ନିମ୍ନମାନର କାମ ନେଇ ଅଭିଯୋଗ

କେସିଙ୍ଗା,୩୧।୧୦(ଡି.ଏନ.ଏ.): ରାଜ୍ୟର ପ୍ରତ୍ୟେକ ବ୍ଲକରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ମଞ୍ଜୁର କରୁଛନ୍ତି। ଏହିକ୍ରମରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ୨୦୨୧-୨୨ ଆର୍ଥିକ ବର୍ଷରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ଭବାନୀପାଟଣା ପିଡବ୍ଲୁଡ଼ି ବିଭାଗକୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି। ଏହାର ନିର୍ମାଣ ପାଇଁ କେସିଙ୍ଗା ଜିଆର କଷ୍ଟ୍ରକଶନ ଟେଣ୍ଡର ପକାଇଥିଲା। ହେଲେ ନିର୍ମାଣାଧୀନ ମିଶନ ଶକ୍ତି ଭବନରେ ବିନା ସୂଚନ ଫଳକ, ନିମ୍ନମାନ କାର୍ଯ୍ୟ ହେଉଛି ବୋଲି କେସିଙ୍ଗା ବୁଦ୍ଧିଜୀବୀମାନେ ପିଡବ୍ଲୁଡି ବିଭାଗର ଏସି, ଏସଡିଓ, ଜେଇ, ଏବଂ ମିଶନ ଶକ୍ତି ବିଭାଗ ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୂଚନା ଯେ, ଗତ ୨୭।୧୨।୨୦୨୧ରେ ଆରମ୍ଭ ହୋଇ ଗତ ୨୯।୯।୨୦୨୨ରେ ସମ୍ପୂର୍ଣ୍ଣ ହେବା କଥା। ଜମି ଚିହ୍ନଟ ପରେ କେସିଙ୍ଗା ସିଡିପିଓ କାର୍ଯ୍ୟାଳୟ ଚିଠି ନମ୍ବର ୬୯/୧୦।୫।୨୦୨୨ ଅନୁସାରେ ଉକ୍ତ ଠିକାଦାରଙ୍କୁ ଜମି ଚିହ୍ନଟ କାଗଜପତ୍ର ଦେବା ପରେ ନିର୍ମାଣ ପାଇଁ ଆଦେଶ ଦିଆଯାଇଥିଲା। ପିଡବ୍ଲୁଡି ବିଭାଗର ଜେଇଙ୍କ ଉପସ୍ଥିତରେ ସବୁ କାର୍ଯ୍ୟ ହେଉଛି। ମିଶନ ଶକ୍ତି ଫଣ୍ଡରୁ ୩୭ ଲକ୍ଷ ୪୫ ହାଜର ୭୧୮ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଛି। ବର୍ତ୍ତମାନ ଉକ୍ତ ଭବନର ଚତୁ ପାର୍ଶରେ ବାଡ଼ା କାମ ଦ୍ରୁତ ଗତିରେ ଚାଲିଛି। ଏ ନେଇ ମିଶନ ଶକ୍ତି ବିଭାଗ ବ୍ଲକ ପ୍ରୋଜେକ୍ଟ କୋର ସବିତା ସେଠୀଙ୍କୁ ପଚାରିବାରୁ ମିଶନ ଶକ୍ତି ଭବନ ଠିକ ଭାବେ କାମ ନିର୍ମାଣ ହେଉଛି ବୋଲି କହିଥିଲେ। ଏ ସଂକ୍ରାନ୍ତରେ ପିବ୍ଲୁଡି ବିଭାଗ ଏସଡିଓ ଭଗବାନ ସାହୁଙ୍କୁ ପଚାରିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗୋଟିଏ ଡ୍ରଇଂରେ ସାରା ଓଡ଼ିଶାରେ ଏହି ମିଶନ ଶକ୍ତି ଭବନ ଠିକ ଭାବେ ଚାଲିଛି। କେହି ବି ଏହି କାମ ଉପରେ ହାତ ମାରିପାରିବେ ନାହିଁ। ଜିଲାର ପ୍ରତ୍ୟେକ ବ୍ଲକ ଏବଂ କେସିଙ୍ଗାରେ ବହୁତ ଭଲ ଭାବେ କାମ ହେଉଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri