ଡିସେମ୍ବର ୧୦ରୁ ଭୁବନେଶ୍ୱରରେ ଡଗ୍‌ ଶୋ’

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ) – ଦୁଇବର୍ଷ ଧରି ବନ୍ଦ ରହିବା ପରେ ଭୁବନେଶ୍ୱରରେ ପୁଣି ହେବ ଡଗ୍‌ ଶୋ’। ଓଡ଼ିଶା କେନେଲ୍‌ କ୍ଲବ ପକ୍ଷରୁ ଡିସେମ୍ବର ୧୦ ଓ ୧୧ରେ ୟୁନିଟ-୬ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ହେବ ଅଲ୍‌ ବ୍ରିଡ୍‌ ଡଗ୍‌ ଶୋ’। ଏଥିରେ ଭାଗ ନେବା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଲୋକେ ପଞ୍ଜୀକରଣ କରୁଥିବା ସୂଚନା ମିଳିଛି। ଶେଷଥର ପାଇଁ ୨୦୧୯ରେ ଏହି ଡଗ୍‌ ଶୋ’ ଅନୁଷ୍ଠିତ ହୋଇଥିଲା। କରୋନା କଟକଣା ପାଇଁ ଗତ ଦୁଇବର୍ଷ ଶୋ’ ବନ୍ଦ ରହିଥିଲା। ତେବେ ଏଥର ସ୍ବତନ୍ତ୍ର ଭାବେ ୬୧ ଓ ୬୨ତମ ଅଲ୍‌ ବ୍ରିଡ୍‌ ଡଗ୍‌ ଶୋ’ କରାଯିବ। ଏଥର ଅଲ୍‌ ବ୍ରିଡ ଡଗ୍‌ ଶୋ ପାଇଁ ଦୁଇଜଣ ବିଚାରପତି ବିଦେଶରୁ ଆସୁଛନ୍ତି। ୬୧ତମ ଶୋ’ରେ ଅଷ୍ଟ୍ରେଲିଆର ମିସେଲ୍‌ ହାମଣ୍ଡ୍‌ ଏବଂ ୬୨ତମ ଶୋ’ରେ ସର୍ବୀୟାର ପିଟର ଫିରିକ୍‌ ବିଚାରପତି ରହିବେ। ସେହିପରି ୬୧ତମ ଓବିଡିଏଣ୍ଟ ଟ୍ରାଏଲ୍‌ର ବିଚାରପତି ଭାବରେ ଓଡ଼ିଶାର ସି.ଆର୍‌. ପଟ୍ଟନାୟକ ଯୋଗଦେବେ। ତେବେ ଏଥର ଷଷ୍ଠ ଜର୍ମାନ ସେଫର୍ଡ ସ୍ପେଶାଲିଟି ଶୋ’ରେ ବିଚାରପତି ଭାବରେ ଅଷ୍ଟ୍ରେଲିଆରୁ ଆସୁଛନ୍ତି ଲୁଇସ୍‌ ଡୋନାଲ୍ଡ। ଏହି ଅବସରରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଡଗ୍‌ ଶୋ’ ବିଚାରପତି ଲୁଇସ୍‌ ଭୁବନେଶ୍ୱରରେ ତାଙ୍କ ଲିଖିତ ଏକ ପୁସ୍ତକ ଉନ୍ମୋଚନ କରିବା ସହିତ ଏକ ସେମିନାର ମଧ୍ୟ କରିବେ। ଦୁଇବର୍ଷ ପରେ ଡଗ୍‌ ଶୋ ହେଉଥିବାରୁ ଏଥର ଅଧିକ ଦର୍ଶକ ଆସିବାର ସମ୍ଭାବନା ରହିଛି। ଯଦିଓ କରୋନା ଭୟ ଅନେକ ପରିମାଣରେ ହଟି ଯାଇଛି, କିନ୍ତୁ ଏହି ଡଗ୍‌ ଶୋ’ରେ ଭାଗ ନେବାକୁ ଆସୁଥିବା ଉଭୟ ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ମାସ୍କ ପିନ୍ଧିବା, ଦୂରତା ବଜାୟ ରଖିବା, ସାନିଟାଇଜର ଆଦି ବ୍ୟବହାର କରିବା ପାଇଁ ଅନୁରୋଧ କରିବୁ ବୋଲି ଓଡ଼ିଶା କେନେଲ କ୍ଲବ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ବିଜେଡି ପ୍ରତିଷ୍ଠା ଦିବସରେ ବଡ଼ ଘୋଷଣା କଲେ ନବୀନ ପଟ୍ଟନାୟକ: ଆଗକୁ ଦଳ…

ଭୁବନେଶ୍ବର,୨୬।୧୨: ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ...

ପିକନିକ୍ ହେଲା କାଳ, ସୀତାକୁଣ୍ଡରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ବାରିପଦା,୨୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri