୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର ପଦବୀଙ୍କୁ ପଦୋନ୍ନତି ଦେଇଥିବା ପ୍ରଶାସନ ପକ୍ଷରୁ ଜଣାଯାଇଛି। କୋରାପୁଟ ଜିଲାପାଳଙ୍କ ପତ୍ରସଂଖ୍ୟା ୪୪୨/୨୦୨୬ ଅନୁଯାୟୀ ଜିଲାର ସେକ୍ସନ ଅଫିସରଙ୍କ ମଧ୍ୟରେ କୋରାପୁଟ ତହସିଲଦାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ରାଜସ୍ବ ସହାୟକ ଏସ ଶ୍ରୀନିବାସ ରାଓଙ୍କୁ ସେକ୍ସନ ଅଫିସର ଭାବେ ପଦୋନ୍ନତି ଦେଇ ମାଛକୁଣ୍ଡ ତହସିଲ କାର୍ଯ୍ୟାଳୟକୁ ପଠାଯାଇଥିବା ବେଳେ ବନ୍ଧୁଗାଁ ତହସିଲର ଏମ୍‌ କାଳୀପ୍ରସାଦ ପଟ୍ଟନାୟକଙ୍କୁ ସେହି କାର୍ଯ୍ୟାଳୟର ସେକ୍ସନ ଅଫିସର ଭାବେ ପଟାଙ୍ଗୀ ବ୍ଲକର ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ବୈପାରୀଗୁଡ଼ା ବ୍ଲକ କାର୍ଯ୍ୟାଳୟ, ବୈପାରୀଗୁଡ଼ା ବ୍ଲକର ମନୋଜ କୁମାର ବାରିକଙ୍କୁ ଜୟପୁର ବ୍ଲକ, ପଦାର ବିନ୍ଦ ମିଶ୍ରଙ୍କୁ ବନ୍ଧୁଗାଁ ତହସିଲଦାରଙ୍କ କାର୍ଯ୍ୟାଳୟରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଜି ଆଣ୍ଡ ଏମ୍‌ ବିଭାଗ, ବୈଜୟନ୍ତୀ ମାଳା ଖରାଙ୍କୁ ଜିପି ସେକ୍ସନରୁ ଜିଲାପାଳଙ୍କ କାର୍ଯ୍ୟାଳୟ ବିଚାର ବିଭାଗୀୟ ବିଭାଗ, ସବୁଜ ଶେଖର ପାଉଲଙ୍କୁ ନନ୍ଦପୁର ତହସିଲଦାରଙ୍କ କାର୍ଯ୍ୟାଳୟରୁ ସେହି ସ୍ଥାନରେ ପଦୋନ୍ନତି ଦିଆଯାଇଛି, ଜିତେନ୍ଦ୍ର କୁମାର ସାହୁଙ୍କୁ ଲମତାପୁଟ ବ୍ଲକରେ ହିଁ ପଦୋନ୍ନତି ଦିଆଯାଇଛି। ଅବନୀ କୁମାର ବରାଳଙ୍କୁ ନାରାୟଣ ପାଟଣା ବ୍ଲକରୁ ପଟାଙ୍ଗୀ ତହସିଲ କାର୍ଯ୍ୟାଳୟ, ତାରିଣୀ ପ୍ରସାଦ ପଣ୍ଡାଙ୍କୁ କୋଟପାଡ଼ ଆଇସିଡିଏସ୍‌ କାର୍ଯ୍ୟାଳୟରୁ କୋଟପାଡ଼ ତହସିଲ, ଲମ୍ବୋଦର ପଟ୍ଟନାୟକଙ୍କୁ ବୋରିଗୁମ୍ମା ତହସିଲରେ ପଦୋନ୍ନତି ଦିଆଯାଇ ସେହି ସ୍ଥାନରେ ରଖାଯାଇଛି, ଭି ନାଗରଜୁଙ୍କୁ ଲକ୍ଷ୍ମୀପୁର ବ୍ଲକରୁ ନାରାୟଣ ପାଟଣା ବ୍ଲକ ଏବଂ ତୁଳସୀ ଖିଲ ବୋରିଗୁମ୍ମା ଆଇସିଡିଏସ୍‌ କାର୍ଯ୍ୟାଳୟରୁ କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ପଦୋନ୍ନତି ଦିଆଯାଇଥିବା ଜଣାପଡ଼ିଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?