ଅଣ୍ଢରା ଡକାୟତି ଘଟଣାରେ ୯ ଗିରଫ

ପଟ୍ଟାମୁଣ୍ଡାଇ,୨୧ା୫(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଧୋୟାଞ୍ଚଳ ଅଣ୍ଢରା ଗାଁରେ ଏପ୍ରିଲ ୩୦ତାରିଖ ସନ୍ଧ୍ୟା ସାଢେ ୭ଟାରେ ଡକାୟତି ମାମଲାରେ ସମ୍ପୃକ୍ତ ୬ ଅଭିଯୁକ୍ତ କରାଯାଇଛି। ଏଥିସହ ଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କ ସମେତ ୯ ଜଣଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଏ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କେନ୍ଦ୍ରାପଡ଼ା ଏସ୍‌ପି ମଡକର ସନ୍ଦିପ ସମ୍ପଦ କହିଛନ୍ତି, ଏପ୍ରିଲ ୩୦ ତାରିଖରେ ଚଉଦକୁଲାଟ ଫାଣ୍ଡି ଅଧୀନ ଅଣ୍ଢରା ଗାଁର ବିଶିଷ୍ଠ ସାମାଜିକ କର୍ମୀ ଡାକ୍ତର ଗଦାଧର ମଲ୍ଲିକଙ୍କ ଘରେ ସନ୍ଧ୍ୟାରେ ସଶସ୍ତ୍ର ଡକାୟତି ହୋଇଥିଲା। ପୋଲିସ ଏହି ମାମଲାର ଛାନଭିନ କରି ଗୁରୁବାର ସନ୍ଧ୍ୟା ସାଢେ ୬ଟାରେ ଅଭିଯୁକ୍ତମାନଙ୍କୁ ପଳସିଂହା ରାସ୍ତା ପାଶର୍‌ବରେ ଚଉଦକୁଲାଟ ପେଟ୍ରୋଲ ପମ୍ପରୁ ଡକାୟତି ପାଇଁ ମସୁଧା ଚଳାଇଥିବା ବେଳେ ପାଟ୍ରୋଲିଂ କରୁଥିବା ପୋଲିସ ଦଳ ହାବୁଡ଼ରେ ପଡିଥିଲେ। ପୋଲିସ ଏହି ଡକାୟତି ଦଳରେ ଥିବା ସଦସ୍ୟମାନଙ୍କୁ ଥାନାକୁ ଧରି ଆଣି ପଚରାଉଚରା କରିବା ପରେ ସମସ୍ତ ଘଟଣା ବିଷୟରେ ଜାଣିବାକୁ ପାଇଥିଲା। ଅଣ୍ଢରା ଡକାୟତି ମାମଲାରେ ସାମିଲ ଥିବା ତରଡିପାଳଗାଁର ଅସୀମ ମହାନ୍ତି ଓରଫ ମୁନା, ନିକିରାଇ ଥାନା ଅନ୍ତର୍ଗତ ମୁଗବାଡି ଗଁାର ଏସ୍‌.କେ. ମୁସ୍ତାକିନ ଓରଫ ବାବୁ, ତ୍ରିଲୋଚନ ମଳିକ ଓରଫ କାଳିଆ, ଆଳି ଥାନା ଅଧୀନ ପତ୍ରପୁର ଗାଁର ସଞ୍ଜୟ କୁମାର ବିଶ୍ୱାଳ ଓରଫ ବାବୁ, ମଙ୍ଗରାଜପୁର ଗାଁର ଲଲାଟେନ୍ଦୁ କେଶରୀ ସାମଲ ଓରଫ ଲକି, ମାର୍ଶାଘାଇ ଥାନା ଅଧୀନ ଜୁଣ ଗାଁର ହୃଷୀକେଶ ମଳିକ ଓରଫ ପପୁନି, ସାଲେପୁର ଥାନା ଅଧୀନ ମନୋରଞ୍ଜନ ରଣା ଓରଫ ତପୁଙ୍କୁ ପୋଲିସ ଗିରଫ କରିଥିଲା। ଏହି ଡକାୟତି ଦଳରେ ସାମିଲ ଥିବା ଆଳି ଥାନା ଅଧୀନ ପ୍ରତ୍ରପୁର ଗାଁର ସୌମ୍ୟ ରଞ୍ଜନ ମଳିକ ଓରଫ ସୋନୁ, ମାର୍ଶାଘାଇ ଥାନା ଅନ୍ତର୍ଗତ ଆଠବାଟିଆ ଗାଁର ମାନସ ବେହେରା, ପଟ୍ଟାମୁଣ୍ଡାଇ ଥାନା ଅଧୀନ ମୂଳବସନ୍ତ ଗାଁର କିରଣ ସେଠୀ ଓରଫ ସିପୁଆ ଫେରାର ହୋଇଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଅଣ୍ଢରା ଡକାୟତି ମାମଲାରେ ତ୍ରିଲୋଚନ ମଳିକ ସମ୍ପୃକ୍ତ ନ ଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ଆଳି ଥାନା ଅଧୀନ ପତ୍ରପୁର ଗଁାର ସୋନୁ ଫେରାର ଥିବା ଏସ୍‌ପି ସୂଚନା ଦେଇଛନ୍ତି। ତେବେ ଅଣ୍ଢରା ଡକାୟତି ମାମଲାରେ ଡକାୟତଙ୍କଠାରୁ ଲୁଟ ସୁନା, ରୁପା ଅଳଙ୍କାର କିଣିଥିବା କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଭାଗବତପୁର ଗାଁର ସର୍ବେଶ୍ୱର ସାହୁ ଓ ଗରାପୁର ଗାଁର ସନ୍ତୋଷ କୁମାର ଜେନାଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ୫.୧ ଗ୍ରାମ ତରଳ ସୁନା,୧୦୦ ଗ୍ରାମ ରୁପା ଅଳଙ୍କାର, ୨ଟି ବାଇକ୍‌, ଛୁରୀ, ଭୁଜାଲି, ଲୁହାରଡ଼, କଟୁରି, ଖେଳଣା ବନ୍ଧୁକ, ୨ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ ଜବତ କରାଯାଇଛି। ତେବେ ଅଣ୍ଢରା ଡକାୟତି ମାମଲାରେ ଲୁଟ୍‌ ହୋଇଥିବା ୪୦ ହଜାର ଟଙ୍କା ଓ ସୁନା ଅଳଙ୍କାର ଅଦ୍ୟାବଧି ଉଦ୍ଧାର ହୋଇପାରିନାହିଁ। ଅଭିଯୁକ୍ତମାନଙ୍କୁ ପଟ୍ଟାମୁଣ୍ଡାଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜିର କରାଯାଇଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବାରିମୂଳ ଜେଲ ହାଜତକୁ ପଠାଇ ଦିଆଯାଇଛି। ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ହରେଶ ପାଣ୍ଡେ, ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେଉରିଆ, ଆଇଆଇସି ତପନ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri