ନିଶା କାରବାର ଲିଙ୍କରେ ୨ ମହିଳା ଏଜେଣ୍ଟ: ଏସ୍‌ଟିଏଫ୍‌ ଲିଷ୍ଟରେ ସଞ୍ଜୁ, ପାକୁ ଓ କାକା

ଖୋର୍ଦ୍ଧା ଅଫିସ,୧୮ା୭: କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟାର୍ଗେଟରେ ଏବେ ନିଶା ମାଫିଆ। ବ୍ରାଉନ୍‌ସୁଗାର କାରବାରର ମାଷ୍ଟରମାଇଣ୍ଡ୍‌ ତଥା ଖୋର୍ଦ୍ଧା ପଥରଖଣି ଉପତ୍ୟକାରେ ରାଜ୍‌ କରୁଥିବା ସୁଧାଂଶୁ ପରିଡ଼ା ଓରଫ ଛୋଟା ଆତ୍ମସମର୍ପଣ କରି ଏବେ ଜେଲ୍‌ରେ ଅଛନ୍ତି। ତାଙ୍କର ୩ ସହଯୋଗୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରିବା ସହ ୩୫ଲକ୍ଷ ଟଙ୍କାର ବ୍ରାଉନସୁଗାର, ଗୋଟିଏ ବନ୍ଧୁକ, ଦୁଇଟି ଗୁଳି ଓ ଗାଡ଼ି ଆଦି ଜବତ କରିଛି। ସହଯୋଗୀ ଧରାପଡ଼ିବା ପରେ ଛୋଟା ସାମ୍ରାଜ୍ୟକୁ ବଡ଼ ଶକ୍ତ ଧକ୍କା ଲାଗିଛି। ତେବେ ସହଯୋଗୀଙ୍କଠାରୁ ଏସ୍‌ଟିଏଫ୍‌ ନିଶା ସାମ୍ରାଜ୍ୟ ସମ୍ପର୍କରେ ବହୁକିଛି ତଥ୍ୟ ପାଇଛି। ଏସବୁ ଆଧାରରେ ଛୋଟା ଲିଙ୍କ୍‌ରେ ଥିବା ମହିଳା ଏଜେଣ୍ଟ ଓ ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି। ତେବେ ଏସ୍‌ଟିଏଫ୍‌ ପ୍ରସ୍ତୁତ କରିଥିବା ତାଲିକାରେ ରୁପା ଓ ମିନା ନାମ୍ନୀ ଦୁଇଜଣ ମହିଳା ଏଜେଣ୍ଟଙ୍କ ନାମ ଥିବାବେଳେ ହିଟ୍‌ ଲିଷ୍ଟ୍‌ରେ ସଞ୍ଜୁ, ପାକୁ ଓ କାକାଙ୍କ ନାଁ ରହିଛି। ଏମାନେ କିଏ ତାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ନାନା ଚର୍ଚ୍ଚା ଚାଲିଛି। ତେବେ ଛୋଟାଙ୍କ ଡ୍ରାଇଭରଠାରୁ ଏସ୍‌ଟିଏଫ୍‌ ତଥ୍ୟ ଯୋଗାଡ କରି ରିମାଣ୍ଡରେ ନେବାକୁ ପ୍ରୟାସ କରୁଛି। ଏଭଳିସ୍ଥଳେ ଛୋଟା ଜାମିନରେ ଯିବେ ବୋଲି ଯେଉଁ କେତେଜଣ ରାଜନେତା ଉଦ୍ୟମ ଚଳାଇଥିଲେ ତାହା ଫସର ଫାଟିବାକୁ ବସିଛି।
ଭାଙ୍ଗିବ ଦୋକାନ ଓ ୩୨ ବଖରା ଅର୍ଦ୍ଧନିର୍ମିତ ଘର
ଖୋର୍ଦ୍ଧା ତହସିଲ ପାଚେରିକୁ ଲାଗି ଛୋଟା କରିଥିବା ଦୁଇଟି ଦୋକାନ ଭଙ୍ଗାଯିବ। ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରର ଛୋଟାଙ୍କ ଘର ପଛ ପାଖରେ ଥିବା ୩୨ ବଖରା ଘର ଉଚ୍ଛେଦ ହେବ। ଗତ ୧୫ ତାରିଖରେ ଛୋଟାଙ୍କ ଆଡ୍ଡାସ୍ଥଳ ଦ୍ୱାରିକାନଗରସ୍ଥିତ କୋଟିଏ ଟଙ୍କାର ୧୪ ବଖରା ଘରକୁ ପ୍ରଶାସନ ମାଟିରେ ମିଶାଇ ଦେଇଥିଲେ ମଧ୍ୟ ୩୨ ବଖରା ଅର୍ଦ୍ଧ ନିର୍ମିତ ଘର ବାଦ୍‌ ପଡିଥିଲା। ଖୋର୍ଦ୍ଧା ଆରଆଇ କବିରାଜ ସେଠୀ କୁହନ୍ତି, ଅର୍ଦ୍ଧ ନିର୍ମିତ ଘର ସମ୍ପର୍କରେ ଜିଲାପାଳ ସୀତାଂଶୁ କୁମାର ରାଉତ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ଭଙ୍ଗାଯିବାକୁ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri