ବଡ଼ଦାଣ୍ଡ ନାଳରେ ପଡ଼ି ମୃତ୍ୟୁ

ରାଜ୍ୟର ବିଭିନ୍ନ ସ୍ଥାନରେ ମୁକୁଳା ଡ୍ରେନ୍‌ରେ ପଡ଼ି ଲୋକଙ୍କ ମୃତ୍ୟୁ ଘଟିଥିବାର ଅନେକ ନଜିର ରହିଥିବାବେଳେ ପୁରୀ ବଡ଼ଦାଣ୍ଡରେ ଘଟିଛି ଅନୁରୂପ ଏକ ଘଟଣା। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ରିକ୍ସାଚାଳକ ମୁକୁଳା ନାଳରେ ପଡ଼ି ପ୍ରାଣ ହରାଇଛନ୍ତି। ପ୍ରଶାସନିକ ଦାୟିତ୍ୱହୀନତା ଯୋଗୁ ନାଳକୁ ଉପଯୁକ୍ତଭାବେ ଘୋଡ଼ା ଯାଇ ନ ଥିବାରୁ ଏକ ନିରୀହ ଜୀବନ ଚାଲିଗଲା। ଆଉ କେତେ ଜୀବନ ଗଲା ପରେ ସରକାରଙ୍କ ଚେତା ପଶିବ ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି।

ପୁରୀ ଅଫିସ୍‌, ୧୯।୫: ପୁରୀ ସହର ମାର୍କେଟ ଛକ ନିକଟସ୍ଥ ବଡ଼ଦାଣ୍ଡ ପାର୍ଶ୍ୱରେ ଥିବା ଏକ ମୁକୁଳା ନାଳରେ ପଡ଼ି ଜଣେ ରିକ୍ସା ଚାଳକଙ୍କ ଜୀବନ ଯାଇଛି। ନିଧି ଭୋଇ(୪୧) ନାମକ ରିକ୍ସାଚାଳକ ମଙ୍ଗଳବାର ରାତିରେ ନାଳରେ ପଡ଼ିଯାଇ ଉଠିପାରି ନ ଥିଲେ। ଫଳରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ଅନ୍ଧାର ରାତିରେ ସହାୟତା ପାଇଁ ଚିତ୍କାର କରିଥିଲେ ମଧ୍ୟ ସାହାଯ୍ୟ କରିବାକୁ କେହି ନ ଥିଲେ। ବୁଧବାର ଭୋର ସମୟରେ ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଅପରପକ୍ଷରେ ନାଳ ସଫା ପରେ ସ୍ଲାବ୍‌ ନ ପକାଯାଇ ଦାୟିତ୍ୱହୀନ ଭାବେ ଏଗୁଡ଼ିକୁ ମୁକୁଳା ଛାଡ଼ି ଦିଆଯାଉଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକେ କହିବା ସହ ପୌର ପ୍ରଶାସନକୁ ଦାୟୀ କରିଛନ୍ତି। ଜିଲାପାଳ ପୌରସଂସ୍ଥାର ଅଧ୍ୟକ୍ଷ ଦାୟିତ୍ୱରେ ଥିବାରୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ନିଜେ ନେବା ସହ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରନ୍ତୁ ବୋଲି ସାଧାରଣରେ ଦାବି ଉଠିଛି।

ବୀରନରସିଂହପୁର ଗୋହରୀ ସାହିର ନିଧି ପ୍ରତିଦିନ ପୁରୀ ଆସି ରିକ୍ସା ଚଳାନ୍ତି। ମାର୍କେଟ ଛକଠାରେ ରାତିରେ ରିକ୍ସା ରଖି ଘରକୁ ଫେରନ୍ତି। ମାତ୍ର ମଙ୍ଗଳବାର ରାତିରେ ସେ ଘରକୁ ଫେରି ନ ଥିଲେ। ବୁଧବାର ଭୋର ସମୟରେ ତାଙ୍କ ମୃତ ଶରୀର ପୁରୀ ବଡ଼ଦାଣ୍ଡ ନାଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା। ପରିବାର ଲୋକେ ହସ୍ପିଟାଲରେ ପହଞ୍ଚତ୍ଥିଲେ। ପୋଷ୍ଟମର୍ଟମ ପରେ ପୁରୀ ସ୍ବର୍ଗଦ୍ୱାରରେ ନିଧିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅନ୍ୟପକ୍ଷରେ କୁମ୍ଭାରପଡ଼ା ଥାନା ଆଇଆଇସି ବିଚିତ୍ରାନନ୍ଦ ସେଠୀ କହିଛନ୍ତି ଯେ, ନିଧି ନାଳରେ ପଡ଼ି ପ୍ରାଣ ହରାଇଛନ୍ତି। ଶ୍ୱାସରୁଦ୍ଧ କାରଣରୁ ଏଭଳି ହୋଇଛି ଅଥବା ଅନ୍ୟ କେଉଁ କାରଣରୁ ତାହା ସ୍ପଷ୍ଟ ହୋଇପାରି ନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ତେବେ ନାଳ କାହିଁକି ଖୋଲାଥିଲା ତାହାକୁ ନେଇ ସ୍ଥାନୀୟ ଲୋକେ ଓ ଦୋକାନୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ଥାନୀୟ ବାସିନ୍ଦା ଶେଷଦେବ ରଥଙ୍କ କହିବାନୁସାରେ ପାଖାପାଖି ୨ ମାସ ହେଲାଣି ନାଳ ସଫା କାମ ସରିଲାଣି। ମାତ୍ର ଏଠାରେ ସ୍ଲାପ୍‌ ପକାଯାଉ ନାହିଁ। ୪ଫୁଟ୍‌ ଗଭୀର ନାଳରେ ସ୍ଲାପ୍‌ ନ ପକାଇବା ଘଟଣାରେ ସ୍ଥାନୀୟ ଦୋକାନୀମାନେ ବାରମ୍ବାର ପୌର କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମାତ୍ର ପ୍ରଶାସନ ଭ୍ରୂକ୍ଷେପ କରିନାହିଁ। ପୌରସଂସ୍ଥାର ଅବହେଳା ପାଇଁ ମୂଲ୍ୟବାନ ଜୀବନଟିଏ ଚାଲିଗଲା। ଯେଉଁଠାରେ ସ୍ଲାପ୍‌ ପଡ଼ିନାହିଁ, ସେଠାରେ ନିଷିଦ୍ଧାଞ୍ଚଳ ବୋଲି ଲେଖାଯିବା କଥା। ହେଲେ ତାହା ମଧ୍ୟ କରାଯାଇ ନ ଥିବା ରଥ କହିଛନ୍ତି। ଅନ୍ୟପକ୍ଷରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି ଯେ, ନାଳ ସଫା କାମ ପୂରା ସହରରେ ଚାଲିଛି। ସଂପୃକ୍ତ ସ୍ଥାନରେ ୧୫ ଦିନ ତଳେ ନାଳ ସଫା ହୋଇଥିଲା। ଅନ୍ୟ ସମସ୍ତ ସ୍ଥାନରେ ନାଳ ଉପରେ ସ୍ଲାପ୍‌ ପଡ଼ିଥିବାବେଳେ ସମ୍ପୃକ୍ତ ସ୍ଥାନରେ ଖୋଲା ରହି ଯାଇଥିଲା। କାହାରି ଜୀବନ ଚାଲିଯିବା ଦୁଃଖଦ ଖବର। ଏନେଇ ଏକ ତଦନ୍ତ କମିଟି ଗଠନ କରିଛୁ। କାହିଁକି ନାଳ ମୁକୁଳା ଥିଲା ସେନେଇ ତଦନ୍ତ ହେବ। ସଫେଇ କାର୍ଯ୍ୟ ଠିକା ସଂସ୍ଥା ଜାଗୃତି କରୁଛି। ଅବହେଳା ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାଇଁ କହିଛନ୍ତି।

‘ଆହା ପଦେ କେହି କହିଲେ ନାହିଁ’

ପୌର ପ୍ରଶାସନର ଅବହେଳା ଯୋଗୁ ସ୍ବାମୀ ନିଧି ମୁକୁଳା ନାଳରେ ପଡ଼ି ପ୍ରାଣ ହରାଇଲେ, ହେଲେ ଆହା ପଦେ କହିବାକୁ କେହି ଟିକେ ଆସିଲେନି ବୋଲି ସ୍ତ୍ରୀ ସୁଲୋଚନା କ୍ଷୋଭର ସହ କହିଛନ୍ତି। ସ୍ବାମୀ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ପରିବାରର ସ୍ଥିତି ଖରାପ ଥିବାରୁ ଚଳିବା କଷ୍ଟକର। ଏବେ ୧୨ବର୍ଷ ପୁଅକୁ ପଢ଼ାଇବା ମଧ୍ୟ କାଠିକର ପାଠ ହୋଇଯିବ। ତେଣୁ ପ୍ରଶାସନ କ୍ଷତିପୂରଣ ଦେବାକୁ ଅନୁରୋଧ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri