‘ଚୁଲି ଭାଙ୍ଗିଛି, କହିଲେ ଗଢ଼ିଦେବି’

ପୁରୀ ଅଫିସ,୭।୪: ‘ଶ୍ରୀମନ୍ଦିର ରୋଷଘରେ ମୁଁ ଚୁଲି ଭାଙ୍ଗିଛି। ଯଦି କହିବେ ତାହାହେଲେ ତିଆରି କରିଦେବି।’ ଏଭଳି ସ୍ବୀକାରୋକ୍ତି କରିଛନ୍ତି ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣାର ଅଭିଯୁକ୍ତ ଜଗନ ମହାପାତ୍ର (୩୦)। ପୋଲିସ ତାଙ୍କୁ ତାଙ୍କ ଗ୍ରାମ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମରୁ ଗିରଫ କରିବା ପରେ ବୁଧବାର ସେ ଗଣମାଧ୍ୟମ ସମ୍ମୁଖରେ ନିଜ ପ୍ରତିକ୍ରିୟା ରଖିଛନ୍ତି।

ଜଗନ କହିଛନ୍ତି, ଗତ ରବିବାର ରାତିରେ ସେ ଶ୍ରୀମନ୍ଦିର ଭିତରେ ଥିଲେ। ମହାପ୍ରସାଦ ଏଣେତେଣେ ପଡ଼ିଥିଲା। ତେଣୁ ରାଗରେ ରୋଷଘରେ ପଶିଥିଲେ। ରୋଷଘର ଖୋଲା ଥିଲା, ଭିତରେ ଲାଇଟ୍‌ ଜଳୁଥିଲା। ପ୍ରଥମେ ରୋଷଘରେ ପଡ଼ିଥିବା ଅଳିଆ ଆବର୍ଜନା ସଫା କରିଥିଲେ। ପରେ ହଠାତ୍‌ ଗୋଟିକ ପରେ ଗୋଟିଏ ଚୁଲି ଭାଙ୍ଗିଥିଲେ। ତେବେ କେତେ ଚୁଲି ଭାଙ୍ଗିଥିଲେ ଓ କାହିଁକି ତାହା ସେ ଜାଣିନାହାନ୍ତି। ସେ ବିଷୟରେ ତାଙ୍କର କିଛି ସ୍ପଷ୍ଟ ଭାବେ ମନେ ନାହିଁ। ସବୁ ଚୁଲିକୁ ହାତରେ ଭାଙ୍ଗିଥିଲେ। ମହାପ୍ରଭୁଙ୍କର ସେ ଜଣେ ଭକ୍ତ। ଜଗନ୍ନାଥଙ୍କୁ ସେ ବହୁତ ଭଲ ପାଆନ୍ତି, ଭକ୍ତି କରନ୍ତି। କିଛି ଲୋକ ଖାଇବାକୁ ପାଉ ନ ଥିବା ବେଳେ ଆଉ କିଛି ଲୋକଙ୍କ ପାଖରେ ଢେର ଖାଦ୍ୟ ରହିଛି। ଏହାକୁ ନେଇ ମନରେ ଅଭିମାନ ଥିଲା। ତେବେ କାହା ଚାପରେ କିମ୍ବା କାହା ପ୍ରରୋଚନାରେ ସେ ଚୁଲି ଭାଙ୍ଗିନାହାନ୍ତି ବୋଲି ଜଗନ କହିଛନ୍ତି। ସେ ଆହୁରି କହିଛନ୍ତି, ଚୁଲି ଭାଙ୍ଗି ଫେରିବା ବେଳେ ତାଙ୍କୁ ୩/୪ଜଣ ଜେଟିପି ଦେଖିଥିଲେ। ସେମାନେ କହିଲେ ବାହାରକୁ ପଳାଅ, ତେଣୁ ପଳାଇ ଆସିଲି। ଚୁଲି ଭାଙ୍ଗିଥିବା ମାନୁଛି। ଭୁଲ୍‌ ହୋଇଛି। ଯଦି ମୋତେ କହିବେ ତାହାହେଲେ ଗଢିଦେବି ବୋଲି ଜଗନ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପରିସରସ୍ଥ ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତ ଜଗନଙ୍କୁ ପୋଲିସ ଚିହ୍ନଟ କରିବା ପରେ ଖୋଜାଖୋଜି କରିଥିଲା। ମଙ୍ଗଳବାର ତାଙ୍କୁ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମରୁ ଧରି ପୁରୀକୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ସେ ନିଜ ଭୁଲ୍‌ ସ୍ବୀକାର କରିଥିଲେ। ଏହାପରେ ବୁଧବାର ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଏସ୍‌ପି କନଓ୍ବର ବିଶାଲ ସିଂ କହିଛନ୍ତି, ଅଭିଯୁକ୍ତ ଜଗନ ଲାଇନମ୍ୟାନ ଭାବେ କାର୍ଯ୍ୟରତ ଥିଲେ। ଘଟଣାଦିନ ସେ ଶ୍ରୀମନ୍ଦିର ଆସିଥିଲେ। ଶ୍ରୀମନ୍ଦିର ପରିସରରେ ଲୁଚି ରହି ରାତିରେ ରୋଷଘରକୁ ଯାଇ ଏଭଳି ଅଘଟଣ ଘଟାଇଥିଲେ। ଅଭିଯୁକ୍ତଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା। ତାଙ୍କ ପାଖରେ ମୋବାଇଲ ଫୋନ୍‌ ନ ଥିଲା। ସିସିଟିଭ୍‌ ଫୁଟେଜ୍‌ରୁ ଚିହ୍ନଟ ବେଳେ ଶହେରୁ ଅଧିକ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ସହଯୋଗ ନେଲୁ। ପୁରୀର ବିଭିନ୍ନ ସ୍ଥାନରେ ଅଭିଯୁକ୍ତଙ୍କ ଫଟୋ ଦେଖାଇଲୁ। ପ୍ରଥମେ ପୁରୀ ରେଳଷ୍ଟେଶନରୁ ସୂଚନା ମିଳିଲା। ଜଣେ ବ୍ୟକ୍ତି ତାଙ୍କୁ ରେଳଷ୍ଟେଶନ ପାଖରେ ଦେଖିଥିଲେ। ପୁରୀ ରେଲୱେ ପ୍ଲାନିଂ କରାଯିବା ସହ ପ୍ରଥମ ୧୦ଟି ଷ୍ଟେଶନ ଉପରେ ନଜର ରଖାଗଲା। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଧରାଯିବା ପରେ ଅଟକ ରଖାଯାଇଥିଲା। ପରେ ପୁରୀ ଅଣାଗଲା। ବୁଧବାର ପ୍ରାଥମିକ ପର୍ଯ୍ୟାୟର ପଚରାଉଚରା ଶେଷ ହୋଇଛି। ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଆବଶ୍ୟକ ପଡ଼ିଲେ ପୁଣି ତାଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯାଇପାରେ। ଅନ୍ୟପକ୍ଷରେ ସୂଚନା ଅନୁଯାୟୀ, ଅଭିମାନରେ ଚୁଲି ଭାଙ୍ଗିଥିବା ଅଭିଯୁକ୍ତ କହିଥିଲେ ମଧ୍ୟ ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଅଭିଯୁକ୍ତ ଜଗନ ଶ୍ରୀମନ୍ଦିରରୁ ବାହାରିବା ପରେ ପ୍ରଥମେ ବେଳାଭୂମି ଓ ପରେ ରେଳଷ୍ଟେଶନକୁ ଯାଇଥିଲେ। ସେଠାରୁ ଟ୍ରେନ ଯୋଗେ ଜଟଣୀ ଅଭିମୁଖେ ଯାଇଥିଲେ ବୋଲି ଜଣାପଡ଼ିଛି। ଏହି ଚୁଲିଭଙ୍ଗା ଘଟଣା ପରେ ଶ୍ରୀମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଭୁବନେଶ୍ୱରରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଜୟଶଙ୍କର ଦୁଇ ଦିନ ଓଡ଼ିଶାରେ ରହିବେ। ମିଳିଥିବା ସୂଚନାନୁଯାୟୀ, ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ଟିକେଟ୍‌ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି, ଜାଣନ୍ତୁ କାରଣ…

ଭୁବନେଶ୍ୱର,୪।୫: କଂଗ୍ରେସ ଟିକେଟ୍‌ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି।ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍‌ ସୁଚରିତା ଫେରାଇଥିବା ନେଇ ଆଇସିସିକୁ ଜଣାଇଛନ୍ତି। ବିନା...

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି।...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri