ଏଇ ଭାରତରେ

ଛତିଶଗଡ଼ର ବସ୍ତର ଅଞ୍ଚଳ ନାଁ ଶୁଣିଲେ ମାଓବାଦୀ ଭୟ ଆସେ, କିନ୍ତୁ ଜଣେ ସାମାଜିକ କର୍ମୀଙ୍କ ହାତତିଆରି ବାଉଁଶ ସାଇକେଲ ସେଠାକାର ଲୁକ୍କାୟିତ ହସ୍ତକଳା ପରିଚୟକୁ ସାମ୍ନାକୁ ଆଣିଛି। ୩୦ ବର୍ଷୀୟ ଆସିଫ୍‌ ଖାନ୍‌ଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ଆସିଫ୍‌ କମ୍ୟୁନିଟି ଡେଭ୍‌ଲପ୍‌ମେଣ୍ଟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ସୋସିଆଲ ସର୍ଭିସ୍‌ ସେଣ୍ଟରରେ କାର୍ଯ୍ୟ କରୁଥିଲେ। ୨୦୧୯ରେ ଚାକିରି ଛାଡ଼ି ଆଦିବାସୀଙ୍କ ହସ୍ତକଳା ବିକାଶ ଓ ସେମାନଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ‘ଚେନରସ୍କେପ୍‌’ ଏନ୍‌ଜିଓ ଗଠନ କରି ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ। ଏଥିରେ ସେ ଅନେକ ଆଦିବାସୀ ପରିବାରକୁ ଯୋଡ଼ିଛନ୍ତି। ସେହି କାରିଗରଙ୍କ ସହଯୋଗରେ ସେ ପରିବେଶ ଉପଯୋଗୀ ବାଉଁଶ ସାଇକେଲ ନିର୍ମାଣ କରିଛନ୍ତି। ଏହାର ନାମ ‘ବେମ୍ବୁକା’ ରଖିଛନ୍ତି। ଆଫ୍ରିକାର ଘାନାରେ ଏଭଳି ସାଇକେଲ ନିର୍ମାଣ କରାଯାଉଥିବାରୁ ତାହାକୁ ଦେଖି ସେ ତାହା ତିଆରି କରିବାକୁ ପ୍ରୟାସ କରି ସଫଳ ହୋଇଛନ୍ତି। ଘାନାର ଲୋକଙ୍କ ଭଳି ବାଉଁଶ ସାଇକେଲ ନିର୍ମାଣ କରି ବସ୍ତର ଆଦିବାସୀମାନେ ଭଲ ରୋଜଗାର କରିବାରିବେ ବୋଲି କହନ୍ତି ଅସିଫ୍‌। ବାଉଁଶ ସାଇକେଲ ନିର୍ମାଣ କରିବାକୁ ସେ ମୁମ୍ବାଇର ବାମ୍ବୁଚି ନାମକ ଏଜେନ୍ସିର ସହାୟତା ନେଇଛନ୍ତି। ଏବେ ସୁଦ୍ଧା ଅସିଫ୍‌ ଦୁଇଟି ବାଉଁଶ ସାଇକେଲ ନିର୍ମାଣ କରି ଦିଲ୍ଲୀ ଓ ରାୟପୁର ପ୍ରଦର୍ଶନୀରେ ଏହାକୁ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସେ ବସ୍ତର ଅଞ୍ଚଳର ୮ ଜଣ କାରିଗରଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତ କରିଛନ୍ତି। ଆଗକୁ ସାଇକେଲ ସାଇକେଲ ଚାହିଦା ବଢ଼ିଲେ ଅଧିକରୁ ଅଧିକ କାରିଗର ରୋଜଗାର କରିପାରିବେ ବୋଲି କହନ୍ତି ଅସିଫ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri