କ୍ୟାନସରର କାରଣ ହେଉଛି ଜନସନ ବେବି ପାଉଡର, ସାରା ବିଶ୍ୱରେ ଲାଗିପାରେ ପ୍ରତିବନ୍ଧକ

ଲଣ୍ଡନ,୮ ।୨: ଶିଶୁ ଓ ମହିଳାମାନେ ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ବେବି ପାଉଡର ବ୍ୟବହାର କରିବାକୁ ବେଶ୍ ପସନ୍ଦ କରୁଥିଲେ । ହେଲେ ଏହା କ୍ୟାନସର ସୃଷ୍ଟିକାରୀ ବୋଲି ଜାଣିବା ପରେ ଏବେ ଏହା ଉପରେ ସାରା ବିଶ୍ୱରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରାଯାଉଛି । ବ୍ରିଟେରେ କମ୍ପାନୀର ଅଶିଂଦାରମାନେ ଏକାଠି ହୋଇ ପାଉଡର ବିକ୍ରି ଉପରେ ବିଶ୍ୱବ୍ୟାପି ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ସୂଚନାଯୋଗ୍ୟ, ଏହି ପାଉଡର ଯୋଗୁ ପ୍ରାୟ ୩୪ ହଜାର ମହିଳା କ୍ୟାନସରର ଶିକାର ହୋଇଥିବା ମାମଲା ଚାଲୁ ରହିଛି ।
ଆମେରିକାରେ ଏହି ପାଉଡରରେ ଆଜବେସଟସର ଏକ ପ୍ରକାର କ୍ରେସୋଟାଇଲ ଫାଇବର ମିଳିଥିଲା, ଯାହା କ୍ୟାନସର ସୃଷ୍ଟି କରିପାରେ ବୋଲି କୁହାଯାଇଥିଲା । ଏହା ଚର୍ମ କର୍କଟ ସୃଷ୍ଟି କରିପାରେ ବୋଲି ସନ୍ଦେହ କରାଯାଇଥିଲା । ତେବେ ଏହି ପାଉଡର ଯୋଗୁ ହଜାର ହଜାର ମହିଳା ଗର୍ଭାଶୟ କର୍କଟରେ ପୀଡ଼ିତ ହୋଇଥିବା ନେଇ ମାମଲା ଦାୟର କରିଛନ୍ତି । ତେବେ ବିକ୍ରି କମ୍ ଦର୍ଶାଇ କମ୍ପାନୀ ୨୦୨୦ରେ ଆମେରିକା ଓ କାନାଡାରେ ଏହାର ବିକ୍ରି ବନ୍ଦ କରି ଦେଇଥିଲା । ହେଲେ ଏହା ଆଜି ବ୍ରିଟେନ ସମେତ ଆହୁରି କିଛି ଦେଶରେ ବିକ୍ରି କରାଯାଉଛି । ଏବେ ବ୍ରିଟେନର ଏକ ନିବେଶ ପ୍ଲାଟଫର୍ମ ଟ୍ୟୁଲିପ ଶେୟାର କମ୍ପାନୀର ଅଶିଂଦାରମାନଙ୍କୁ ପାଉଡର ବିକ୍ରି ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଅଫର ପାଇଁ ଆବଶ୍ୟକ ସଂଖ୍ୟକ ଅଶୀଂଦାରମାନେ ସେମାନଙ୍କର ଅଂଶଧନକୁ ଏକାଠି କରୁଛନ୍ତି । ଏହି ପ୍ରସ୍ତାବକୁ ଆମେରିକାର ଷ୍ଟକ ମାର୍କେଟ ନିୟାମକ ଏଜେନ୍ସି ଏସଇସିକୁ ପଠାଯାଇଛି । ଏପ୍ରିଲରେ କମ୍ପାନୀର ବାର୍ଷିକ ବୈଠକ ଥିବା ବେଳେ ସେହି ସମୟରେ ଏହି ପ୍ରସ୍ତାବକୁ ଆଣିବାକୁ ପ୍ରୟାସ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri