Posted inଜାତୀୟ

୩ ରାଜଧାନୀ ମାମଲାର ଶୁଣାଣି: ଖଣ୍ଡପୀଠରୁ ଅଲଗା ହେଲେ ସିଜେଆଇ…

ନୂଆଦିଲ୍ଲୀ,୧।୧୧ : ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଉଦୟ ଉମେଶ ଲଲିତ ମଙ୍ଗଳବାର ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଆବେଦନ ଶୁଣାଣିରୁ ନିଜକୁ ଦୂରେଇ ରଖିଛନ୍ତି। ଏଥିରେ ଉଲ୍ଲେଖଥିଲା ଯେ ରାଜଧାନୀକୁ ଘୁଞ୍ଚାଇବା, ବିଭାଜନ ନେଇ କୌଣସି ଆଇନ କରିବା କ୍ଷେତ୍ରରେ ରାଜ୍ୟର ଅଧିକାରରେ ଯୋଗ୍ୟତା ଅଭାବ ରହିଛି। ଯେତେବେଳେ ରାଜ୍ୟ ସରକାରଙ୍କ ଆବେଦନ ଶୁଣାଣି ପାଇଁ ଆସିଲା, ସେତେବେଳେ ପ୍ରଧାନ ବିଚାରପତି ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା ଯେ ଜଷ୍ଟିସ ଲଲିତ ଜଣେ ଆଡଭୋକେଟ ଭାବରେ ଆନ୍ଧ୍ରପ୍ରଦେଶର ବିଭାଜନ ସମ୍ପର୍କିତ ପ୍ରସଙ୍ଗରେ ଆଇନଗତ ମତ ଦେଇଥିଲେ। ସିଜେଆଇ କହିଛନ୍ତି ଯେ ମୁଁ ଏକ ସଦସ୍ୟ ନଥିବା ଖଣ୍ଡପୀଠ ସମ୍ମୁଖରେ ଏହି ମାମଲା ତାଲିକାଭୁକ୍ତ ହେବା ଉଚିତ।

ଚଳିତ ବର୍ଷ ମାର୍ଚ୍ଚ ୩ ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ କହଥିଲେ ଯେ ରାଜଧାନୀ ଚଳାଇବା, ବିଭାଜନ କିମ୍ବା ଭାଗ କରିବା ପାଇଁ ରାଜ୍ୟ ଦ୍ୱାରା କୌଣସି ଆଇନ ହୋଇପାରିବ ନାହିଁ। ଏହାଦ୍ୱାରା ରାଜ୍ୟ ରାଜଧାନୀକୁ ତିନିଟି ଅଲଗା ରାଜଧାନୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀଙ୍କ ଯୋଜନାରେ ବିରାମ ଲାଗିଥିଲା। ହାଇକୋର୍ଟର ତିନିଜଣିଆ ଖଣ୍ଡପୀଠ କହିଥିଲେ ଯେ ରାଜ୍ୟ ସରକାର ଏବଂ ରାଜଧାନୀ ଅଞ୍ଚଳ ବିକାଶ ପ୍ରାଧିକରଣ ଆବେଦନକାରୀଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରିଛନ୍ତି ଏବଂ ୬ ମାସ ମଧ୍ୟରେ ଅମରାବତୀ ରାଜଧାନୀ ତଥା ରାଜଧାନୀ ଅଞ୍ଚଳ ନିର୍ମାଣ ତଥା ବିକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅମରାବତୀ ଅଞ୍ଚଳର କୃଷକମାନଙ୍କ ଦ୍ୱାରା ୬୩ ଟି ପିଟିଶନ ଉପରେ ହାଇକୋର୍ଟଙ୍କ ରାୟ ଆସଥିଲା। ବିଶାଖାପଟ୍ଟନମକୁ ଆନ୍ଧ୍ରପ୍ରଦେଶର କାର୍ଯ୍ୟନିର୍ବାହୀ ରାଜଧାନୀ, କୁର୍ନୁଲକୁ ନ୍ୟାୟିକ ରାଜଧାନୀ ଏବଂ ଅମରାବତୀକୁ ବିଧାନସଭା ରାଜଧାନୀ ରୂପେ ପରିଣତ କରିବା ପାଇଁ ଜଗନ ମୋହନଙ୍କ ଶାସନର ନିଷ୍ପତ୍ତି ବିରୋଧରେ ଏହି ପିଟିଶନ ଦାଖଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବିଷ୍ୟବାଣୀ: ଏତିକି କେତେ ଆସନରେ ଜିତିବ କଂଗ୍ରେସ

କୋଲକାତା,୩।୫: ପଶ୍ଚିମବଙ୍ଗର ବଦ୍ଧମାନ-ଦୁର୍ଗାପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯଦି ମୋଦି...

କହୁଥିଲେ ଡର ନାହିଁ କି ପଳାୟନ କର ନାହିଁ, ଏବେ ଡରିଯାଇ ଓ୍ବାୟନାଡରୁ ରାଏବରେଲି ଯାଉଛନ୍ତି

ନୂଆଦିଲ୍ଲୀ,୩।୫: ହିମାଚଳ ପ୍ରଦେଶର ଧର୍ମଶାଳାରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରାଏବରେଲି ଲୋକ ସଭା ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଟାର୍ଗେଟ...

ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ଲାଗିଲା ବଡ ଝଟ୍‌କା

ରାଞ୍ଚି,୩।୫: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ହେମନ୍ତ ସୋରେନଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏହି ଆବେଦନକୁ...

ରାହୁଲ ରାଏବରେଲିରୁ ପ୍ରାର୍ଥୀ ହେବା ପରେ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ନାଁ ନ ନେଇ ବର୍ଷିଛନ୍ତି। ରାଏବରେଲିରୁ ରାହୁଲ ଗାନ୍ଧୀଙ୍କ...

‘ମୁଁ ମଉଜ କରିବାକୁ ଜନ୍ମ ହୋଇନାହିଁ’

ନୂଆଦିଲ୍ଲୀ,୩ା୫: ଲୋକ ସଭା ନିର୍ବାଚନ-୨୦୨୪ ପାଇଁ  ୭ ମେ’ରେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ପ୍ରଚାର ଜୋର୍‌ଦାର ହୋଇଛି। ଏହି...

କୋଭିଶିଲ୍ଡ ଟିକା ନେବାରୁ ଯାଇଥିଲା ଝିଅର ଜୀବନ, ଆଷ୍ଟ୍ରା ଜେନେକା ବିରୋଧରେ ମାମଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ପିତା

ନୂଆଦିଲ୍ଲୀ,୩।୫: କୋଭିଶିଲ୍ଡ ଟିକା ନେବାରୁ ଜଣେ ଝିଅର ଜୀବନ ଯିବାରୁ ଏବେ ତାଙ୍କର ମାତାପିତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ବ୍ରିଟିଶ ଫାର୍ମା...

‘ରାଏବରେଲିରୁ ହାରିବେ ରାହୁଲ’

ନୂଆଦିଲ୍ଲୀ,୩।୫: ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ନେଇଛି ଯେ ରାହୁଲ...

ସିପିଆଇ ନେତା ଅତୁଲ କୁମାର ଅଞ୍ଜାନଙ୍କ ପରଲୋକ

ଲକ୍ଷ୍ନୌ,୩।୫: ଦୀର୍ଘ ଦିନ ଧରି କର୍କଟ ରୋଗ ସହ ସଂଗ୍ରାମ ପରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ) ର ଜାତୀୟ ସଚିବ ଅତୁଲ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri