Posted inଜାତୀୟ

ଅଟକିଯାଇଛି ୟୁକ୍ରେନୀୟଙ୍କ ସମୟ

କିଭ୍‌, ୨୩ା୮: ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣକୁ ୧୮୦ ଦିନ ବିତିଗଲାଣି। ହେଲେ ୟୁକ୍ରେନୀୟଙ୍କ ପାଇଁ ଏହି ୬ ମାସ ଯେପରି କେଉଁଠି ଅଟକିଯାଇଛି। ମାତ୍ର ୫ ମାସର ଶିଶୁକୁ ଧରି ପଡ଼ୋଶୀ ପୋଲାଣ୍ଡକୁ ଗତ ମାର୍ଚ୍ଚରେ ପଳାୟନ କରିଥିବା ୟୁକ୍ରେନୀୟ ମହିଳା ତାଇସିଆ ମୋକ୍ରୋଜୁବ୍‌ ଭାବିଥିଲେ ଅତିବେଶୀରେ ମେ’ ସୁଦ୍ଧା ଯୁଦ୍ଧ ସରିଥିବ। ସେ ପୁଣି ଘରକୁ ଫେରିଆସିବେ। ହେଲେ ଇତିମଧ୍ୟରେ ତାଙ୍କ ଶିଶୁକୁ ୧୧ ମାସ ପୂରିଥିଲେ ବି ରୁଷିଆର ଆକ୍ରମଣ ଜାରି ରହିଛି। ଏବେ ବି ସେ ସ୍ବାମୀ, ପରିବାରଠାରୁ ଦୂରରେ। ନା ସରିଛି ଯୁଦ୍ଧ ନା ପୂରଣ ହୋଇଛି ତାଙ୍କ ଆଶା। ଯୁଦ୍ଧ ଅନ୍ତ ହେବାର କୌଣସି ରାସ୍ତା ଫିଟିପାରି ନ ଥିବାରୁ ଏହା ଆଗକୁ କେତେଦିନ ଧରି ଚାଲିବ ତାହା ମଧ୍ୟ ଅନିଶ୍ଚିତତାରେ। ଏହି କାହାଣୀ କେବଳ ଜଣକର ନୁହେଁ। ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରୁ ଅନ୍ୟ ଦେଶକୁ ଜୀବନ ରକ୍ଷା ପାଇଁ ପଳାୟନ କରିଥିବା କୋଟିଏରୁ ଊର୍ଦ୍ଧ୍ୱ ୟୁକ୍ରେନୀୟ ଏବେ ଅନିଶ୍ଚିତତା ଭିତରେ ଜୀବନ କାଟୁଛନ୍ତି।
ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଥମିବା ପରିବର୍ତ୍ତେ ଆହୁରି ଭୟଙ୍କର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଆସନ୍ତା ୨୪ ତାରିଖରେ ୟୁକ୍ରେନ୍‌ ଏହାର ୩୧ ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଥିବାବେଳେ ମସ୍କୋ ବଡ଼ଧରଣର ଆକ୍ରମଣ ଯୋଜନା କରିଥିବା ଆଶଙ୍କା କରାଯାଇଛି। ତେଣୁ ସମସ୍ତ ୟୁକ୍ରେନୀୟ ସତର୍କ ରହିବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ପରାମର୍ଶ ଦେଇଛନ୍ତି। ରାଜଧାନୀ କିଭ୍‌କୁ ରୁଷିଆ ଟାର୍ଗେଟ କରିପାରେ ବୋଲି କୁହାଯାଉଥିବାରୁ ଗୁରୁବାର ପର୍ଯ୍ୟନ୍ତ ସ୍ବାଧୀନତା ଦିବସ ରାଲି ଉପରେ କଟକଣା ଲଗାଯାଇଛି। ଖର୍କିଭରେ କର୍ଫ୍ୟୁ ଜାରି ହୋଇଛି। ଦକ୍ଷିଣ ୟୁକ୍ରେନ୍‌ର କେତେକ ସହର ଉପରେ ରୁଷିଆ ମିଶାଇଲ, ରକେଟ୍‌ ମାଡ଼ ଜାରି ରଖିଛି। ଜାପୋରିଜିଝିଆ ନ୍ୟୁକ୍ଲିୟର ପ୍ଲାଣ୍ଟ ନିକଟରେ ମସ୍କୋ ବାରମ୍ବାର ଆକ୍ରମଣ କରୁଥିବାରୁ କୌଣସି ବଡ଼ ଧରଣର ଅଘଟଣ ଘଟିପାରେ ବୋଲି କିଭ୍‌ ଆଶଙ୍କା ବ୍ୟକ୍ତ କରିଛି। ଏହାର ମୁକାବିଲା ପାଇଁ କିଭ୍‌ ନିଜକୁ ପ୍ରସ୍ତୁତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri