Posted inଖେଳ

ହକି ଲୋକପ୍ରିୟତା ପଛରେ ଓଡ଼ିଶା

ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ପାଇଁ ହକି ଖେଳର ଲୋକପ୍ରିୟତା ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶା ସରକାର ଉଭୟ ମହିଳା ଓ ପୁରୁଷ ହକି ଦଳର ପ୍ରାୟୋଜକ ରହିଛନ୍ତି। କ୍ରିକେଟର ଲୋକପ୍ରିୟତା ସତ୍ତ୍ୱେ ଓଡ଼ିଶା ଦର୍ଶକ ହକିକୁ ଭରପୂର ସମର୍ଥନ ଦେଇଆସିଛନ୍ତି। ଯାହା ଫଳରେ ଓଡ଼ିଶା ଅନ୍ତର୍ଜାତୀୟ ହକି ଆୟୋଜନର ଏକ ହବ୍‌ ପାଲଟି ଯାଇଛି। ରାଜ୍ୟ ସରକାର ପ୍ରତ୍ୟକ୍ଷ ଭାବେ ଭାରତୀୟ ହକିକୁ ସହଯୋଗର ହାତ ବଢ଼ାଇବା ସହ ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଆୟୋଜନ କରି ବିଶ୍ୱ ଦରବାରରେ ପ୍ରଶଂସା ସାଉଁଟିଛନ୍ତି। ଦୀର୍ଘଦିନ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳ ବ୍ରୋଞ୍ଜ ପଦକ ଜିତିବା ସହିତ ମହିଳା ହକି ଦଳ ୪ର୍ଥ ସ୍ଥାନ ଅଧିକାର କରିଥିଲା। ଫଳରେ ଭାରତୀୟ ହକିର ହୃତଗୌରବ ଫେରୁଛି କହିଲେ ଭୁଲ୍‌ ହେବନାହିଁ।
ଓଡ଼ିଶାରେ ଲଗାତର ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଆୟୋଜନ ହେଉଥିବାରୁ ଅନ୍ୟ କେତେକ ରାଜ୍ୟ ଈର୍ଷା ପୋଷଣ କରୁଛନ୍ତି। ଏପରି କି କେତେକ ୟୁରୋପୀୟ ରାଷ୍ଟ୍ର ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ବିଶ୍ୱକପ ଆୟୋଜନକୁ ସମାଲୋଚନା କରିଛନ୍ତି। ମାତ୍ର ଅନ୍ତର୍ଜାତୀୟ ହକି ମହାସଂଘ ଏପରି ବିରୋଧକୁ ଚତୁରତାର ସହ ମୁକାବିଲା କରି ପ୍ରତିବନ୍ଧକକୁ ଏଡାଇ ଦେଇଛନ୍ତି। ସୁନ୍ଦରଗଡଠାରେ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସେଠାରେ ଯେପରି ଅନ୍ତର୍ଜାତୀୟ ସ୍ତରର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବ ଏବଂ ଓଡ଼ିଶାର ସମ୍ମାନ ଯେପରି ଅକ୍ଷୁଣ୍ଣ ରହିବ ସେଥିପ୍ରତି ସତର୍କ ଦୃଷ୍ଟି ରଖା ଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତ ଯଦି କୌଣସି ବର୍ଗର ଅନ୍ତର୍ଜାତୀୟ ହକି ଟୁର୍ନାମେଣ୍ଟ ଆୟୋଜନ କରିବାର ସୁଯୋଗ ପାଉଛି ତେବେ ଅନ୍ୟ ସମସ୍ତ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ପ୍ରଥମ ପସନ୍ଦ ବିବେଚିତ ହେଉଛି। ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି, ଅତିଥିମାନଙ୍କୁ ଭବ୍ୟ ସ୍ବାଗତ, ପ୍ରାୟୋଜକଙ୍କ ଆଗ୍ରହ, ଷ୍ଟାଡିୟମରେ ଭରପୂର ଦର୍ଶକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନେକ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ଓଡ଼ିଶାକୁ ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରାୟୋଜକକୁ ନେଇ ଆମ ପାରମ୍ପରିକ ଖେଳ ହକି ସଙ୍କଟରେ ପଡ଼ିଥିବାବେଳେ ଓଡ଼ିଶା ସରକାରଙ୍କ ସମର୍ଥନ ଯୋଗୁ ଏବେ ପୁଣି ଉତ୍‌ଥାନ ପଥରେ ରହିଛି।
ହକି ପାଇଁ ଭୁବନେଶ୍ୱର ଦେଶର କ୍ରୀଡା ରାଜଧାନୀ ରୂପେ ଅଭିହିତ ହେବା ନିଶ୍ଚିତ ଆମ ପାଇଁ ଗର୍ବ ଓ ଗୌରବ। ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ହେବା ଯୁବ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କର ଏପରି ପ୍ରୟାସ ପରୋକ୍ଷରେ ଖେଳ ଦୁନିଆ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ୨୦୧୪ରେ ଚାମ୍ପିୟନ୍ସ ଟ୍ରଫି, ୨୦୧୭ରେ ବିଶ୍ୱ ହକି ଲିଗ୍‌ ଫାଇନାଲ୍ସ, ୨୦୧୮ରେ ହକି ବିଶ୍ୱକପ୍‌, ୨୦୧୯ରେ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ, ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ, ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ପରି ଅନ୍ତର୍ଜାତୀୟ ପ୍ରତିଯୋଗିତା ଦୀର୍ଘ ୮ ବର୍ଷ ଧରି ଆୟୋଜନ କରିବା ସହିତ ବେଶ୍‌ ସଫଳତା ପାଇଛି। ଏହା ନିଶ୍ଚିତ ଯେ କଳିଙ୍ଗ ଷ୍ଟାଡିୟମ ବିଶ୍ୱ ହକିର ପ୍ରାଣକେନ୍ଦ୍ର ହେବା ସହିତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ହକି ଓ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ଭୁବନେଶ୍ୱର ପରେ ରାଉରକେଲାରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବା ଏବଂ ୨୦୨୩ରେ ବିଶ୍ୱକପ୍‌ର ୨୦ଟି ମ୍ୟାଚ ସେଠାରେ ଖେଳାଯିବା ନିଶ୍ଚିତ ରୂପେ ସ୍ବତନ୍ତ୍ର ଅନୁଭୂତି ଆଣିବ।
ଏଫ୍‌ଆଇଏଚ୍‌ ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ ୨୦୨୩ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ନବନିର୍ମିତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ୨୦ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ମ୍ୟାଚ ଉପଭୋଗ କରିବା ସୁଯୋଗ ପାଇବେ। ତେଣୁ ନିଶ୍ଚିତ ରୂପେ ଏହା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଷ୍ଟାଡିୟମର ମାନ୍ୟତା ପାଇବ। ବିଶ୍ୱର ଶ୍ରେଷ୍ଠ ଷ୍ଟାଡିୟମଗୁଡିକର ସମସ୍ତ ସୁବିଧା ସୁଯୋଗ ଏଥିରେ ଉପଲବ୍ଧ ରହିବ। ଦୁଇଟି ଭେନ୍ୟୁରେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଲଢେଇ କରିବେ। କେଉଁ ଦଳ କେଉଁ ଗ୍ରୁପରେ ରହିବେ ସେପ୍ଟେମ୍ବର ୮ରେ ଡ୍ର’ପରେ ତାହା ସ୍ପଷ୍ଟ ହୋଇଛି।
ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଓ ଭାରତରେ ମୋଟ ୪ର୍ଥ ଥର ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ବିଶ୍ୱକପ ପାଇଁ ହୋଇଥିବା ଡ୍ର’ ଅନୁସାରେ ପୁଲ୍‌-ଏ’ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ରହିଛନ୍ତି। ପୁଲ୍‌-ବି’ରେ ବେଲଜିୟମ, ଜାପାନ, କୋରିଆ, ଜର୍ମାନୀ, ପୁଲ୍‌-ସି’ରେ ନେଦରଲାଣ୍ଡ୍ସ, ଚିଲି, ମାଲେସିଆ, ନ୍ୟୁଜିଲାଣ୍ଡ ଏବଂ ପୁଲ୍‌-ଡି’ରେ ଆୟୋଜକ ଭାରତ ସହିତ ୱେଲ୍ସ, ସ୍ପେନ୍‌, ଇଂଲଣ୍ଡ ସ୍ଥାନ ପାଇଛି। ୱାଲର୍‌ଡ ନଂ-୧ ଅଷ୍ଟ୍ରେଲିଆ, ବିଶ୍ୱ ଚାମ୍ପିୟନ ବେଲଜିୟମ ଏବଂ ପୂର୍ବତନ ବିଶ୍ୱ ଚାମ୍ପିୟନ ନେଦରଲାଣ୍ଡ୍ସ ଏବଂ ଜର୍ମାନୀ ପରି ଦଳଠାରୁ ଦୂରରେ ରହିଥିବାରୁ ଗ୍ରୁପ-ଡି’ରେ ଶକ୍ତିଶାଳୀ ଇଂଲଣ୍ଡ ସହିତ ଭାରତର କଡ଼ା ମୁକାବିଲା ହେବା ଆଶା କରାଯାଏ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇଂଲଣ୍ଡ ସହ ୪-୪ରେ ମ୍ୟାଚ ଡ୍ର ରଖିଥିଲା ଭାରତ। ୨୦୧୮ ବିଶ୍ୱକପରେ ଭାରତ ମନପ୍ରୀତ ସିଂଙ୍କ ନେତୃତ୍ୱରେ ଚାମ୍ପିୟନ ବେଲଜିୟମ ସହ ୨-୨ ଡ୍ର ରଖିଥିବା ବେଳେ ନେଦରଲାଣ୍ଡ୍ସଠାରୁ କ୍ୱାର୍ଟର ଫାଇନାଲରେ ୧-୨ରେ ହାରିଯାଇଥିଲା। ଘରୋଇ ପରିବେଶରେ କ୍ରମାଗତ ଦ୍ୱିତୀୟ ଥର ଖେଳୁଥିବାରୁ ଏଥର ଭାରତ ପାଇଁ ଟାଇଟଲ ବିଜୟର ସୁଯୋଗ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri