Odisha Elections 2024

ବେଙ୍ଗାଲୁରୁରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

କେନ୍ଦୁଝର, ୨୬।୫ (ସ୍ବ.ପ୍ର.): କିଛି ଦିନ ତଳେ ବାଙ୍ଗାଲୋରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବତୀଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତୋଟାଡିହ ଗ୍ରାମର ଦଶରଥ ଗଡମାଝୀଙ୍କ ଝିଅ କୁନ୍ତଳା(୨୧)। ତାଙ୍କ ମୃତଦେହ ଗ୍ରାମକୁ ଫେରାଇ ଆଣିବା ପାଇଁ ପରିବାର ଲୋକ ଜିଲା ଶ୍ରମ ଅଧିକାରୀଙ୍କଠାରେ ନିବେଦନ କରିଛନ୍ତି।
ସମ୍ପର୍କୀୟ ଭାଇ ଦୟା ଗଡ଼ମାଝୀଙ୍କ କହିବା ଅନୁଯାୟୀ, ଟେଲରିଂ କାମ ଶିଖିବା ପରେ ସେ ଆଗରୁ ସେଠାରେ କାମ କରୁଥିଲେ। କୋଭିଡ୍‌ ସମୟରେ ଘରକୁ ଚାଲିଆସିଥିଲେ। ତେବେ ଏଠାରେ କାମ ଧନ୍ଦା ନ ମିଳିବାରୁ ସେ ଅନ୍ୟ ଦୁଇ ଝିଅଙ୍କ ସହିତ ମେ’ ୭ତାରିଖରେ ବାଙ୍ଗାଲୋର ଯାଇଥିଲେ। ଗତ ମଙ୍ଗଳବାର ସେ ହଠାତ୍‌ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ନେଇ ଖବର ଆସିଥିଲା। ପରିବାର ଲୋକେ ଚିକିତ୍ସା ଲାଗି ୧ହଜାର ଟଙ୍କା ପଠାଇଥିଲେ। କିଛି ସମୟ ପରେ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିଲା। ତେବେ କୁନ୍ତଳାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ମୃତଦେହ ଫେରାଇ ଆଣିବାରେ ଅସମର୍ଥ ପ୍ରକାଶ କରି ସହାୟତା ପାଇଁ ଶ୍ରମବିଭାଗକୁ ଗୁହାରି କରିଛନ୍ତି। ଏନେଇ ଜିଲା ଶ୍ରମ ଅଧିକାରୀ ସୂର୍ଯ୍ୟ ନାରାୟଣ ମାଲି କହିଛନ୍ତି ଯେ, ସହାୟତା ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭୋଟ ହାର ୭୪.୬୫%, ରାତି ସାଢ଼େ ୧୦ଟା ଯାଏ ଚାଲିଲା ମତଦାନ

ହାଟଡିହୀ,୨୬।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୯୧ଟି ଭୋଟ କେନ୍ଦ୍ରରେ ଭୋଟ ଗ୍ରହଣ ହୋଇଛି। ଉକ୍ତ ବିଧାନସଭା କ୍ଷେତ୍ର ଅଧୀନରେ ହାଟଡିହୀ ଏବଂ...

ଇଭିଏମ୍‌ ସିଲ୍‌ ପୂର୍ବରୁ ଚେତା ହରାଇଲେ ପୋଲିଂ ଅଫିସର

ପାଟଣା,୨୫ା୫(ବୀର କିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟରେ ନିର୍ବାଚନ କାର୍ଯ୍ୟ କରୁଥିବା ଜଣେ ଫାଷ୍ଟ ପୋଲିଂ ଅଫିସର ଶନିବାର ରାତିରେ...

ଭୋଟ ଦେଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଅଖିଳ

ପାଟଣା,୨୫।୫(ବୀର କିଶୋର ଦାଶ): ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ୨୭୩ଟି ବୁଥରେ ମତଦାନ ଆରମ୍ଭ...

ଘୁମୁସର ବନଖଣ୍ଡରେ ୮୧ ହାତୀ

ଭଞ୍ଜନଗର/ଆସିକା,୨୪।୫(ବାବୁଲା ପ୍ରଧାନ/ ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମସର ଦକ୍ଷିଣ ବନଖଣ୍ଡରେ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା...

ଇଭିଏମ୍‌ ମେଶିନ ଅଚଳ, ଧାଡିରେ ଥିବା ଲୋକେ ନିରାଶ

ହାଟଡିହି,୨୫।୫(ଶୁଭକାନ୍ତ ନାୟକ): ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ...

ବୁଥରେ ପ୍ରଥମ ଭୋଟ ଦେଲେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବୁଥରେ ପହଞ୍ଚି ପ୍ରଥମ ଭୋଟ ଦେଇଛନ୍ତି। ଅଭିମନ୍ୟୁ ନିଜ ଗାଁ...

ସରପଞ୍ଚଙ୍କ ଗାଡ଼ିରୁ ଜବତ ହେଲା ୨ ଲକ୍ଷ ୫୦ ହଜାର ଟଙ୍କା

ଆନନ୍ଦପୁର,୨୪ା୫(ସୁଶାନ୍ତ କୁମାର ସାହୁ): ରାମଚନ୍ଦ୍ରପୁର ଥାନା ଛକ ନିିକଟରୁ ଫ୍ଲାଇଂ ସ୍କ୍ବାଡ ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦୀପ କୁମାର ସାହୁଙ୍କ ଗାଡ଼ିରୁ ୨ ଲକ୍ଷ ୫୦ ହଜାର...

ରାତି ପାହିଲେ ନିର୍ବାଚନ: ଆନନ୍ଦପୁରରେ ୨ଲକ୍ଷ ୩୩ ହଜାର ୨୦୩ ଭୋଟର କରିବେ ମତଦାନ

ଆନନ୍ଦପୁର,୨୪ା୫(ସୁଶାନ୍ତ କୁମାର ସାହୁ): ଓଡ଼ିଶାରେ ଆସନ୍ତାକାଲି ଅର୍ଥାତ୍‌ ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ଉଭୟ ଆନନ୍ଦପୁର ଏବଂ ଘସିପୁରା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ। ଆନନ୍ଦପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri