Posted inଖେଳ

ବୁମରାଙ୍କ ଡବଲ ବ୍ରେକ୍‌ ଥ୍ରୁ ସତ୍ତ୍ୱେ ନିଶ୍ଚିତ ନୁହେଁ ଭାରତର ବିଜୟ

ସେଞ୍ଚୁରିଆନ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଚତୁର୍ଥ ଦିନ ଶେଷ ଆଡ଼କୁ ଟିମ୍‌ ଇଣ୍ଡିଆକୁ ଡବଲ ବ୍ରେକ୍‌ ଥ୍ରୁ ଆଣି ଦେଇଛନ୍ତି ଯଶପ୍ରୀତ ବୁମରା। ଫଳରେ ୩୦୫ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଘରୋଇ ଦଳ ଏବେ ୪ ଉଇକେଟ ହରାଇ ୯୪ ରନ୍‌ କରିଛି। ଦଳକୁ ବିଜୟ ପାଇଁ ବଳକା ୬ ଉଇକେଟରେ ୨୧୧ ରନ୍‌ ଦରକାର। ଏଭଳି ପରିସ୍ଥିତି ସତ୍ତ୍ୱେ ଭାରତୀୟ ଦଳକୁ ମ୍ୟାଚ୍‌ ଜିତିବା ଲାଗି ଭାଗ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ। କାରଣ ସେଞ୍ଚୁରିଆନରେ ଗୁରୁବାର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ବ୍ୟତୀତ କ୍ରିଜରେ ସେଟ୍‌ ଥିବା ଅଧିନାୟକ ଡିନ ଏଲଗାର (୫୨) ଭାରତୀୟ ଦଳର ବିଜୟରେ ବାଧା ଦେବେ ନିଶ୍ଚିତ।

ପ୍ରଥମ ଇନିଂସରେ ଭାରତ ୩୨୭ ରନ୍‌ କରିଥିବା ବେଳେ ୧୯୭ ରନ୍‌ରେ ସୀମିତ ରହିଥିଲା ଦକ୍ଷିଣ ଆଫ୍ରିକା। ୧୩୦ ରନ୍‌ରେ ଆଗୁଆ ଥିବା ଟିମ୍‌ ଇଣ୍ଡିଆର ଦ୍ୱିତୀୟ ଇନିଂସ ୧୭୪ ରନ୍‌ରେ ଅଟକି ଯାଇଥିଲା। ଫଳରେ ଘରୋଇ ଦଳ ଆଗରେ ଛିଡ଼ା ହୋଇଛି ୩୦୫ ରନ୍‌ର ବିଜୟଲକ୍ଷ୍ୟ। ମଙ୍ଗଳବାର ଭଳି ବୁଧବାର ମଧ୍ୟ ଉଇକେଟ ପତନ ଘଟିଥିଲା। ତୃତୀୟ ଦିନରେ ୧୮ ଉଇକେଟ ପଡ଼ିଥିବା ବେଳେ ଚତୁର୍ଥ ଦିନ ୧୩ ଉଇକେଟ ପଡ଼ିଛି। ଏଲଗାରଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁ ଦକ୍ଷିଣ ଆଫ୍ରିକା ୯୪ ରନ କରିଛି। ଭାରତୀୟ ଦଳ ପାଇଁ ବୁମରା ୨ ଉଇକେଟ ନେଇଥିବା ବେଳେ ମହମ୍ମଦ ଶାମି ଓ ସିରାଜ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri