Posted inଜାତୀୟ

ବିରୋଧୀଙ୍କୁ ଏକଜୁଟ କରିବା ଆମର ଲକ୍ଷ୍ୟ: ନୀତୀଶ…

ନୂଆଦିଲ୍ଲୀ, ୬।୯ : ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କ ମଧ୍ୟରେ ଉଷ୍ଣତା ବଢ଼ିବାରେ ଲାଗିଛି। ଏହି ମର୍ମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟିଛନ୍ତି। ଏହି ବୈଠକରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଜେଡି (ୟୁ) ନେତା ସଞ୍ଜୟ ଝା ମଧ୍ୟ ଉପସ୍ଥିତ ଥିଲେ। ବହୁ ରାଜନୈତିକ ପ୍ରସଙ୍ଗରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଏଥିସହିତ ବର୍ତ୍ତମାନ ନୀତୀଶ କୁମାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଇଏନଏଲଡି ସୁପ୍ରିମୋ ଓମ ପ୍ରକାଶ ଚୌତାଲଙ୍କୁ ମଧ୍ୟ ଭେଟିବେ। ଏହାପୂର୍ବରୁ ସେ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କୁ ମଧ୍ୟ ନୀତୀଶ ଭେଟିଥିଲେ। ବୈଠକ ପରେ ଉଭୟ ନେତା ଗଣମାଧ୍ୟମ ସହିତ କଥାବାର୍ତ୍ତା କରିଥିଲେ। ଏହି ସମୟରେ ନୀତୀଶ କହିଛନ୍ତି ଯେ ତାଙ୍କର ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ କିମ୍ବା ସେ ଜଣେ ପ୍ରତିଯୋଗୀ ନୁହଁନ୍ତି, କେବଳ ଚେଷ୍ଟା କରୁଛନ୍ତି ଯେ ଯଦି ସମଗ୍ର ଦେଶର ସମସ୍ତ ସ୍ଥାନୀୟ ଦଳ ଏକାଠି ହୁଅନ୍ତି, ତେବେ ଏହା ଏକ ବଡ କଥା ହେବ।

ସୀତାରାମ ୟେଚୁରୀ କହିଛନ୍ତି ଯେ ନୀତୀଶ କୁମାର ଆମ ପାର୍ଟି କାର୍ଯ୍ୟାଳୟକୁ ଆସିବା ସ୍ବାଗତଯୋଗ୍ୟ ଏବଂ ଏହା ଦେଶ ପାଇଁ ଏକ ଉତ୍ତମ ସଙ୍କେତ। ବିରୋଧୀ ଦଳମାନଙ୍କୁ ଏକଜୁଟ ହୋଇ ଦେଶର ସମ୍ବିଧାନ ବଞ୍ଚାଇବାକୁ ପଡିବ। ଆମର ପ୍ରଥମ କାର୍ଯ୍ୟ ହେଉଛି ସମସ୍ତଙ୍କୁ ଏକଜୁଟ କରିବା ।

ଏହାପୂର୍ବରୁ ନୀତୀଶ କୁମାର ସୋମବାର ରାହୁଲ ଗାନ୍ଧୀଙ୍କ ସହ ୫୦ ମିନିଟର ବୈଠକ କରିଥିଲେ। ଜେଡିୟୁ ସୂତ୍ରରୁ ପ୍ରକାଶ ଯେ ଏହି ସମୟ ମଧ୍ୟରେ ବିରୋଧୀଙ୍କ ନେତୃତ୍ୱ ଉପରେ କୌଣସି ଆଲୋଚନା ହୋଇନାହିଁ। ଉଭୟ ନେତା ଭାଜପା ବିରୋଧରେ ବିରୋଧୀଙ୍କ ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଭବିଷ୍ୟତରେ ଏକ ଏଜେଣ୍ଡା ଅଧୀନରେଭାଜପା ବିରୋଧରେ ଅଭିଯାନ ଆରମ୍ଭ କରିବା ଉପରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri