ଖରାପ ଖବରବେଳେ ଲୁଚୁଛନ୍ତି

୨୦୦୪ରେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲାବେଳେ ପଣ୍ୟଦ୍ରବ୍ୟ ରପ୍ତାନି ଥିଲା ୬୩ ବିଲିୟନ ଡଲାର(ଆମେରିକୀୟ)। ୨୦୧୪ରେ ସିଂ ଦାୟିତ୍ୱ ଛାଡ଼ିବାବେଳେ ଭାରତର ଉକ୍ତ ରପ୍ତାନି ଥିଲା ୩୧୨ ବିଲିୟନ ଡଲାର। ଅର୍ଥାତ୍‌ ୟୁପିଏ ସରକାର ଅମଳରେ ରପ୍ତାନି ୧୦ ବର୍ଷ ପାଇଁ ପ୍ରତିବର୍ଷ ୧୭% ହାରରେ ଅଭିବୃଦ୍ଧି ଘଟିଥିଲା। କୋଭିଡ୍‌ ପୂର୍ବରୁ ମାର୍ଚ୍ଚ ୨୦୨୦ରେ ଭାରତର ପଣ୍ୟଦ୍ରବ୍ୟ ରପ୍ତାନି ଥିଲା ୩୧୪ ବିଲିୟନ ଡଲାର। ଏଥିରୁ ବୁଝାପଡ଼ୁଛି ଯେ, ୬ ବର୍ଷରେ ଉକ୍ତ ରପ୍ତାନିରେ କୌଣସି ଅଭିବୃଦ୍ଧି ହୋଇ ନ ଥିଲା। ଭାରତରେ ଏଭଳି ମାନ୍ଦାବସ୍ଥା ଲାଗି ବ୍ୟବସ୍ଥା କିମ୍ବା ନୀତିର କିଛି ଭୁଲ୍‌ ନାହିଁ। ପ୍ରକୃତ କଥା ହେଉଛି, ଏହି ସମୟରେ ୟୁପିଏ ଶାସନ ସମୟରେ ବୃଦ୍ଧି ପାଇଥିବା ବୈଶ୍ୱିକ ବାଣିଜ୍ୟ ଅଟକିଯାଇଥିଲା। କିନ୍ତୁ ସେହି ସମାନ ବର୍ଷଗୁଡ଼ିକରେ ଆମେ ଅଟକି ରହିଲାବେଳେ ବାଂଲାଦେଶ ଓ ଭିଏଟ୍‌ନାମ ସେମାନଙ୍କ ରପ୍ତାନି ଓ ବୈଶ୍ୱିକ ବାଣିଜ୍ୟରେ ଭାଗୀଦାରି ବଢ଼ାଇପାରିଥିଲେ। ମାନ୍ଦାବସ୍ଥାର ଦୀର୍ଘ ଅବଧି ମଧ୍ୟରେ କିଛି ମାସରେ ଭାରତ ଅଭିବୃଦ୍ଧି କଲାବେଳେ ଏନ୍‌ଡିଏ ମନ୍ତ୍ରୀମାନେ ବାହାରି ଆସି ବହୁତ କିଛି କହିବା ଦେଖାଯାଏ। ୧୩ ଅକ୍ଟୋବର ୨୦୧୭ରେ ତକତ୍ାଳୀନ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ଟୁଇଟ୍‌ କରିଥିଲେ ଯେ, ଭାରତର ଅଭିବୃଦ୍ଧି ଫେରିଛି ଓ ୨୦୧୬ ସେପ୍ଟେମ୍ବର ତୁଳନାରେ ସେପ୍ଟେମ୍ବର ୨୦୧୭ରେ ରପ୍ତାନି ୨୫.୬% ଅଭିବୃଦ୍ଧି ଘଟିଛି। କିନ୍ତୁ ପୂରା ବର୍ଷରେ ରପ୍ତାନିରେ କେତେ ଅଭିବୃଦ୍ଧି ଘଟିଥିଲା ତାହା କହି ନ ଥିଲେ। ବାସ୍ତବରେ ଏହା ଥିଲା ୩୦୨ ବିଲିୟନ୍‌ ଡଲାର, ଯାହା ୨୦୧୪ ଠାରୁ କମ୍‌। ମୋଦି ଦାୟିତ୍ୱ ନେବା ପରେ ଏଥିରେ ହ୍ରାସ ଘଟିଛି ବୋଲି କାଳେ ପ୍ରକାଶ ପାଇଯିବ ସେଥିପାଇଁ ମନ୍ତ୍ରୀ ମୁହଁ ଖୋଲିଲେ ନାହିଁ। ଅଗଷ୍ଟ ୨୦୧୮ରେ ସେ ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଆଗାମୀ ୫ ବର୍ଷରେ ରପ୍ତାନି ଦୁଇଗୁଣ ବୃଦ୍ଧି ପାଇବ। କିନ୍ତୁ ଏ ବିଷୟରେ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା କହି ନ ଥିଲେ।
କୋଭିଡ୍‌ ମହାମାରୀର ପ୍ରଥମ ଲହର ପରେ ୨୦୨୧ରେ ବୈଶ୍ୱିକ ବାଣିଜ୍ୟ ଦ୍ରୁତଗତିରେ ବଢ଼ିଲା। ଅତ୍ୟାବଶ୍ୟକ ସାମଗ୍ରୀ ଓ ତେଲ ଦର ଅହେତୁକ ବୃଦ୍ଧି ହେଲା। ଏହି କାରଣରୁ ଭାରତର ପଣ୍ୟଦ୍ରବ୍ୟ ରପ୍ତାନି ବୃଦ୍ଧି ପାଇ ପ୍ରଥମ ଥର ଲାଗି ୪୦୦ ବିଲିୟନ ଡଲାରକୁ ଟପିଗଲା। ଚଳିତ ବର୍ଷ ଏପ୍ରିଲ ୪ରେ, ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଭାରତର ପଣ୍ୟଦ୍ରବ୍ୟ ରପ୍ତାନି ସର୍ବକାଳୀନ ଉଚ୍ଚସ୍ତର ୪୧୭.୮୧ ବିଲିୟନ ଡଲାରକୁ ଛୁଇଁଛି ଏବଂ ପୂର୍ବ ଆର୍ଥିକ ବର୍ଷର ରପ୍ତାନି ୨୯୧.୮୧ ଡଲାର ତୁଳନାରେ ଏହା ୪୩.୧୮% ବୃଦ୍ଧି ଘଟିଛି ବୋଲି ପ୍ରେସ୍‌ ଇନ୍‌ଫରମେଶନ ବ୍ୟୁରୋ (ପିଆଇବି) ପ୍ରକାଶ କରିଥିଲା। ଉଲ୍ଲେଖଯୋଗ୍ୟ ଯେ, ୨୦୨୦-୨୧ରେ ଅର୍ଥାତ୍‌ ମୋଦି ପ୍ରଧାନମନ୍ତ୍ରୀ ହେବାର ୭ ବର୍ଷ ପରେ ପଣ୍ୟଦ୍ରବ୍ୟ ରପ୍ତାନି ମନମୋହନ ସିଂ ଦାୟିତ୍ୱ ନେବା ବର୍ଷ ତୁଳନାରେ କମ୍‌ ରହିଥିଲା। ତଥାପି ସରକାର ଏହା ପ୍ରଧାନମନ୍ତ୍ରୀଙ୍କ ଅଲୌକିକ ନୀତି ଯୋଗୁ ହାସଲ ହୋଇପାରିଲା ବୋଲି ଦାବି କରିବାକୁ ବାହାରି ଆସିଲେ। ୨୦୩୦ ସୁଦ୍ଧା ଭାରତ ୧ ଟ୍ରିଲିିୟନ (୧୦୦୦ ବିଲିୟନ) ଡଲାର ରପ୍ତାନି ଲକ୍ଷ୍ୟ ରଖୁଛି ବୋଲି ଏବକାର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲଙ୍କ ମନ୍ତବ୍ୟକୁ ଏକ ନ୍ୟୁଜ ଏଜେନ୍ସି ପ୍ରକାଶ କଲା। ଏହା ସମ୍ଭବ ହୋଇପାରିବ ଏବଂ ଭାରତ ପ୍ରଥମ ଥର ଲାଗି ୪୦୦ ବିଲିୟନ ଡଲାରରୁ ଅଧିକ ଐତିହାସିକ ସ୍ତର ହାସଲ କରିବା ପରେ ତାଙ୍କ ମନରେ ନୂତନ ଉତ୍ସୁକତା ପ୍ରକାଶ ପାଇଛି ବୋଲି ଗୋୟଲ କହିଲେ। କିନ୍ତୁ କାହିଁକି ଏହି ଅଭିବୃଦ୍ଧି ଘଟିଲା ସେ ବିଷୟରେ କିଛି ଜଣାଇଲେ ନାହିଁ। ମହାମାରୀ ପୂର୍ବରୁ ବର୍ଷଗୁଡ଼ିକରେ କାହିଁକି ଏହା ହୋଇପାରିଲା ନାହିଁ ତାହା ସୂଚିତ କଲେ ନାହିଁ। ଆଗକୁ କେମିତି ଆମେ ଅଭିବୃଦ୍ଧି ହାସଲ କରିବୁ ସେ ପ୍ରସଙ୍ଗକୁ ମଧ୍ୟ ଏଡ଼ାଇଗଲେ। ବାସ୍ତବତାକୁ ଦେଖିଲେ ୪୧୭ ବିଲିୟନ ଡଲାରରୁ ଯାଇ ୨୦୩୦ ସୁଦ୍ଧା ୧୦୦୦ ବିଲିୟନ ଡଲାରରେ ପହଞ୍ଚତ୍ବା ଅର୍ଥ ଆମକୁ ବାର୍ଷିକ ୧୩% ହାରରେ ଅଭିବୃଦ୍ଧି ହାସଲ କରିବାକୁ ହେବ। ମାର୍ଚ୍ଚ ଶେଷରେ ପୂର୍ବ ଆର୍ଥିକ ବର୍ଷର ତଥ୍ୟ ବା ସଂଖ୍ୟା ସାମ୍ନାକୁ ଆସିଲାବେଳେ ଗୋୟଲ ଏକଥା କହିଥିଲେ। ତା’ ପରଠାରୁ କ’ଣ ଘଟିଲା? ପଣ୍ୟଦ୍ରବ୍ୟ ରପ୍ତାନି ବର୍ଷକ ଭିତରେ ସେପ୍ଟେମ୍ବର ୨୦୨୨ରେ କମ୍‌ ଥିଲା ବୋଲି କିଛି ଦିନ ପୂର୍ବରୁ ଅକ୍ଟୋବର ୩ରେ ପିଆଇବି ପ୍ରକାଶ କରିଥିଲା। ଅଗଷ୍ଟରେ ମଧ୍ୟ ରପ୍ତାନି ୨୦୨୧ ତୁଳନାରେ କମ୍‌ ରହିଥିଲା। ବିଶ୍ୱର ସ୍ଥିତି, ୟୁକ୍ରେନ ଯୁଦ୍ଧ ଏବଂ ବିକଶିତ ଦେଶ ବିଶେଷକରି ଆମେରିକାରେ ମାନ୍ଦାବସ୍ଥାକୁ ଦେଖିଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତେବେ ଗୋଟିଏ ବର୍ଷରେ ରପ୍ତାନି ବୃଦ୍ଧି ହୋଇ କାହିଁିକି ଅଟକିଗଲା ସେ ସମ୍ପର୍କରେ ସରକାରଙ୍କ ପ୍ରତିକ୍ରିୟା କିଛି ନ ଥିଲା। ବାସ୍ତବରେ ଏହା ଆଶା ବି କରିବା ବୃଥା। ସରକାର କିଭଳି ଚାଲିଛି ଏହା ତାହାର ଦୃଷ୍ଟାନ୍ତ। ଯେତେବେଳେ କିଛି ଭଲ ଖବର ଅଛି ଓ ଏହାର ସମ୍ପର୍କ ସରକାରୀ ନୀତି ସହ ନ ଥିଲେ ମଧ୍ୟ ସେତେବେଳେ ସରକାର ଶ୍ରେୟ ନେବାକୁ ଆଗଭର ହୋଇ ପଡ଼ୁଛନ୍ତି। ଯେତେବେଳେ ଖରାପ ଖବର ରହୁଛି କିମ୍ବା କିଛି ଜଣାଇବାର ଆବଶ୍ୟକତା ମଣୁନାହାନ୍ତି, ସେତେବେଳେ ସରକାର ପଛଘୁଞ୍ଚା ଦେବା ସହ ଲୁଚୁଛନ୍ତି।
ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ) ଆକଳନ କରିଛି ଯେ, ୨୦୨୩ ପାଇଁ ବୈଶ୍ୱିକ ବାଣିଜ୍ୟ ଅଭିବୃଦ୍ଧି ୧% କମ୍‌ ହେବ। ୟୁକ୍ରେନ ଯୁଦ୍ଧ ଏହାକୁ ଆହୁରି କମ୍‌ କରି ଆର୍ଥିକ ସଙ୍କଟ ଆଣିପାରେ ବୋଲି କହିଛି। ଆମ ରପ୍ତାନିକୁ ସ୍ପଷ୍ଟଭାବେ ପ୍ରଭାବିତ କରୁଥିବା ତତ୍ତ୍ୱଗୁଡ଼ିକୁ ରୋକିବାରେ ଯଦି ଭାରତ ପୂର୍ଣ୍ଣ ସକ୍ରିୟତା ପ୍ରକାଶ ନ କରେ ତେବେ କୋଭିଡ୍‌ ପୂର୍ବରୁ ଅନେକ ବର୍ଷ ଧରି ବିଶ୍ୱରେ ବାଣିଜ୍ୟ ଅଭିବୃଦ୍ଧି ଧାରା ଯେମିତି କମିବାରେ ଲାଗିଥିଲା ଠିକ୍‌ ସେମିତି ଆମ ଅଭିବୃଦ୍ଧି ହ୍ରାସ ପାଇବ। ଏଠାରେ ମୁଖ୍ୟ ପ୍ରସଙ୍ଗ ହେଉଛି ରପ୍ତାନି, କିନ୍ତୁ ଏହାର ଅଭିବୃଦ୍ଧି ପ୍ରସଙ୍ଗରୁ ଦୂରେଇ ଯାଇ ସରକାର ଅର୍ଥ ବ୍ୟବସ୍ଥା ସମ୍ପର୍କିତ ଅନ୍ୟ ବିଷୟଗୁଡ଼ିକୁ ୨୦୧୪ରୁ ଅଧିକ ଉପସ୍ଥାପନ କରି ଆସିଛନ୍ତି। କାରଣ ଯାହା ଥାଉ ନା କାହିଁକି, ଭାରତରେ ମିଡିଆ ସହିତ ବିଜ୍‌ନେସ ପ୍ରେସ୍‌ ଦୀର୍ଘମିଆଦୀ ସମସ୍ୟାଗୁଡ଼ିକୁ ପ୍ରକାଶ କରୁନାହାନ୍ତି। ଫଳରେ ସରକାର ନିଜେ କରୁଥିବା କିଛି ନିର୍ଦ୍ଦିଷ୍ଟ ବିଷୟରେ କହୁଛନ୍ତି ଓ ନିଜର ପ୍ରଦର୍ଶନ ସମ୍ପର୍କରେ ପ୍ରକାଶ କରିବାକୁ ଚାହୁଁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri