ସେବିର ସର୍ବେସର୍ବା

ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀରେ ରହିଥିବା ବେଳେ ଚିତ୍ରା ରାମକ୍ରିଷ୍ଣ ହିମାଳୟର ଜଣେ ଯୋଗୀଙ୍କ ସହ ବାରମ୍ବାର ଯୋଗାଯୋଗରେ ଥିବା ବିଷୟ ଫେବୃୟାରୀ ୨୦୨୨ରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଆର୍ଥିକ ଜଗତ ସହିତ ଜଣେ ଯୋଗୀଙ୍କ ସମ୍ପର୍କ ଚର୍ଚ୍ଚାକୁ ଆସିବା ପରେ ଭିତିରି ରହସ୍ୟ ପଦାରେ ପଡ଼ିଥିଲା। ବାସ୍ତବରେ ସେହି ଯୋଗୀ ଥିଲେ ଏନ୍‌ଏସ୍‌ଇର ପୂର୍ବତନ ଗ୍ରୁପ୍‌ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟନ୍‌। ନିକଟରେ ଚିତ୍ରା ରାମକ୍ରିଷ୍ଣନ୍‌ ଓ ଅନ୍ୟମାନେ ସିକ୍ୟୁରିଟିଜ୍‌ କଣ୍ଟ୍ରାକ୍ଟ ରୁଲ୍‌ ଉଲ୍ଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) କଠୋର ପଦକ୍ଷେପ ନେଇଛି। ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ସେବି ପ୍ରତିଭୂତି ଓ ସାମଗ୍ରୀ ବଜାରକୁ ନିୟନ୍ତ୍ରଣ କରିବା ଦିଗରେ କାର୍ଯ୍ୟ କରୁଛି। ୧୯୮୮ରେ ଏହା ଏକ ଅଣ-ବୈଧାନିକ ସଂସ୍ଥା ଭାବେ ଗଢ଼ି ଉଠିଥିଲା। ୧୯୯୨ରେ ଭାରତୀୟ ସଂସଦ ଦ୍ୱାରା ସେବି ଆଇନ ୧୯୯୨ ଗୃହୀତ ହେବା ପରେ ଏହା ବୈଧାନିକ କ୍ଷମତାସଂଯୁକ୍ତ ହୋଇପାରିଛି। ବମ୍ବେରେ ଏହାର ମୁଖ୍ୟାଳୟ ଥିବା ବେଳେ ଏହାର ଉତ୍ତରାଞ୍ଚଳ, ପୂର୍ବାଞ୍ଚଳ, ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ କାର୍ଯ୍ୟାଳୟ ଯଥାକ୍ରମେ ନୂଆଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ଅହମ୍ମଦାବାଦରେ ଅଛି। ୨୦୧୩-୧୪ ଆର୍ଥିକ ବର୍ଷରେ ଏହାର ସ୍ଥାନୀୟ କାର୍ଯ୍ୟାଳୟ ଜୟପୁର, ବେଙ୍ଗାଲୁରୁ, ଗୁଆହାଟୀ, ଭୁବନେଶ୍ୱର, ପାଟନା, କୋଚି ଓ ଚଣ୍ଡିଗଡ଼ରେ ଖୋଲାଯାଇଥିଲା। ଏବେ ସେବି ବିଷୟରେ ଏଭଳି ଆଲୋଚନା ହେବାର ଯେଉଁ ଅବକାଶ ସୃଷ୍ଟି ହୋଇଛି, ନୂତନ ଭାବେ ଏହାର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ମାଧବୀ ପୁରି ବୁଚ୍‌ ତାହାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କିଛିଦିନ ବ୍ୟବଧାନରେ ଚିତ୍ରାଙ୍କ ଚରିତ୍ର ନକାରାତ୍ମକ ଖବର ପାଇଁ ଚର୍ଚ୍ଚାକୁ ଆସିଥିବା ବେଳେ ମାଧବୀଙ୍କ ବ୍ୟକ୍ତିତ୍ୱ ଏକ ସକାରାତ୍ମକ ଦିଗକୁ ସୂଚିତ କରୁଛି ବୋଲି କୁହାଯାଉଛି। ସେବିର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ପାଇଁ ରହିବ। ଏହି ସମୟ ତାଙ୍କୁ ଭାରତୀୟ ଆର୍ଥିକ ଜଗତର ଅନ୍ୟତମ କ୍ଷେତ୍ରକୁ ଆଗକୁ ନେବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ପରିପ୍ରେକ୍ଷୀରେ ସେବିର ସର୍ବୋଚ୍ଚ ପଦବୀରେ ଆସୀନ ହୋଇଥିବା ମାଧବୀଙ୍କୁ ଜାଣିବା ଲାଗି ଅନେକେ ଆଗ୍ରହ ରଖିବା ସ୍ବାଭାବିକ।
ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ୧୨ ଜାନୁୟାରୀ ୧୯୬୬ରେ ମାଧବୀଙ୍କ ଜନ୍ମ। ନୂଆଦିଲ୍ଲୀର ସେଣ୍ଟ୍‌ ଷ୍ଟିଫେନ୍ସ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌) ଅହମ୍ମଦାବାଦରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ମାଧବୀ ଭାରତୀୟ ହିନ୍ଦୁ ମହିଳା। ସେ ଢାବଲ ବୁଚ୍‌ଙ୍କୁ ବିବାହ କରିଛନ୍ତି। ପ୍ରତିଭାସମ୍ପନ୍ନ ମାଧବୀ ଭାରତୀୟ ବ୍ୟବସାୟିକ ଜଗତରେ ବେଶ୍‌ ଜଣାଶୁଣା। ସେବିର ଗୁରୁତ୍ୱପୂର୍ଣ୍ଣ ପଦବୀରେ ପହଞ୍ଚତ୍ବା ପୂର୍ବରୁ ସେ କର୍ପୋରେଟ୍‌ ଦୁନିଆରେ ନାମ ଅର୍ଜନ କରିଥିଲେ। ତାଙ୍କ କ୍ୟାରିୟର ତାଲିକାରେ ସ୍ଥାନ ପାଇଥିବା ପଦବୀଗୁଡ଼ିକ ମଧ୍ୟରେ ରହିଆସିଛି-ପ୍ରଫେଶନାଲ୍‌ ଆସିଷ୍ଟାନ୍ସ ଫର୍‌ ଡେଭଲପମେଣ୍ଟ ଆକ୍ସନ (ପ୍ରଦାନ)ର ଅଧିକାରୀ, ଆଇସିଆଇସିଆଇ ବ୍ୟାଙ୍କର ଫାଇନାନ୍ସ ଆନାଲିଷ୍ଟ, ଓ୍ବେଷ୍ଟ ଚେଶାୟାର କଲେଜର ଅଧ୍ୟାପିକା, ଓଆର୍‌ଜି-ଏମ୍‌ଏଆର୍‌ଜିର ମାର୍କେଟ ରିସର୍ଚ୍ଚ କନ୍‌ସଲଟାଣ୍ଟ, ଆଇସିଆଇସିଆଇ ସିକ୍ୟୁରିଟିଜ୍‌ର ଏଚ୍‌ଏଫ୍‌ସିର ସିଇଓ ଏବଂ ପରେ ଆଇସିଆଇସିଆଇ ବ୍ୟାଙ୍କ ଗ୍ରୁପ୍‌ର ସିଇଓ।
ସେବିର ପାଞ୍ଚବର୍ଷ ଧରି ଅଧ୍ୟକ୍ଷ ରହିଆସିଥିବା ଅଜୟ ତ୍ୟାଗୀଙ୍କଠାରୁ ମାଧବୀ ୨ ମାର୍ଚ୍ଚ ୨୦୨୨ରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏହି କ୍ୟାପିଟାଲ ମାର୍କେଟ୍‌ ରେଗୁଲେଟରର ପ୍ରଥମ ମହିଳା ଅଧ୍ୟକ୍ଷା ହେବାର ଗୌରବ ଅର୍ଜନ କରିବା ସହିତ ପ୍ରଥମ ଅଣ-ଅମଲାତନ୍ତ୍ରୀ ଅଧିକାରୀର ଆଖ୍ୟା ମଧ୍ୟ ଅର୍ଜନ କରିଛନ୍ତି। ସେବିରେ ମାର୍କେଟ୍‌ ରେଗୁଲେଶନ ଡିପାର୍ଟମେଣ୍ଟ, ମାର୍କେଟ ଇଣ୍ଟରମିଡିଆରିଜ୍‌ ରେଗୁଲେଶନ ଆଣ୍ଡ୍‌ ସୁପରଭିଜନ୍‌ ଡିପାର୍ଟମେଣ୍ଟ, ଇଣ୍ଟିଗ୍ରେଟେଡ୍‌ ସର୍ଭେଲାନ୍ସ ଡିପାର୍ଟମେଣ୍ଟ, ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟ ଏବଂ ଡିପାର୍ଟମେଣ୍ଟ ଅଫ୍‌ ଇକୋନୋମିକ୍‌ ଆଣ୍ଡ୍‌ ପଲିସି ଆନାଲିସିସ୍‌ ଆଦି କ୍ଷେତ୍ରରେ ପରିଚାଳନାଗତ ଦକ୍ଷତା ପ୍ରଦର୍ଶନ କରିଥିବାରୁ ସେ ଏହାର ସର୍ବେସର୍ବା ଭାବେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିୟାମକକୁ ଆହୁରି ସୁଦୃଢ଼ କରିବେ ବୋଲି ଆଶା କରାଯାଉଛି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri