ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଲକ୍ଷ୍ମୀଙ୍କ ଆଧାର କାର୍ଡ, ଭୋଟର କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଥିବା ସତ୍ତ୍ୱେ ତାଙ୍କର ରାଶନ କାର୍ଡ ନାହିଁ। ବାର୍ଦ୍ଧକ୍ୟ ଓ ଅବିବାହିତ ଭତ୍ତାରୁ ସେ ବଞ୍ଚିତ ରହିଛନ୍ତି। ଅନ୍ୟ ଘରେ ବାସନ ମାଜି ଜୀବନ ଅତିବାହିତ କରୁଥିବା ସେ କହିଛନ୍ତି। ରାଶନ କାର୍ଡ, ଭତ୍ତା ପାଇଁ ବାରମ୍ବାର ପଞ୍ଚାୟତ ପ୍ରଶାସନ ନିକଟରେ ଗୁହାରି କରିବା ସତ୍ତ୍ୱେ କେହି କର୍ଣ୍ଣପାତ କରୁ ନ ଥିବା ଲକ୍ଷ୍ମୀ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ଲକ୍ଷ୍ମୀ ଅବିବାହିତ ଥିବାବେଳେ ମା’ବାପାଙ୍କ ମୃତ୍ୟୁ ହୋଇଯାଇଛି। ସେ କୁଲି ମଜୁରି, ଲୋକଙ୍କ ଘରେ ବାସନ ମାଜି ଗୁଜୁରାଣ ମେଣ୍ଟାନ୍ତି। ସରକାରୀ ଯୋଜନା, ରାଶନ କାର୍ଡ, ଭତ୍ତା ଆଦି ସମ୍ପର୍କରେ ସେ ଅନଭିଜ୍ଞ। ପ୍ରତି ନିର୍ବାଚନରେ ସେ ଭୋଟ ଦେଉଥିବା କହିଛନ୍ତି। ଅନେକଥର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ରାଶନ କାର୍ଡ ଓ ଭତ୍ତା ଆବେଦନ କରି ନିରାଶ ହୋଇଛନ୍ତି। ନନ୍ଦପୁର ବ୍ଲକ, କୋରାପୁଟ ଜିଲା ପ୍ରଶାସନ ସମେତ ଯୋଗାଣ ବିଭାଗ ଓ ସାମାଜିକ ସୁରକ୍ଷା ବିଭାଗ କର୍ତ୍ତୃପକ୍ଷ ତାଙ୍କ ସମସ୍ୟା ବୁଝି ରାଶନ କାର୍ଡ ଓ ଭତ୍ତା ସହ ଚାଉଳ ମିଳିବାରେ ସହାୟକ ହେବାକୁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରା, ଜିପିଡିଓ ଦେବେନ୍ଦ୍ର ମାଝୀ, ଯୋଗାଣ ନିରୀକ୍ଷକ ଓ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ନାଗରାଜୁ ଆଚାରୀଙ୍କୁ ପଚାରିବାରୁ ପଞ୍ଚାୟତ ପିଇଓଙ୍କ ଦ୍ୱାରା ଲକ୍ଷ୍ମୀଙ୍କ ସମସ୍ତ କାଗଜପତ୍ର ସଂଗ୍ରହ କରି ରାଶନ କାର୍ଡ ଓ ଭତ୍ତା ଆବେଦନ ପ୍ରକ୍ରିୟା ସମ୍ପାଦନ କରାଯିବ ବୋଲି ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ୱିତ ହେଲେ ଝାରବନ୍ଧ ଥାନା IIC

ବରଗଡ଼,୧୪।୫(ପ୍ରେମାନନ୍ଦ ଖମାରୀ): ପୋଲିସ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରଗଡ଼ ଜିଲା ଝାରବନ୍ଧ ଥାନା IIC ସୁକ୍ରା ମାଢ଼ୀଙ୍କୁ କାର୍ଯ୍ୟରୁ ନିଲମ୍ୱିତ…

ଦିଲ୍ଲୀ ଯିବ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍‌

ଜୟପୁର,୧୪ା୫(ପବନ ପାଣିଗ୍ରାହୀ): ଛତିଶଗଡ଼ର ଜଗଦଲପୁରଠାରୁ ଦିଲ୍ଲୀକୁ ୨୧ ତାରିଖରେ ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବାକୁ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏହି ଟ୍ରେନ…

ବରଗଛ ଭାଙ୍ଗି ରାସ୍ତା ଅବରୋଧ

କୋରାପୁଟ,୧୪ା୫(ଅମିତାଭ ବେହେରା): କୋରାପୁଟ ସହରର ୨୬ନଂ.ଜାତୀୟ ରାଜପଥ ପାର୍ଶ୍ୱ ତଥ କଳାନିକେତନ ଛକ ନିକଟରେ ଏକ ପୁରୁଣା ବରଗଛ ଭାଙ୍ଗି ପଡ଼ିବାରୁ ରାସ୍ତା ଅବରୋଧ ହୋଇଥିଲା। ହେଲେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଭିଜିଲାନ୍ସ ଜାଲାରେ କନିଷ୍ଠଯନ୍ତ୍ରୀ

ଭଦ୍ରକ,୧୪ା୫(ସନାତନ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଗୁରୁବାର ଆରଡିଛକସ୍ଥିତ ୩ ମହଲା ଘର…

ଶହିଦ ମାଧୋ ସିଂଙ୍କ ଉପରେ ଭୁଲତଥ୍ୟ ପ୍ରସଙ୍ଗ: ଏହି ବିଷୟକୁ ଗୁରୁତର ସହ ନେଇ ଏମିତି ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ବରଗଡ଼,୧୪।୫(ପ୍ରେମାନନ୍ଦ ଖମାରୀ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକ ସାହିତ୍ୟ ସୁମନରେ ଶହିଦ ମାଧୋ ସିଂଙ୍କ ଜୀବନୀ ଆଧାରିତ ପାଠରେ…

ମୁମ୍ୱାଇ ଇଣ୍ଡିଆନ୍ସ ଆଗରେ ୨୦୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ଧର୍ମଶାଳା,୧୪ା୫: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିଛନ୍ତି। ଶାର୍ଦ୍ଦୁଳ ଠାକୁରଙ୍କ ୪ ଉଇକେଟ ସଫଳତା ସତ୍ତ୍ୱେ ପଞ୍ଜାବ…

ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହିଦ ମାଧୋ ସିଂଙ୍କ ଭୁଲ ଇତିହାସ ସ୍ଥାନିତ: ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ…

ବଲାଙ୍ଗୀର,୧୪।୫ (ସୁନିଲ କୁମାର ମହାନ୍ତି): କୋସଲାଞ୍ଚଳର ମହାନ ସ୍ବାଧୀନତା ସଂଗ୍ରାମୀ ଶହିଦ ମାଧୋ ସିଂଙ୍କ ଜୀବନୀ ବିଷୟରେ ସ୍କୁଲ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟ ଦିଆଯାଇଥିବା ପ୍ରତିବାଦରେ…

ବୃଦ୍ଧଙ୍କ ମୃତଦେହ ପୋଖରୀରୁ ହେଲା ଉଦ୍ଧାର: ଗାଧୋଇବା ପାଇଁ ଯାଇ ହୋଇଯାଇଥିଲେ ନିଖୋଜ

ଦିଗପହଣ୍ଡି,୧୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମ ପୋଖରୀରେ ବୁଡ଼ିଯାଇ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ଗୌତମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri