‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ ମାନହାନି ମାମଲାକୁ ଅଦାଲତ ଭିତ୍ତିହୀନ ଦର୍ଶାଇ ଖାରଜ କରିଦେଇଛନ୍ତି। ପ୍ରକାଶିତ ଖବରରେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମ ନିଆଯାଇ ନ ଥିଲା କିମ୍ବା ନିର୍ଦ୍ଦିଷ୍ଟ ବିଦ୍ୟାଳୟ ନାମ ଉଲ୍ଲେଖ କରାଯାଇ ନ ଥିବାରୁ ଏହା କୌଣସି ଆକ୍ଷେପମୂଳକ ଖବରକୁ ପ୍ରୋତ୍ସାହିତ କରୁ ନାହିଁ ବୋଲି ଦର୍ଶାଇ ନିମାପଡ଼ା ଅତିରିକ୍ତ ଜିଲାଜଜ୍‌ ମାନ୍ୟବର ସୌମ୍ୟକ ପାତ୍ର ଅପିଲକୁ ରଦ୍ଦ କରିବା ସହ ନିମାପଡ଼ା ସିଭିଲ୍‌ ଜଜ୍‌ ସିନିୟର ଡିଭିଜନ କୋର୍ଟଙ୍କ ରାୟକୁ ବଳବତ୍ତର ରଖିଛନ୍ତି।

ପ୍ରକାଶ ଯେ, ୨୦୦୮ ମସିହାରେ ଧରିତ୍ରୀରେ ଗୋପ ବ୍ଲକ ଅଞ୍ଚଳରେ ଜାଲ ସାର୍ଟିଫିକେଟରେ କେତେଜଣ ଶିକ୍ଷକ ଚାକିରି କରିଥିବା ସମ୍ପର୍କିତ ଅଭିଯୋଗକୁ ନେଇ ଏକ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏପରି କି ଉକ୍ତ ଖବରରେ ଗୋପ ଅଞ୍ଚଳର ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ପୃକ୍ତ ଥାଇ ୫ ହଜାରରୁ ୨୦ ହଜାର ଟଙ୍କା ମଧ୍ୟରେ ବିଭିନ୍ନ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରୁଥିବା ନେଇ ଖବର ପ୍ରକାଶିତ ହୋଇଥିଲା। ଉକ୍ତ ଖବର ବିରୋଧରେ ଜଣେ ଶିକ୍ଷକ ଧରିତ୍ରୀ ସମ୍ପାଦକ ଏବଂ ଗୋପ ଅଞ୍ଚଳରେ କାର୍ଯ୍ୟ କରୁଥିବା ଖବରଦାତା ଭାରତୀ ଭୂଷଣ ଉପାଧ୍ୟାୟଙ୍କ ବିରୋଧରେ ନିମାପଡ଼ା ସିଭିଲ୍‌ ଜଜ୍‌(ବରିଷ୍ଠ)ଙ୍କ ଅଦାଲତରେ ଏକ ମାନହାନି ମାମଲା(ସିଏସ୍‌ ନଂ. ୧୨୪/୨୦୦୮) ରୁଜୁ ସହ ୧ଲକ୍ଷଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଉକ୍ତ ମାମଲାରେ ସିଭିଲ ଜଜ୍‌ ଶୁଣାଣି କରି ସମସ୍ତ ସାକ୍ଷ୍ୟ ଏବଂ ପ୍ରମାଣକୁ ଭିତ୍ତି କରି ୨୦୨୫ ଫେବୃଆରୀ ୧୧ରେ ରାୟ ପ୍ରକାଶ କରିବା ସହ ମାମଲାକୁ ଖାରଜ କରିଥିଲେ। ଅଦାଲତଙ୍କ ଉକ୍ତ ରାୟ ବିରୋଧରେ ସମ୍ପୃକ୍ତ ଶିକ୍ଷକ ନିମାପଡ଼ା ଅତିରିକ୍ତ ଜିଲା ଜଜ୍‌ କୋର୍ଟରେ ଅପିଲ୍‌ କରିଥିଲେ। ଅତିରିକ୍ତ ଜିଲା ଜଜ୍‌ ସମସ୍ତ ଦସ୍ତାବିଜ ଏବଂ ତଳ କୋର୍ଟଙ୍କ ରାୟକୁ ସମୀକ୍ଷା କରିବା ପରେ ଆବେଦନକାରୀଙ୍କ ପ୍ରାର୍ଥନାକୁ ଖାରଜ କରିବା ସହ ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?