‘ଖବରଦାତାଙ୍କ ଦାବି ମାନି ନିଅନ୍ତୁ ସରକାର’

ପୁରୀ ଅଫିସ,୯।୯: ସମ୍ମିଳିତ କର୍ମଜୀବୀ ଖବରଦାତା ମହାସଂଘ ପକ୍ଷରୁ ୧୦ଦଫା ଦାବି ନେଇ ଗୁରୁବାର ପୁରୀ ବଡ଼ଦାଣ୍ଡରେ ଶୋଭାଯାତ୍ରା କରାଯିବା ସହ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ଦିଆଯାଇଛି। ଖବରଦାତାଙ୍କ ସ୍ବାସ୍ଥ୍ୟବୀମା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ପେନସନ୍‌ ଦେବା, ଖବରଦାତାଙ୍କ ପିଲାଙ୍କୁ ବିଦ୍ୟାଳୟ ଓ କଲେଜ ସ୍ତରରେ ଶିକ୍ଷା ପାଇଁ ସ୍ବତନ୍ତ୍ର ସୁବିଧା, କ୍ଷୁଦ୍ର ଓ ମଧ୍ୟମ ଖବରକାଗଜକୁ ବିଜ୍ଞାପନ ବୃଦ୍ଧି, ବସ୍‌ ଯାତାୟାତରେ ରିହାତି, ଉଦ୍ଦେଶ୍ୟମୂଳକ ଭାବେ ଖବରଦାତାଙ୍କୁ ପୋଲିସ ଆକ୍ରମଣରୁ ସୁରକ୍ଷା ଏବଂ ଖବରଦାତାଙ୍କ ବିରୋଧରେ ଘଟୁଥିବା ହିଂସାତ୍ମକ କାର୍ଯ୍ୟକଳାପ ରୋକିବା ପ୍ରଭୃତି ଦଫା ଦାବି କରାଯାଇଛି। ଶୋଭାଯାତ୍ରା ସିଂହଦ୍ୱାର, ଟାଉନ ଥାନା, ଜିଲା ମୁଖ୍ୟ ଚିକିତ୍ସାଳୟ ଓ ମହାତ୍ମାଗାନ୍ଧୀ ରୋଡ୍‌ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ପହଞ୍ଚିଥିଲା। ଏହାପରେ ଖବରଦାତାମାନେ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଖବରଦାତାଙ୍କ ନାର୍ଯ୍ୟ ଦାବି ଉପରେ ସରକାର ବିଚାର ନ କଲେ ଆନ୍ଦୋଳନ କରାଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଏହି ଶୋଭାଯାତ୍ରାରେ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ତପନ ମହାରଣ୍ୟ ଶର୍ମା, ଉପସଭାପତି ସୁନୀଲ ମିଶ୍ର, ମାନସ ମହାପାତ୍ର, କୋଷାଧ୍ୟକ୍ଷ ଗଜେନ୍ଦ୍ର ବେହେରା, ଆଇନ ଉପଦେଷ୍ଟା ଦିଲୀପ ଦାସ, ଜୟକୃଷ୍ଣ ଦାସ, ସୁବୋଧ କୁମାର ସୁବୁଦ୍ଧି, ପ୍ରସନ୍ନ କୁମାର ଦାଶ, ପ୍ରସନ୍ନ ଲେଙ୍କା, ସାଗର ମଦନ ମୋହନ ପ୍ରତିହାରୀ, ରବିନ୍ଦ୍ର ମହାନ୍ତି, ବିବେକାନନ୍ଦ ଦାଶ, ବିଶ୍ୱମିତ ମିଶ୍ର, ସ୍ତମ୍ଭକାର ବଦ୍ରି ମିଶ୍ର ଏବଂ ସାମାଜିକ କର୍ମୀ ଷ୍ଟାଲିନ ପରିଜା ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri