କି ପୀଡ଼ିତା ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ସମ୍ପର୍କରେ ସୂଚନା ଦିଆଯାଇଛି। ଆସୋସିଏଶନ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ସାମଲ କହିଛନ୍ତି, ମହିଳା ସୁରକ୍ଷା କେବଳ ନାରାରେ ରହିଯାଇଛି। ସରକାର ରାଗିଂ ଫ୍ରି ପାଇଁ ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଝିଅଟିଏ ରାଗିଂର ଶିକାର ହେଲା ପରେ ତାଙ୍କୁ ସୁରକ୍ଷା ନାହିଁ। ପୋଲିସ ପ୍ରଶାସନ ଚାହୁଁଛି ରୁଚିକା ପରି ରୋଜାଲିନ ମଧ୍ୟ ଜୀବନ ହାରିଦେଉ। କିଏ ସେହି ରାଗିଂ କରିଥିବା ୪ଜଣ ବାହୁବଳୀ ଯୁବକ, ଯାହାଙ୍କୁ ସୁରକ୍ଷା ଦେବାକୁ ସମସ୍ତେ ଲାଗିପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ କରି ତୁରନ୍ତ ପୀଡ଼ିତାଙ୍କୁ ନ୍ୟାୟ ଦିଅନ୍ତୁ। ନଚେତ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ରୋଜାଲିନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କଲେଜ ହଷ୍ଟେଲରେ ୩ ମାସ ଧରି ତାଙ୍କ ଉପରେ ରାଗିଂ କରାଯାଇଥିଲା। କଲେଜର କେତେଜଣ ସିନିୟର ଛାତ୍ରୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏ ସମ୍ପର୍କରେ ବାରମ୍ବାର ହଷ୍ଟେଲ ୱାର୍ଡେନଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଫଳରେ ଅଭିଯୋଗ କରିଥିବାରୁ ସମ୍ପୃକ୍ତ ସିନିୟର ଛାତ୍ରୀଙ୍କ ୪ ପୁରୁଷ ବନ୍ଧୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏସିଡ୍‌ ପକାଇ ମାରିଦେବାକୁ ଧମକ ଦେଇଥିଲେ। ଗତ ଅକ୍ଟୋବର ୩୦ ସନ୍ଧ୍ୟାରେ ନିର୍ଯାତନା ଅସହ୍ୟ ହେବାରୁ ଘଟଣା ସମ୍ପର୍କରେ ସେ ବଡ଼ ଭଉଣୀଙ୍କୁ ଜଣାଇଥିଲେ। ଏଥିସହ ନିମାପଡ଼ା ଥାନାରେ ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୌଣସି ସମାଧାନ କରିନାହିଁ। ଆସନ୍ତା ୧୨ ତାରିଖରେ ପରୀକ୍ଷା ଅଛି, କଲେଜ କର୍ତ୍ତୃପକ୍ଷ ହଷ୍ଟେଲରେ ଥିବା ପଢ଼ାବହି ଓ ଅନ୍ୟାନ୍ୟ ଜିନିଷପତ୍ର ଦେଉ ନ ଥିଲେ। ଗତ ୫ ତାରିଖରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିବା ପରେ ସେ ଥାନାକୁ ଯିବାକୁ କହିଥିଲେ। ପୋଲିସ ପ୍ରିନ୍ସିପାଲଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ହଷ୍ଟେଲରୁ ଜିନିଷପତ୍ର ନେଇଯିବାକୁ ବାଧ୍ୟ କରିଥିଲେ। କଲେଜ କର୍ତ୍ତୃପକ୍ଷ, ପୋଲିସ ପ୍ରଶାସନ ଓ ମନ୍ତ୍ରୀ ସମ୍ପୃକ୍ତ ୪ଜଣ ପୁଅଙ୍କ ବିରୋଧରେ କେସ୍‌ ନ କରି ନିର୍ଯାତନା ଦେଉଥିବା ସିନିୟର ଝିଅଙ୍କ ସହିତ ସମାଧାନ କରିବାକୁ ବାଧ୍ୟ କରୁଛନ୍ତି। ସମାଧାନ ନ କଲେ କଲେଜରେ ପ୍ରବେଶ କରାଇ ଦେବେନି ବୋଲି ଧମକ ଦେଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ତାଙ୍କ ପାଠପଢ଼ା ଲାଗି ବ୍ୟବସ୍ଥା କରିବାକୁ ରୋଜାଲିନ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri