ଭୁବନେଶ୍ୱରରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଭୁବନେଶ୍ୱର,୨୩ା୮ (ବ୍ୟୁରୋ):ଭୁବନେଶ୍ୱର ରେଳଷ୍ଟେଶନଠାରୁ ମାତ୍ର ୧୦୦ ମିଟର ଦୂରରେ ସୋମବାର ରାତି ୮.୩୫ରେ ଏକ ମାଲବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଛି। ଝାଡ଼ଖଣ୍ଡର ଚକ୍ରଧରପୁରରୁ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଅଭିମୁଖେ ଯାଉଥିବା ଏକ ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନ୍‌ ଭୁବନେଶ୍ୱର ଷ୍ଟେଶନ ନିକଟରେ ୫ ବଗିକୁ ଛାଡ଼ି ଆଗକୁ ଚାଲିଯାଇଥିଲା। ତାହା ଲାଇନ୍‌ଚ୍ୟୁତ୍‌ ହୋଇ ରେଳଧାରଣାର କିଛି ଅଂଶ ନଷ୍ଟ ହୋଇଛି। ଏହାସହ ୨ଟି ଲାଇନ୍‌ରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି। ଲାଇନ୍‌ଚ୍ୟୁତର ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ରେଲଓ୍ବେ ବରିଷ୍ଠ ଅଧିକାରୀ ଓ ପୋଲିସ ଯାଞ୍ଚ କରିଛନ୍ତି।
ରିପୋର୍ଟ ପ୍ରସ୍ତୁତ ସୁଦ୍ଧା ରେଳ ଧାରଣାରୁ ଲାଇନ୍‌ଚ୍ୟୁତ ବଗିକୁ ହଟାଇ ଟ୍ରେନ ଚଳାଚଳ ସ୍ବାଭାବିକ କରିବା ପାଇଁ ଅଧିକାରୀମାନେ ଉଦ୍ୟମ ଚଳାଇଛନ୍ତି। ହୀରାଖଣ୍ଡ, ଜନ ଶତାବ୍ଦୀ, ପୁରୀ-ଦୁର୍ଗ, ତପସ୍ବନୀ, ପୁରୀ-ଗାନ୍ଧିଧାମ ଓ ପୁରୀ-ହାଓଡା ଏକ୍ସପ୍ରେସ୍‌ ଆଦି ପ୍ରାୟ ୧୦ ଟ୍ରେନର ଯାତ୍ରା ବିଳମ୍ବ ହୋଇଛି। ରାଜଧାନୀ ଏକ୍ସପ୍ରେସ ମଞ୍ଚେଶ୍ୱର ଷ୍ଟେଶନ ନିକଟରେ ଅଟକି ରହିଛି। ରେଳ ଧାରଣାର କ୍ଷତି ହୋଇଥିବାରୁ ମଙ୍ଗଳବାର ସକାଳ ସୁଦ୍ଧା ତାହାକୁ ସଜାଡ଼ିବାକୁ ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ମାଟି ମାଡି ନ ଥିବା ଓଡିଶାର ବିଧାୟକ ପ୍ରାର୍ଥୀ, ଜାଣନ୍ତୁ ରୋଚକ ତଥ୍ୟ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ...

ତର୍କରା ଡ୍ୟାମ୍‌ରେ ଗାଧୋଇଲା ବେଳେ ଅଘଟଣ: ୨ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା,୪ା୫(ସଙ୍ଗୀତା ଜେନା): ରଘୁନାଥପାଲୀ ଥାନା ଜଲଦା ଫାଣ୍ଡି ଅନ୍ତର୍ଗତ ତର୍କରା ଡ୍ୟାମ୍‌ ଶନିବାର ଅପରାହ୍ନରେ ଗାଧୋଇବାକୁ ଯାଇ ୨ ଜଣ ଯୁବକଙ୍କ ସଲୀଲ ସମାଧୀ ଘଟିଥିବା...

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ନାୟକ

କେନ୍ଦୁଝର, ୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକ ସଭା ପ୍ରାର୍ଥି ଭାବେ କଂଗ୍ରେସ ଦଳରୁ ଇଂ ବିନୋଦ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଶନିବାର...

‘ଓଡ଼ିଶାର ନେତା ମାଟିର ପୁଅ ହୁଅନ୍ତୁ’

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏକ ଖବରଦାତା ସମ୍ମିଳନୀରେ ମୋଦିଙ୍କ ବିକାଶଧାରା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି।...

ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ, ସ୍କିଲ୍‌ ଅଛି: ଏସ୍. ଜୟଶଙ୍କର

ଭୁବନେଶ୍ୱର,୪।୫: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ଏହି ସମୟରେ ସେ ଓଡ଼ିଶାର କଳା, ସଂସ୍କୃତି...

୧୦ରେ ଭୁବନେଶ୍ୱରରେ ରୋଡ୍‌ ଶୋ’ କରିବେ ମୋଦି

ଭୁବନେଶ୍ୱର,୪।୫: ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ୫ ଓ ୬ ତାରିଖ ପରେ ଆସନ୍ତା ୧୦...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ

ଭୁବନେଶ୍ୱର,୪।୫: ଓଡ଼ିଶାରେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଓଡିଶା ଆସିବେ କଂଗ୍ରେସ ହେବିୱେଟ୍। ଶନିବାର କଂଗ୍ରେସ ପକ୍ଷରୁ ଓଡ଼ିଶା ପାଇଁ ୪୦...

ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର

ନବରଙ୍ଗପୁର,୪।୫: ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ବ୍ୟାକ୍‌ ଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri