‘ପୁରସ୍କାର ଦ୍ୱାରା ସାମାଜିକ ଦାୟିତ୍ୱବୋଧ ବଢ଼େ’

ନିମାପଡ଼ା,୬ା୯(ଡି.ଏନ୍‌.ଏ.):ଚଳିତବର୍ଷ ଓଡ଼ିଶାରୁ ଏକମାତ୍ର ଶିକ୍ଷକ ଭାବେ ଈଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। ପୁରୀ ଜିଲା ନିମାପଡ଼ା ବ୍ଲକ ଗଡ଼ପଦନପୁର ପଞ୍ଚାୟତ ଅନ୍ତର୍ଗତ ବାଙ୍ଗୁରୁଷପାଟଣା ଗ୍ରାମରେ ଶିକ୍ଷକ ନାୟକଙ୍କ ଜନ୍ମ। ସମ୍ପ୍ରତି ସେ ନିମାପଡ଼ା ବ୍ଲକର କାନପୁର ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ରାଷ୍ଟ୍ରପତି ପୁରସ୍କାର ପାଇବା ପରେ ଶିକ୍ଷକ ନାୟକଙ୍କ ସହ ଆମ ନିମାପଡ଼ା ପ୍ରତିନିଧି ବିଚିତ୍ରାନନ୍ଦ ସାହୁଙ୍କ ସାକ୍ଷାତକାର।

ଶିକ୍ଷକତା ସହ ପିଲାଙ୍କ ପାଇଁ ଆଉ କ’ଣ କରିଛନ୍ତି?
ମୁଁ ଆମ ଗ୍ରାମରେ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଷ୍ଟୁଡେଣ୍ଟ ନଲେଜ ସେଣ୍ଟର ଓ ଲାଇବ୍ରେରୀ ଖୋଲିଛି। ଏହି ସେଣ୍ଟରରେ ପିଲାଙ୍କୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ଦିଆଯାଏ। ଏହି ସେଣ୍ଟରରେ କମ୍ପ୍ୟୁଟର ଶିକ୍ଷା ଲାଭ କରି ପିଲାମାନେ ବହୁ ଉପକୃତ ହେଉଛନ୍ତି। ସେହିପରି ଲାଇବ୍ରେରୀରେ ବିଭିନ୍ନ ପ୍ରକାର ପୁସ୍ତକ ଓ ପତ୍ରପତ୍ରିକା ପଢ଼ି ଜ୍ଞାନ ଆହରଣ କରିଥାନ୍ତି।

ବର୍ତ୍ତମାନର ପ୍ରାଥମିକ ଶିକ୍ଷା ସମ୍ପର୍କରେ ଆପଣଙ୍କ ମତ?
ଏବେ ଜାତୀୟ ଶିକ୍ଷାନୀତି-୨୦୨୦ ଆସିଛି। ଏହି ଶିକ୍ଷାନୀତି ଅନ୍ତର୍ଗତ ବ୍ୟବସ୍ଥାଗୁଡ଼ିକ ବିଦ୍ୟାଳୟରେ କାର୍ଯ୍ୟକାରୀ ହେଲେ ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ।
ଶିକ୍ଷକ ବୃତ୍ତିକୁ ଆପଣାଉଥିବା ଯୁବପିଢ଼ିଙ୍କ ପାଇଁ କ’ଣ ବାର୍ତ୍ତା ଦେବେ?
ଶିକ୍ଷକତା ଏକ ପବିତ୍ର ବୃତ୍ତି। ଶିକ୍ଷକମାନେ ଯେପରି ନିଜ ଭାବନାକୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ନିଷ୍ଠାର ସହ ପ୍ରବେଶ କରାଇବେ ଏବଂ ପିଲାମାନେ ଯେଭଳି ଶିକ୍ଷକଙ୍କ ଦ୍ୱାରା ବହୁଳ ଭାବେ ପ୍ରଭାବିତ ହେବେ ସେ ଦିଗରେ କାର୍ଯ୍ୟ କରାଯିବା ଆବଶ୍ୟକ। ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ନିଜର ସନ୍ତାନ ଭଳି ଭଲ ପାଇବା ଉଚିତ। ଏପରି ହେଲେ ଜଣେ ଆଦର୍ଶ ଶିକ୍ଷକ ହୋଇପାରିବେ।
ପୂର୍ବରୁ କ’ଣ ସବୁ ସମ୍ମାନ ଓ ପୁରସ୍କାର ପାଇଛନ୍ତି ?
୨୦୧୬ ମସିହାରେ ରାଜ୍ୟ ଶିକ୍ଷକ ସମ୍ମାନ, ୨୦୧୫ରେ ଜିଲା ସୃଜନଶୀଳ ଶିକ୍ଷକ ସମ୍ମାନ, ବାଙ୍କୀ ସାରସ୍ବତ ସମ୍ମାନ, ଭୁବନେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ନେଶନ୍‌ ବିଲଡର ପୁରସ୍କାର ସମେତ ରାଜ୍ୟ ଓ ଜିଲାର ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛି।

ଏହି ପୁରସ୍କାର ଆପଣଙ୍କୁ ଆଗକୁ ନେବାରେ କେତେ ସହାୟକ ହେବ?
ରାଷ୍ଟ୍ରପତି ପୁରସ୍କାର ମୋର ସାମାଜିକ ଦାୟିତ୍ୱବୋଧକୁ ବୃଦ୍ଧି କରୁଛି। ଯାହାଦ୍ୱାରା କି ମୋ’ ଜୀବନ ଥିବା ପର୍ଯ୍ୟନ୍ତ ମୁଁ ସମାଜର ମଙ୍ଗଳ କରିବାରେ ବ୍ରତୀ ହେବି। ଛାତ୍ରୀଛାତ୍ର ଓ ପିଲାଙ୍କୁ ଭଲ ନାଗରିକ ଭାବେ ଗଢ଼ିତୋଳିବା ପାଇଁ ମୁଁ ସର୍ବଦା ଚେଷ୍ଟା କରିବି। ଏହି ଗଢ଼ିତୋଳିବା କାର୍ଯ୍ୟ ମୋ ଜୀବନର କର୍ତ୍ତବ୍ୟବୋଧ ଭାବେ ପରିଗଣିତ ହେବ ବୋଲି ମୁଁ ମନେ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri