ଖୁସି ଗଲା କୁଆଡ଼େ

ମେ ୩ରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରାଯାଇଛି। ଏହାକୁ ମିଶାଇ ଗତ ତିନି ମାସ ମଧ୍ୟରେ ଓଡ଼ିଶାରେ ରାଜନୈତିକ ହିଂସାକାଣ୍ଡରୁ ୨୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଘରୋଇ ହିଂସାଜନିତ ହତ୍ୟା ଓ ଆତ୍ମହତ୍ୟା ସଂଖ୍ୟା ୩୦ରୁ ଊର୍ଦ୍ଧ୍ୱ ହୋଇଥିବା ଖବର ପ୍ରକାଶ ପାଇଛି। ରିପୋର୍ଟ ହୋଇ ନ ଥିବା ହିଂସାଜନିତ ମୃତ୍ୟୁକୁ ହିସାବକଲେ ସଂଖ୍ୟା ବଢ଼ିଯିବ। ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ ଦେଖିଲେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅପେକ୍ଷାକୃତ ଭଲ ସ୍ଥିତିରେ ଥିଲା। ଗାଁଗଣ୍ଡାରେ ନିର୍ବାଚନ ପରେ ଶତ୍ରୁତା ବଢ଼ିଥିବାରୁ ଗୋଷ୍ଠୀବଦ୍ଧ ଆକ୍ରମଣ ହେଉ ବା ଜିତିଥିବା ପ୍ରାର୍ଥୀଙ୍କ ଟାହିଟାପରା ସହି ନ ପାରି ପରାଜିତ ପ୍ରାର୍ଥୀ କିମ୍ବା ତାଙ୍କ ପରିବାର ସଦସ୍ୟ କେତେକ ସ୍ଥାନରେ ଆତ୍ମହତ୍ୟା କରିଥିବା ଖବର ସମସ୍ତେ ପଢ଼ିଥିବେ। ସେହିପରି ସମ୍ପତ୍ତି ବିବାଦରୁ ସାନ ଭାଇ କ୍ରୋଧିତ ହୋଇ ବଡ଼ ଭାଇ ସମେତ ତାଙ୍କ ପରିବାରର ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏଭଳି ଘଟଣାସବୁ ବର୍ଣ୍ଣନା କଲେ ତାଲିକା ଲମ୍ବି ଚାଲିବ।
ରାଜ୍ୟରେ ଏ ଯେଉଁ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ରାଜନୈତିକ ବାତାବରଣ ସହ ପୋଲିସର ନିଷ୍କ୍ରିୟତା ମୁଖ୍ୟତଃ ଦାୟୀ। କୋଭିଡ୍‌-୧୯ ପରେ ବହୁ ଲୋକ ରୋଜଗାର ହରାଇ ଗାଁକୁ ପଳାଇ ଆସିଛନ୍ତି। ଅନେକ ଯୁବକ ବେରୋଜଗାର ହେବା ଫଳରେ ରାଜନୀତିରେ ପ୍ରବେଶ କରିଛନ୍ତି। ଗୁଣ୍ଡାମି ହୋଇଛି ମୁଖ୍ୟ ଅସ୍ତ୍ର। ସାଧାରଣରେ ସମସ୍ତଙ୍କ ଧାରଣା ଯେ, ବାହୁବଳ ଥିବା ଲୋକ ପାଇଁ ରାଜନୀତି ସହଜ। ଏହି ଦୃଷ୍ଟିରୁ ଥୋଡ଼େ ଟୋକାଙ୍କୁ ସାଥିରେ ରଖିପାରିଲେ କାର୍ଯ୍ୟ ହାସଲ ହୋଇଥାଏ। ନେତାଙ୍କ ପଛରେ ଥିବା ଗୁଣ୍ଡା ଦଳ ହିଂସା ଘଟାଇବା ସକାଶେ ଆଗଭର ହୋଇଥାଆନ୍ତି। ତେବେ ସାମାନ୍ୟ ଘଟଣାକୁ ନେଇ ଯେତେବେଳେ କିଛି ଗଣ୍ଡଗୋଳ ହେଉଛି ସେତେବେଳେ ଅପ୍ରୀତିକର ସ୍ଥିତି ଉପୁଜୁଛି। ଅନେକ ସ୍ଥାନରେ ଦେଖାଦେଇଛି ଯେଉଁଠାରେ ପ୍ରବଳମାତ୍ରାରେ ହିଂସା ଘଟିଛି ସେଠାରେ ପୋଲିସର ଉପସ୍ଥିତି ନ ଥାଏ। କାରଣ ପୋଲିସ ସବୁବେଳେ ଧନ ପଛରେ ପଡ଼ିଥାଏ। ସଦ୍ୟ ଉଦାହରଣ ଦେଖିଲେ କୋରାପୁଟ ଜିଲା ଲମତାପୁଟ ବ୍ଲକର କୁମାରଗନ୍ଧଣାସ୍ଥିତ ଏକ ଚୂନମାଟି ଖଣି ଖନନକୁ ଗ୍ରାମବାସୀ ବିରୋଧ କରୁଥିବା ବିଷୟ ସାମ୍ନାକୁ ଆସୁଛି । ସେଭଳି ସ୍ଥଳେ ପୋଲିସ ବାହିନୀ ଖଣିଖନନ କମ୍ପାନୀକୁ ସାହାଯ୍ୟ କରିବାକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାଶୁଝା କରିବା ପାଇଁ ଚେଷ୍ଟା କରୁଥିଲା। ପୋଲିସ ଉପରେ ପଡ଼ିଲା ମାଡ଼। ଉପରଲିଖିତ ଘଟଣାକୁ ଦେଖିଲେ ସାଧାରଣ ପୋଲିସର ଚରିତ୍ର ବୁଝାପଡ଼ିଯାଉଛି। ଏହି ସ୍ତମ୍ଭରେ ଆମେ ବାରମ୍ବାର କହିଛୁ ଯେ ଏଠାରେ ପୋଲିସ ଲୋକଙ୍କ ଆସ୍ଥାଭାଜନ ହୋଇପାରୁ ନାହିଁ। ନାଗରିକଙ୍କୁ ଦମନ କରିବାର ଯେଉଁ ଔପନିବେଶିକ ଚିନ୍ତାଧାରା ରହିଆସିଛି, ତାହାଠାରୁ ଖାକି ପୋଷାକଧାରୀ ଦୂରେଇ ଯାଇପାରୁ ନାହିଁ। ଏହା ପଛରେ ସରକାରୀ ମନୋଭାବର ପ୍ରଭାବ ରହିଛି।
ଗତ କିଛି ଦଶନ୍ଧି ଧରି ଭାରତରେ କେବଳ ଜିଡିପି ବା ମୋଟ ଘରୋଇ ଉତ୍ପାଦ ଉପରେ ଗୁରୁତ୍ୱ ଦିଆଯାଇ ଆସୁଥିବାରୁ ସମାଜରେ ମଣିଷପଣିଆ ହ୍ରାସ ପାଉଛି। ସାଧାରଣ ମଣିଷ ପାଇଁ ସୁଖଶାନ୍ତିର ଜୀବନ ସବୁଠାରୁ ଅଧିକ ଗୁରୁତ୍ୱ ରଖେ। ପୂର୍ବରୁ ପରିବାର ପ୍ରତି ଶ୍ରଦ୍ଧା ଓ ସମ୍ମାନ ଥିଲା। ଏବେ ମା’ବାପାଙ୍କୁ ହାଣିଦେବା ସହିତ ସ୍ତ୍ରୀ ଓ ଛୁଆଙ୍କୁ ମଧ୍ୟ ହତ୍ୟା କରିବା ଏକ ଦୈନନ୍ଦିନ ଖବରରେ ପରିଣତ ହୋଇଗଲାଣି। ମଣିଷର ସୁଖ ପ୍ରତି ଧ୍ୟାନ ଦିଆ ନ ଗଲେ ଅସହିଷ୍ଣୁତା ବୃଦ୍ଧି ପାଇବା ସ୍ବାଭାବିକ। ସବୁବେଳେ ବସ୍ତୁବାଦୀ ଚିନ୍ତାଧାରାରେ ବଞ୍ଚତ୍ ରହିଥିବା ସମାଜ ବିଭିନ୍ନ ବିକୃତିର ସମ୍ମୁଖୀନ ହେବ। ଏବେ ଭାରତ ବିଶେଷକରି ଓଡ଼ିଶାରେ ଆମେ ଏସବୁ ଦେଖୁଛେ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri