Posted inଖେଳ

ହାଇଜମ୍ପ କୁଇନ୍‌ ଉଷା

ରାଜ୍ୟର ମହିଳା କ୍ରୀଡ଼ାବିତ୍‌ଙ୍କ ସଫଳତାର ଯାତ୍ରା ପ୍ରକୃତରେ ଆରମ୍ଭ ହୋଇଥିଲା ୭୦ ଦଶକରୁ ଏବଂ ଏହି ଧାରାର ଆଦ୍ୟ ସଫଳ ନାୟିକା ଥିଲେ ଉଷାରାଣୀ ମିଶ୍ର। ୭୦ ଦଶକରେ ରାଜ୍ୟର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ର ମାନ୍ୟତା ପାଇଥିବା ଉଷା ଦୌଡ଼କୁଦର ଚାରୋଟି ପ୍ରମୁଖ ବିଭାଗ ୧୦୦ମି. ସ୍ପ୍ରିଣ୍ଟ, ହର୍ଡଲ୍ସ, ଲଙ୍ଗଜମ୍ପ ଓ ହାଇଜମ୍ପରେ ବିଶେଷ ଦକ୍ଷତା ହାସଲ କରିଥିଲେ…

ଗତ ନବେ ଦଶକ ପରଠାରୁ ରାଜ୍ୟର ମହିଳା କ୍ରୀଡ଼ାବିତ୍‌ମାନଙ୍କର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଜାରିରହିଛି। ବିଶେଷ ଭାବେ ଦୌଡ଼କୁଦ ଏବଂ ହକିରେ ଆମର ମହିଳା କ୍ରୀଡ଼ାବିତ୍‌ମାନେ ସେମାନଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ମାଧ୍ୟମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଅନ୍ତଜର୍ର୍ାତୀୟ ଦୌଡ଼କୁଦରେ ରାଜ୍ୟର ପ୍ରଥମ ପଦକ ବିଜେତା ପ୍ରଣତି ମିଶ୍ର (୧୯୯୦ ସିଓଲ ଏସୀୟ କ୍ରୀଡ଼ାର ୪ … ୪୦୦ ମି. ରିଲେରେ ରୌପ୍ୟ ପଦକ)ଙ୍କଠାରୁ ଆରମ୍ଭ ହୋଇଥିବା ଏହି ସଫଳତାର ଧାରା ପରବର୍ତ୍ତୀ ସମୟରେ ଯେଉଁ କ୍ରୀଡ଼ାବିତ୍‌ମାନେ ବଜାୟ ରଖି ରାଜ୍ୟ ଓ ଦେଶକୁ ଗୌରବାନ୍ବିତ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ରଚିତା ପଣ୍ଡା, ଅନୁରାଧା ବିଶ୍ୱାଳ, ସୁଷମା ବେହେରା, ସାହେବାଣୀ ଓରାମ, ଜଉନା ମୁର୍ମୁ, ପୂର୍ଣ୍ଣିମା ହେମ୍ବ୍ରମ୍‌, ଶ୍ରାବଣୀ ନନ୍ଦ ଏବଂ ବର୍ତ୍ତମାନ ଏସିଆ ମହାଦେଶର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ଧାବିକା ଦୂତୀ ଚାନ୍ଦ।
ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ମହିଳା କ୍ରୀଡ଼ାବିତ୍‌ଙ୍କ ସଫଳତାର ଯାତ୍ରା ପ୍ରକୃତରେ ଆରମ୍ଭ ହୋଇଥିଲା ୭୦ ଦଶକରୁ ଏବଂ ଏହି ଧାରାର ଆଦ୍ୟ ସଫଳ ନାୟିକା ଥିଲେ ଉଷାରାଣୀ ମିଶ୍ର। ୭୦ ଦଶକରେ ରାଜ୍ୟର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ର ମାନ୍ୟତା ପାଇଥିବା ଉଷା ଦୌଡ଼କୁଦର ଚାରୋଟି ପ୍ରମୁଖ ବିଭାଗ ଯଥା ୧୦୦ମି. ସ୍ପ୍ରିଣ୍ଟ, ହର୍ଡଲ୍ସ, ଲଙ୍ଗଜମ୍ପ ଓ ହାଇଜମ୍ପରେ ବିଶେଷ ଦକ୍ଷତା ହାସଲ କରିଥିଲେ। ୧୯୫୮ରେ ଜନ୍ମିତ ଉଷା କଟକସ୍ଥିତ ସନତନଳିନୀ ବାଳିକା ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଦୌଡ଼କୁଦ ପ୍ରତି ଆକର୍ଷିତ ହୋଇଥିଲେ। ଏହି ଲେଖକ ସହିତ ଟେଲିଫୋନ ବାର୍ତ୍ତାଳାପରେ ପ୍ରକାଶ କରିଥିବା ତାଙ୍କର ବକ୍ତବ୍ୟ ଥିଲା ଏହିପରି- ”ବିଦ୍ୟାଳୟରେ ପଢୁଥିବା ସମୟରେ ମୁଁ ହଷ୍ଟେଲରେ ଅବସ୍ଥାନ କରୁଥିଲି ଏବଂ କଠୋର ଅନୁଶାସନ ମଧ୍ୟରେ ରହୁଥିଲି। ଆମ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ଆଇରନ ଲତିକା ଦାସ (ଯିଏକି କ୍ରୀଡ଼ା ମହଲରେ ଆଇରନ ଦିଦି ଭାବେ ପରିଚିତ ଥିଲେ) ମୋତେ କ୍ରୀଡ଼ା କାର୍ଯ୍ୟକ୍ରମରେ ଭାଗନେବା ପାଇଁ ଉତ୍ସାହିତ କରିଥିଲେ ଏବଂ ନିଜ ଝିଅ ଭଳି ଭଲ ପାଉଥିଲେ ଓ ତାଲିମ ପ୍ରଦାନ କରୁଥିଲେ। ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମୁଁ କ୍ରୀଡ଼ା ଅଭ୍ୟାସରେ ମନୋନିବେଶ କଲି ଏବଂ କ୍ରୀଡ଼ାକ୍ଷେତ୍ରରେ ଅଗ୍ରସର ହେଲି। ପରବର୍ତ୍ତୀ ସମୟରେ ଓଡ଼ିଶା ଅଲିମ୍ପିକ ସଂଘର ତତ୍କାଳୀନ ଆଥଲେଟିକ କୋଚ ଅସୀମା ଦାସ ଏବଂ ଏମ୍‌ଏସ୍‌ ଲ’ କଲେଜର କ୍ରୀଡ଼ା ଅଧିକାରୀ ଓ ଆଥ୍‌ଲେଟିକ କୋଚ ପୂର୍ଣ୍ଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ମୋର କ୍ରୀଡ଼ା ଦକ୍ଷତା ଅଧିକ ଶାଣିତ ହୋଇଥିଲା।“
୭୦ଦଶକରେ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମେ କନିଷ୍ଠ ଏବଂ ପରେ ବରିଷ୍ଠ ବର୍ଗରେ ୧୦୦ମି ଦୌଡ଼, ୬୦ ଏବଂ ୮୦ମି. ହର୍ଡଲ୍ସ ଓ ପରେ ୧୦୦ମି ହର୍ଡଲ୍ସ, ଲଙ୍ଗଜମ୍ପ ଏବଂ ହାଇଜମ୍ପରେ ଲଗାତର ଭାବେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଉଷା ଜାତୀୟ ସ୍ତରରେ ହାଇଜମ୍ପ ଇଭେଣ୍ଟକୁ ଅଗ୍ରାଧିକାର ଦେଇ ପ୍ରୟାସ ଜାରି ରଖିଥିଲେ। ୧୯୭୦ରୁ ୧୯୭୯ ମଧ୍ୟରେ ସେ ହାଇଜମ୍ପ ଇଭେଣ୍ଟରେ ଦେଶର ଶ୍ରେଷ୍ଠ ହାଇଜମ୍ପର ଭାବେ ୯ଥର ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ। ୧୯୭୭ରେ ମାଡ୍ରାସଠାରେ ଅନୁଷ୍ଠିତ ଆନ୍ତଃରାଜ୍ୟ ଜାତୀୟ ଆଥ୍‌ଲେଟିକ ମିଟ୍‌ର ହାଇଜମ୍ପରେ ୧.୬୭ ମିଟର ଉଚ୍ଚତା ଅତିକ୍ରମ କରି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ, ଯାହାକି ପରବର୍ତ୍ତୀ ୧୨ ବର୍ଷ ପର୍ଯ୍ୟନ୍ତ ଅତୁଟ ରହିଥିଲା। ଏହି ବିରଳ ରେକର୍ଡ ଅଧିକାରୀ ହେବାରେ ସେ ଥିଲେ ରାଜ୍ୟର ପ୍ରଥମ କ୍ରିଡ଼ାବିତ୍‌। ଏପରିକି ଅନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ପ୍ରଥମ ମହିଳା ଆଥଲେଟ୍‌ ଭାବେ ଉଷା ୧୯୭୪ରେ ଭାରତୀୟ ବିଦ୍ୟାଳୟ ଦଳର ସଦସ୍ୟ ଭାବେ ଇଟାଲିର ଫ୍ଲୋରେନ୍ସ ସହରରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ବିଦ୍ୟାଳୟ ଆଥଲେଟିକ୍‌ ମିଟ୍‌ରେ ଭାଗ ନେବାର କୃତିତ୍ୱ ହାସଲ କରିଥିଲେ। (ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉଷାଙ୍କ ସମସାମୟିକ ବଲାଙ୍ଗୀର ଜିଲାର ଆନନ୍ଦିନୀ ଦର୍ଜି ମଧ୍ୟ ୭୦ ଦଶକରେ ରାଜ୍ୟରେ ଶ୍ରେଷ୍ଠ ମଧ୍ୟମ ଦୂର ଇଭେଣ୍ଟ୍‌ସ (୪୦୦ମି ଓ ୮୦୦ମି)ର ଶ୍ରେଷ୍ଠ ଆଥଲେଟ୍‌ ହେବା ସହିତ ଜାତୀୟସ୍ତରରେ ମଧ୍ୟ ସଫଳତା ହାସଲ କରିଥିଲେ ଏବଂ ଫ୍ରାନ୍ସର ପ୍ୟାରିସଠାରେ ଏକ ପ୍ରତିଯୋଗିତା (୧୯୭୪) ରେ ଭାଗ ନେଇଥିଲେ)। ଜଣେ ଅତ୍ୟନ୍ତ ସରଳ ଓ ଶୃଙ୍ଖଳିତ କ୍ରୀଡ଼ାବିତ୍‌ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ଉଷାରାଣୀ ମିଶ୍ର ସୀତାଂଶୁ ଲେସ୍‌ଲିଙ୍କୁ ବିବାହ କରିବା ପରେ ଉଷା ଲେସ୍‌ଲି ଭାବେ ପରିଚିତ ହୋଇଥିଲେ। ଜାତୀୟ ସ୍ତରରେ ତାଙ୍କ କ୍ରୀଡ଼ା ସଫଳତାକୁ ବିଚାରକୁ ନେଇ ଭାରତୀୟ ରେଳ ମନ୍ତ୍ରାଳୟ୧୯୭୯ରେ ତାଙ୍କୁ ଟିକେଟ କଲେକ୍ଟର ଭାବେ ନିଯୁକ୍ତି ପ୍ରଦାନ କରିଥିଲା। ୨୦୧୮ରେ ଅବସର ନେଲାପରେ ଉଷା ବର୍ତ୍ତମାନ ପରିବାର ସହିତ ବାଲେଶ୍ୱରରେ ଅବସ୍ଥାନ କରୁଛନ୍ତି।
ଦଶକର ଏହି ଶ୍ରେଷ୍ଠ କ୍ରୀଡ଼ାବିତ୍‌ଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ୨୦୦୭ରେ କ୍ରୀଡ଼ା ପ୍ରତି ଜୀବନ ବ୍ୟାପୀ ଅବଦାନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri