Odisha Elections 2024
Posted inଫୁରସତ

ଏଣ୍ଟ୍ରାନ୍ସ ଦେଲେଣି ୨୫ ଥର

ଉଚ୍ଚଶିକ୍ଷା ପାଇଁ ଉଦ୍ଦିଷ୍ଟ ଏଣ୍ଟ୍ରାନ୍ସ ବା ପ୍ରବେଶିକା ପରୀକ୍ଷାରେ ଥରେ କି ଦୁଇଥର ଫେଲ୍‌ ହୋଇଗଲେ ଯେଉଁଠି ଆଜିକାର ଯୁବପିଢୀମାନେ ନିଜର ଆତ୍ମବିଶ୍ୱାସକୁ ହରାଇ ବସୁଛନ୍ତି, ସେ କ୍ଷେତ୍ରରେ ଲିୟାଙ୍ଗ ଶୀଙ୍କୁ ଏକ ଉଦାହରଣ ଭାବେ ନିଆଯାଇପାରେ। ଚାଇନାର ଏହି ବ୍ୟକ୍ତିଙ୍କୁ ଏବେ ୫୫ ବର୍ଷ। ସେ ଜଣେ ସଫଳ ବିଲ୍ଡିଂ ମାଟେରିଆଲ୍‌ କମ୍ପାନୀର ମାଲିକ। ତାଙ୍କ ପାଖରେ ଟଙ୍କାପଇସାର ଅଭାବ ନାହିଁ। ଟଙ୍କା ବଳରେ ସେ ଯାହା ଚାହିଁବେ ତାହା କରିପାରିବେ। ତଥାପି ବି ତାଙ୍କର ଏକ ସ୍ବପ୍ନ ଆଜିଯାଏଁ ପୂରଣ ହୋଇପାରୁନାହିଁ। ଲିୟାଙ୍ଗର ପିଲାଟି ଦିନରୁ ସ୍ବପ୍ନ ଥିଲା ଚାଇନାର ପ୍ରସିଦ୍ଧ ସିଚ୍ଚୁଆନ୍‌ ୟୁନିର୍ଭସିଟିରେ ପାଠ ପଢିବେ। କିନ୍ତୁ ଆଜିଯାଏଁ ତାଙ୍କର ଏହି ସ୍ବପ୍ନ ସାକାର ହୋଇପାରିନାହିଁ। କାରଣ ଚାଇନାରେ କଲେଜ ଶିକ୍ଷା ଗ୍ରହଣ କରିବା ନିମନ୍ତେ ଏକ କମନ୍‌ ଟେଷ୍ଟ ହୋଇଥାଏ, ଯାହାକୁ ଗାଓକାଓ ଏକ୍‌ଜାମ୍‌ କୁହାଯାଏ। ଏହି ପ୍ରବେଶିକା ପରୀକ୍ଷାରେ ପାସ୍‌ କଲେ ଛାତ୍ରୀଛାତ୍ରଙ୍କୁ କଲେଜରେ ଆଡ୍‌ମିଶନ ମିଳିଥାଏ। କିନ୍ତୁ ୟା’ଭିତରେ ଲିୟାଙ୍ଗ ଥରେ କି ଦୁଇ ଥର ନୁହେଁ ପ୍ରାୟ ୨୫ ଥର ଉକ୍ତ ପ୍ରବେଶିକା ପରୀକ୍ଷା ଦେଇସାରିଲାଣି ଆଉ ପ୍ରତିଥର ପାସ୍‌ ବି ହେଉଛନ୍ତି। କିନ୍ତୁ ସେ ଯେତିକି ର଼୍ୟାଙ୍କ୍‌ ରଖୁଛନ୍ତି, ସେଥିରେ ଅନ୍ୟ ଯେ କୌଣସି ୟୁନିର୍ଭସିଟିରେ ଆଡ୍‌ମିଶନ୍‌ ନେଇହେବ ହେଲେ ସିଚ୍ଚୁଆନ୍‌ ୟୁନିର୍ଭସିଟିରେ ନାଁ ଲେଖେଇ ହେବନାହିଁ। ଯେହେତୁ ତାଙ୍କର ବଡ଼ ସ୍ବପ୍ନ ହେଉଛି ସିଚ୍ଚୁଆନ୍‌ ୟୁନିର୍ଭସିଟିରେ ପାଠ ପଢିବେ, ସେଥିପାଇଁ ସିଏ ଆଜିଯାଏଁ ପଢା ଜାରି ରଖିଛନ୍ତି ଆଉ ନିଜକୁ ପୁଣିଥରେ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛନ୍ତି। ସତରେ ଲିୟାଙ୍ଗର ଏହି ଚେଷ୍ଟା ଓ ଆତ୍ମବିଶ୍ୱାସ ଆଜିକାର ଯୁବପିଢୀଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

ଆଜି ବିଶ୍ୱ ମାତୃ ଦିବସ

ବିଶ୍ୱ ମାତୃ ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଉତ୍ସବ ଯାହାକି ମା’ ଏବଂ ମାତୃଭାଷାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହା ଜଣେ ମା’ର...

ଚଳନ୍ତା ବିମାନରେ ମାରପିଟ

ସାନ୍‌ ଫ୍ରାନ୍ସିସ୍କୋ: ସାମ୍ପ୍ରତିକ ସମୟରେ ବିମାନରେ ଯାତ୍ରା କରିବାବେଳେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିବାର ଅନେକ ଖବର ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆର ଯୁଗ...

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri