ବର୍ଷାଦିନେ ଦିଶିବେ ଷ୍ଟାଇଲିଶ୍‌

ସୁନ୍ଦର ଦେଖାଯିବା ସହିତ ଆରାମଦାୟକ ଅନୁଭବ ପାଇଁ ବର୍ଷାଦିନେ ଠିକ୍‌ ପୋଷାକ ଚୟନ କରିବା ନିହାତି ଆବଶ୍ୟକ। ତେଣୁ ଏହି ଋତୁରେ କେଉଁ ଫାବ୍ରିକର ପୋଷାକ ପିନ୍ଧିବେ ଜାଣିରଖନ୍ତୁ…

ବର୍ଷାଦିନେ ଶୀଘ୍ର ଶୁଖିଯାଉଥିବା ଭଳି ଫାବ୍ରିକ ବ୍ୟବହାର କରନ୍ତୁ। କିନ୍ତୁ ଟ୍ରାନ୍ସପରେଣ୍ଟ ଫାବ୍ରିକ ପିନ୍ଧନ୍ତୁ ନାହିଁ। କାରଣ ବର୍ଷାରେ ସାମାନ୍ୟ ଓଦା ହୋଇଗଲେ ଅଶ୍ୱସ୍ତିବୋଧ କରିବେ।
ବର୍ଷାଦିନେ ଶର୍ଟ ଷ୍ଟାଇଲ୍‌ ବହୁତ ଭଲ। ତେଣୁ ଆଙ୍କେଲ ଲେନ୍ଥ କିମ୍ବା ଥ୍ରି ଫୋର୍ଥ ଲେଗିଙ୍ଗ୍‌ସ ସହିତ କୁର୍ତ୍ତି ପିନ୍ଧିପାରିବେ।
ବ୍ରାଇଟ୍‌ ଏବଂ ବୋଲ୍‌ଡ କଲରର ପୋଷାକ ଏହି ଋତୁରେ ବେଶ୍‌ ଭଲ ଲାଗିବ।
ଏହି ଋତୁରେ ଟ୍ରାନ୍ସପରେଣ୍ଟ ଲଙ୍ଗ୍‌ ରେନ୍‌କୋଟ୍‌ ପିନ୍ଧନ୍ତୁ, ବହୁତ ସୁନ୍ଦର ଲାଗିବ।
କର୍ଟନର ପୋଷାକକୁ ଏଭରଗ୍ରିନ୍‌ ଫାବ୍ରିକ୍‌ କୁହାଯାଏ। ତେଣୁ ବର୍ଷାଦିନେ ଏହି ଫାବ୍ରିକର ପୋଷାକ ପିନ୍ଧିବା ବହୁ ଆରାମଦାୟକ। ଏହି ପୋଷାକ ବର୍ଷାଦିନେ ଓଦା ହୋଇଗଲେ ବି ଶରୀରରେ ଲାଗିଯାଏ ନାହିଁ ଏବଂ ଓଦା ହେବା ପରେ ଏହା ମଧ୍ୟ ଶୀଘ୍ର ଶୁଖିଥାଏ। ବର୍ଷାଦିନେ କର୍ଟ ମେକ୍ସି ଡ୍ରେସ୍‌, ସ୍କର୍ଟ, ଟପ୍‌ ଓ କୁର୍ତ୍ତା ବହୁତ ସୁନ୍ଦର ଏବଂ ଫ୍ୟାଶନେବଲ୍‌ ଲାଗିବ।
ବର୍ଷାଦିନେ ଶିଫନ୍‌, ଲାଇଲନ୍‌ ଏବଂ ସିଲ୍କ ଫାବ୍ରିକ୍‌ ମଧ୍ୟ ପିନ୍ଧିବା ଆରାମଦାୟକ। ଏହି ଫାବ୍ରିକର ପୋଷାକ ବର୍ଷାଦିନେ ଓଦା ହୋଇଗଲେ ଖୁବ୍‌ ଶୀଘ୍ର ଶୁଖିଯାଇଥାଏ। ଶିଫନ୍‌ ଫାବ୍ରିକର ଡ୍ରେସ୍‌ ବହୁତ ହାଲ୍‌କା ଏବଂ ମୁଲାୟମ ହୋଇଥିବାରୁ ପିନ୍ଧିବାକୁ ମଧ୍ୟ ବହୁତ ଆରାମଦାୟକ ହୋଇଥାଏ। ସୁନ୍ଦର ପ୍ରିଣ୍ଟେଡ୍‌ ଶିଫନ ଫାବ୍ରିକର ପୋଷାକ ଦେଖିବାକୁ ବି ବହୁତ ଭଲ ଲାଗିଥାଏ।
ବର୍ଷାଦିନେ ଡେନିମ୍‌ର ଫାବ୍ରିକ୍‌ ପିନ୍ଧିବା ଆଦୌ ଉଚିତ ନୁହେଁ ବୋଲି ଅନେକେ ଭାବନ୍ତି। କିନ୍ତୁ ଡେନିମ୍‌ ପିନ୍ଧିବାର ବି କିଛି ସୁବିଧା ନିଶ୍ଚୟ ରହିଛି। ଏହା ପିନ୍ଧିବାକୁ ଆରାମଦାୟକ ହେବା ସହ ସହଜରେ ଖରାପ ହୋଇ ନ ଥାଏ। କାରଣ ଏହି ଫାବ୍ରିକରେ ଦାଗ ସହଜରେ ଲାଗି ନ ଥାଏ। ତେଣୁ ବେଳେବେଳେ ଏହି ଫାବ୍ରିକ ପିନ୍ଧିଲେ ବି ଫ୍ୟାଶନେବଲ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri