ସେତୁ ଶିଳାନ୍ୟାସକୁ ନେଇ ବିବାଦ ବରୁହାଁ-ବାଲିଚନ୍ଦ୍ରପୁର

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର, ୨୨ା୧୨ (ଡି.ଏନ.ଏ./ସ୍ବ.ପ୍ର.): ଯାଜପୁର ଜିଲା ବଡ଼ଚଣା ବ୍ଲକ ବାଲିଚଦ୍ରପୁର ପଞ୍ଚାୟତ ଅଧୀନ ବରୁହାଁ-ବାଲିଚନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତାର ରୁକୁଟିପାଟଠାରେ ବିରୂପା ନଦୀରେ ନିର୍ମାଣ ହେବାକୁ ଥିବା ସେତୁକୁ ନେଇ ବିବାଦ ଉପୁଜିଛି। ବୁଧବାର ପୂର୍ତ୍ତ ବିଭାଗ ତରଫରୁ ଏହି ସେତୁର ଶିଳାନ୍ୟାସ ବଡ଼ଚଣା ବିଧାୟକଙ୍କ ଦ୍ୱାରା କରାଯିବା ନେଇ କାର୍ଯ୍ୟକ୍ରମ ରହିଛି। ମାତ୍ର ମଙ୍ଗଳବାର ସେତୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହାର ଶିଳାନ୍ୟାସ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରାଯାଇଥିବା ଶିଳାନ୍ୟାସ ଉତ୍ସବରେ ବିଧାୟକଙ୍କ କାର୍ଯ୍ୟକଳାପକୁ ବିରୋଧ କରାଯାଇଛି। କମିଟି ପକ୍ଷରୁ ଦର୍ଶାଯାଇଛି ଯେ, ଏହି ସେତୁ ନିର୍ମାଣରେ ବିଧାୟକଙ୍କ ସାମାନ୍ୟତମ ଭୂମିକା ନାହଁି। ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ରଙ୍କ ଉଦ୍ୟମକ୍ରମେ ଏହି ସେତୁ ନିର୍ମାଣ ହେବାକୁ ଯାଉଛି।
୨୦୧୨ ସିଏଜି ରିପୋର୍ଟ ମୁତାବକ ବାଲିଚନ୍ଦ୍ରପୁର-ବରୁହାଁ ରାସ୍ତାର କେଲୁଅ, ଗେଙ୍ଗୁଟି ଓ ବିରୂପା ନଦୀରେ ୩ଟି ସେତୁ ପାଇଁ ପ୍ରସ୍ତାବ ରହିଥିଲା। ତେବେ ଏହି କାର୍ଯ୍ୟ ସମାପ୍ତ ସମୟରେ ବିରୂପା ସେତୁକୁ ଅଣଦେଖା କରାଯାଇଥିଲା। ଯେହେତୁ ବାଲିଚନ୍ଦ୍ରପୁରଠାରୁ ବରୁହାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା ତେଣୁ ବିରୂପା ନଦୀରେ ସେତୁ ନ ହେଲେ ହୀରକ ତ୍ରିଭୁଜ ଅନ୍ତର୍ଗତ ତିନି ବୌଦ୍ଧବିହାର ଓ ଅନ୍ୟ ଉପକୂଳ ଜିଲାକୁ ଗମନା ଗମନରେ ସମସ୍ୟା ଦେଖାଦେବ। ଫଳରେ ଏହି ପ୍ରକଳ୍ପ ତାର ମୂଳ ଲକ୍ଷ୍ୟରୁ ଦୂରେଇ ଯାଉଥିବା ସିଏଜି ଦର୍ଶାଇଥିଲେ। ସିଏଜିଙ୍କ ରିପୋର୍ଟକୁ ଆଧାର କରି ମହାପାତ୍ର ଏନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ବହୁ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ଏହି ସ୍ଥାନରେ ସେତୁର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ। ୨୦୧୮ ଶେଷ ଭାଗକୁ ଏହି ସେତୁ ପାଇଁ ମଞ୍ଜୁରୀ ମିଳିଥିବାବେଳେ ୨୦୨୧ ମସିହାରେ ଏହାର ଟେଣ୍ଡର କରାଯାଇଥିଲା। ଏଥି ନିମନ୍ତେ ନାବାର୍ଡ ସହାୟତାରେ ପ୍ରାୟ ୧୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେତୁ ନିର୍ମାଣ ହେଲେ ବରୁହାଁ-ବାଲିଚନ୍ଦ୍ରପୁର ରାସ୍ତା ପୂର୍ଣ୍ଣାଙ୍ଗ୍‌ ହେବା ସହ ଜିଲା ମୁଖ୍ୟାଳୟକୁ ଦୂରତା କମିଯିବ। ଏହି ଅଭିଯୋଗ କରି କମିଟି ପକ୍ଷରୁ ସେତୁ ନିର୍ମାଣ ସ୍ଥାନରେ ପୂଜାର୍ଚ୍ଚନା କରାଯାଇ ଶିଳାନ୍ୟାସ କରାଯାଇଛି। ଏଥିରେ କମିଟି ସଦସ୍ୟ ତଥା ପ୍ରାକ୍ତନ ଜିଲାପରିଷଦ ସଦସ୍ୟ ମାନଭଞ୍ଜନ ରାଉତରାୟ, ଧର୍ମରାଜ ମହାନ୍ତି, ହେମନ୍ତ ବିଶ୍ୱାଳ, ରବୀନ୍ଦ୍ର ରାଉତରାୟ, ଏକାଦଶୀ ସେଠୀ, ଦିଲୀପ ରାଉତରାୟ, ପ୍ରଭାତ ବେହେରା, କେଦାର ଦାସ, ଗୌରାଙ୍ଗ ସାହୁ, ସୁମନ୍ତ ଜେନା, ରମେଶ ଜେନା, ଗଣେଶ୍ୱର ଦାସ ଓ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ବଡ଼ଚଣା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରୋହିତ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଛନ୍ତି, ବୁଧବାର ବିଭାଗ ତରଫରୁ ଶିଳାନ୍ୟାସ ଉତ୍ସବ ହେବ। ମଙ୍ଗଳବାର ସେଠାରେ କେହି ପୂଜାର୍ଚ୍ଚନା କରି ଫଳକ ଲଗାଇଥିବା ଆମେ ଶୁଣିବାକୁ ପାଇଛୁ। ଅନ୍ୟପକ୍ଷରେ ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri