ଭୁବନେଶ୍ୱରରେ ଯୁବତୀଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ୱର,୨।୧୦ (ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଫ୍ୟାନ୍‌ରେ ଓଢଣି ଦ୍ୱାରା ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ପୋଲିସ ଜବତ କରିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଯୁବତୀ ହେଲେ ଢେଙ୍କାନାଳ ଜିଲାର କବିତା ବାରିକ। ଖବର ପାଇ ପୋଲିସ ସାଇଣ୍ଟଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି। ମୃତଦେହ ନିକଟରୁ ଏକ ଚିଠି ମିଳିଛି। ପାରିପାର୍ଶ୍ୱିକ ସ୍ଥିତି ଓ ଉକ୍ତ ଚିଠିରୁ ସେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରିଛି। ତେବେ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୮୬/୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଭୁବନେଶ୍ୱରର ଏକ ସେବା ପ୍ରଦାନକାରୀ ସଂସ୍ଥାରେ ଚାକିରି କରିଥିଲେ। ଗତ ୨ ମାସ ହେବ ନୟାପଲ୍ଲୀ ଅଞ୍ଚଳର ଜଣେ ୯୩ ବର୍ଷୀୟା ବୃଦ୍ଧାଙ୍କ ପାଖରେ କେୟାରଟେକର ଭାବେ ରହି ତାଙ୍କ ସେବା କରୁଥିଲେ। ଗୋଟିଏ ଘରେ ଉଭୟ ରହୁଥିଲେ। ଶନିବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କବାଟ ବନ୍ଦ ଥିବାରୁ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ବାରମ୍ବାର ଡାକିଥିଲେ ମଧ୍ୟ ସେ ଜବାବ ଦେଇ ନ ଥିଲେ କି କବାଟ ଖୋଲି ନ ଥିଲେ। ଏହାପରେ ଉକ୍ତ ରୁମ୍‌ରେ ଶୋଇଥିବା ବୃଦ୍ଧା କବାଟ ଖୋଲିବା ପରେ ଯୁବତୀ ଜଣକ ଓଢଣି ସାହାଯ୍ୟରେ ଫ୍ୟାନରେ ଝୁଲି ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ପରିବାର ଲୋକେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଜଣାଇବାରୁ ପିସିଆର୍‌ ଭ୍ୟାନ ପହଞ୍ଚତ୍ଥିଲା।
ସରସ ସୁନ୍ଦର ଜୀବନଯାପନ ସହ ବିଭିନ୍ନ ଆଶା ନେଇ ରାଜଧାନୀ ଭୁବନେଶ୍ୱରକୁ ଆସୁଛନ୍ତି ଲୋକେ। ହେଲେ ଏଠାକୁ ଆସିବା ପରେ ଜୀବନ ସଂଘର୍ଷମୟ ହୋଇପଡୁଛି। କିଏ ଏହି ସଂଘର୍ଷ ଭିତରେ ପ୍ରତିଷ୍ଠିତ ହେଉଛି ତ ପୁଣି କିଏ ହାରିଯାଉଛି। ସହରର ଗହଳି ଭିତରେ ଆଜି ଅନେକ ମଣିଷ ମଧ୍ୟ ଅସହାୟ ମଣୁଛନ୍ତି। ଶେଷରେ ଜୀବନ ସେମାନଙ୍କ ପାଇଁ ମୂଲ୍ୟହୀନ ହୋଇପଡୁଛି। ଯେଉଁଥିପାଇଁ ଭୁବନେଶ୍ୱର କ୍ରମଶଃ ଆତ୍ମହତ୍ୟା ପ୍ରବଣ ରାଜଧାନୀରେ ପରିଣତ ହେବାରେ ଲାଗିଛି। ପାରିବାରିକ ବିବାଦ, ଆର୍ଥିକ ଅନଟନ, କ୍ୟାରିଅରରେ ବିଫଳତା, ପ୍ରେମ ବିଚ୍ଛେଦ ଆଦି ବିଭିନ୍ନ କାରଣ ପାଇଁ ଜଣକ ପରେ ଜଣେ ଜୀବନ ହାରୁଛନ୍ତି। ଚଳିତ ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୨୨୬ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଥିବାବେଳେ ଏଥିରେ ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri