ନକଲି ସୁନାବତି ଦେଇ ୧୦ ଲକ୍ଷ ଠକିନେଲେ

କଟକ ଅଫିସ,୫ା୯:ଏକ କିଲୋ ଓଜନର ନକଲି ସୁନାବତି ଦେଇ ୧୦ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ କ୍ୟାଣ୍ଟନ୍‌ମେଣ୍ଟ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ କେନ୍ଦୁଆଡିଅ ଗ୍ରାମର ସନ୍ନ୍ୟାସୀ ଜେନା(୨୭)। ତାଙ୍କଠାରୁ ଏକ ବାଇକ୍‌(ଓଡି ୦୧ ଏକେ-୫୪୩୬), ୫୦ ହଜାର ଟଙ୍କା, ୧ କେଜି ଓଜନର ନକଲି ସୁନାବତି, ୩ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏଥିସହ ସନ୍ନ୍ୟାସୀ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଦୁଇଟି ପୃଥକ୍‌ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରି ଦିଆଯାଇଛି, ଯେଉଁଥିରେ ୨,୯୭,୦୦୦ ଟଙ୍କା ଜମା ଅଛି।
ପୋଲିସ ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ଆମ୍ବାସାଲ ଗ୍ରାମର ଯଚୀନ୍ଦ୍ର ଦଳାଇ(୪୯)ଙ୍କର କଟକ ବିଡ଼ାନାସୀ ଥାନା ଅଧୀନ କନିକା ଛକରେ ଏକ ପାଥୋଲାବ୍‌ ରହିଛି। ସନ୍ନ୍ୟାସୀ ଜଳେଶ୍ୱର ଅଞ୍ଚଳରୁ ଆସୁଥିବା ରୋଗୀମାନଙ୍କ ସହ ନିୟମିତ ତାଙ୍କ ପାଥୋଲାବ୍‌କୁ ଆସି ଯଚୀନ୍ଦ୍ରଙ୍କ ସହ ଭଲ ସମ୍ପର୍କ ସୃଷ୍ଟି କରିଥିଲେ। କିଛିଦିନ ପରେ ସନ୍ନ୍ୟାସୀ ଯଚୀନ୍ଦ୍ରଙ୍କୁ କହିଥିଲେ, ମୋ ପାଖରେ ଏକ କିଲୋ ଓଜନର ଏକ ସୁନାବତି ରହିଛି। ତାହାକୁ ବିକ୍ରି କରିବାକୁ ଚାହୁଁଛି। ସନ୍ନ୍ୟାସୀଙ୍କ କହିବା ମୁତାବକ ଯଚୀନ୍ଦ୍ର ଗତ ଜୁନ୍‌ ୫ରେ ବାଲେଶ୍ୱର ଯାଇ ଉକ୍ତ ସୁନାବତି ଦେଖିବା ସହ ସେଥିରୁ ସାମାନ୍ୟ ଅଂଶ ଭାଙ୍ଗି ପରୀକ୍ଷା ପାଇଁ କଟକ ଆଣିଥିଲେ। ପରୀକ୍ଷା ପରେ ଉକ୍ତ ସୁନାବତି ଅଂଶ ଅସଲି ବୋଲି ଯଚୀନ୍ଦ୍ର ଜାଣିବାକୁ ପାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ସୁନାବତି ବିକ୍ରିକୁ ନେଇ ୧୦ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା। ଜୁନ୍‌ ୨୨ ଅପରାହ୍ନରେ ସନ୍ନ୍ୟାସୀ ସୁନାବତିକୁ ଧରି କଟକ ଇନ୍‌ଡୋର୍‌ ଷ୍ଟାଡିୟମ ନିକଟରେ ପହଞ୍ଚତ୍ଲେ। ସେହିପରି ଯଚୀନ୍ଦ୍ର ନିଜ ଶାଳକଙ୍କୁ ନେଇ ସେଠାରେ ପହଞ୍ଚତ୍ବା ସହ ସନ୍ନ୍ୟାସୀଙ୍କୁ ୧୦ ଲକ୍ଷ ଟଙ୍କା ଦେଇ ଉକ୍ତ ସୁନାବତିକୁ ନେଇଆସିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ସୁନାବତିର ପୂରା ଅଂଶକୁ ପରୀକ୍ଷା କରିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ଫଳରେ ଯଚୀନ୍ଦ୍ର ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ସନ୍ନ୍ୟାସୀଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରି ବିଫଳ ହୋଇଥିଲେ। ଏ ସମ୍ପର୍କରେ ସେ କ୍ୟାଣ୍ଟନ୍‌ମେଣ୍ଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୧୦୯/୨୨) ରୁଜୁ କରିଥିଲା। ତଦନ୍ତ ସମୟରେ ସନ୍ନ୍ୟାସୀ ଓ ତାଙ୍କ ସ୍ତ୍ରୀ ନକଲି ସୁନାବତି ବିକ୍ରି ଜରିଆରେ ୧୦ ଲକ୍ଷ ଟଙ୍କା ଠକେଇ ପାଇଁ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଥିଲା। ଉକ୍ତ ୧୦ ଲକ୍ଷ ଟଙ୍କାରୁ କିଛି ଟଙ୍କା ବାଲିଆପାଳ ଷ୍ଟେଟବ୍ୟାଙ୍କ ଶାଖାରେ ସନ୍ନ୍ୟାସୀ ନିଜ ନାମରେ ଥିବା ଆକାଉଣ୍ଟରେ ଜମା କରିଥିଲେ। ସେହିପରି ଆଉ କିଛି ଟଙ୍କାକୁ ବାଲିଆପାଳ ୟୁକୋ ବ୍ୟାଙ୍କ ଶାଖାରେ ତାଙ୍କ ସ୍ତ୍ରୀଙ୍କ ନାମରେ ଜମା କରିଥିଲେ। ଏଥିସହ ଆଉ କିଛି ଟଙ୍କାକୁ ମଧ୍ୟ ବାଲିଆପାଳ ବିବିସିସି ବ୍ୟାଙ୍କରେ ସନ୍ନ୍ୟାସୀ ତାଙ୍କ ସ୍ତ୍ରୀଙ୍କ ନଁାରେ ଏକ ନୂଆ ଆକାଉଣ୍ଟ ଖୋଲି ଜମା କରିଥିଲେ। ସନ୍ନ୍ୟାସୀଙ୍କ ସ୍ତ୍ରୀ ଉକ୍ତ ଆକାଉଣ୍ଟରୁ ସାଢ଼େ ୬ ଲକ୍ଷ ଟଙ୍କା ସେପ୍ଟେମ୍ବର ୨ ତାରିଖରେ ଉଠାଇଥିବା ପୋଲିସ ଜାଣିବାକୁ ପାଇଥିଲା । ଏନେଇ ଅଧିକ ତଦନ୍ତ ଚାଲୁ ରହିଥିବା ପୋଲିସ ସୂତ୍ରରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri