ନେତନ୍ୟାହୁ ବିଶ୍ୱାସଘାତକ: ଟ୍ରମ୍ପ

ୱାଶିଂଟନ,୧୧ ।୧୨: ଶାସନ ଗାଦି ହାତରୁ ଯିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ଭାବେ ଭିନ୍ନ ଭିନ୍ନ ନେତାଙ୍କୁ ଟାର୍ଗେଟ କରୁଛନ୍ତି । ଏଥର ସେ ପୂର୍ବତନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁଙ୍କ ପାଇଁ କଡା ଶବ୍ଦ ବ୍ୟବହାର କରିଛନ୍ତି । ଲେଖକ ବରାକ ରୱିଦଙ୍କ ପୁସ୍ତକରୁ ଜଣାପଡିଛି କି ନେତନ୍ୟାହୁ ବାଇଡେନଙ୍କୁ ଯେଉଁଭଳି ଭାବେ ଶୁଭେଚ୍ଛା ଜଣାଇଥିଲେ ତାହା ଡୋନାଲ୍ଡ ଟ୍ରମ୍ପଙ୍କୁ ଆଦୌ ପସନ୍ଦ ନ ଥିଲା । ଏହାକୁ ନେଇ ଟ୍ରମ୍ପ ନେତନ୍ୟାହୁଙ୍କୁ ବିଶ୍ୱାସଘାତୀ ବୋଲି କହିଦେଲେ । ଟ୍ରମ୍ପ କହିଛନ୍ତି ମୁଁ ନେତନ୍ୟାହୁଙ୍କ ପାଇଁ ଏତେ କାମ କଲି ସେ ମୋତେ ଧୋକା ଦେଲେ । ଟ୍ରମ୍ପ କହିଛନ୍ତି ଯେବେଠାରୁ ନେତନ୍ୟାହୁ ରାଷ୍ଟ୍ରପତି ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଲେ ସେବେଠାରୁ ସେ ତାଙ୍କ ସହ କଥା ହେବା ବନ୍ଦ କରିଦେଇଛନ୍ତି । ଏଥିପାଇଁ ସେ ନେତନ୍ୟାହୁଙ୍କୁ କେବେ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି । ଟ୍ରମ୍ପ କହିଛନ୍ତି ମୁଁ ଇସ୍ରାଏଲର ବହୁତ ସେବା କରିଛି । ମୁଁ ହିଁ ସେଂଚୁରୀ ଡିଲ୍ କରିଛି, ଏହା କୌଣସି ଛୋଟମୋଟ କାମ ନ ଥିଲା, ବହୁତ ବଡ କାମ ଥିଲା ଯାହା ମୁଁ ଇସାଏଲ ପାଇଁ କରିଛି । ଏହି କାମ ମୁଁ ନିର୍ବାଚନ ପୂର୍ବରୁ କରିଥିଲି ଓ ନେତନ୍ୟାହୁଙ୍କୁ ସାହାଯ୍ୟ ବି କରିଥିଲି । ହେଲେ ନେତନ୍ୟାହୁ ଦୌଡଇ ଦୌଡି ଯାଇ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ପୁଣିଥରେ ବଢୁଛି କି ମହାମାରୀ? ହସ୍ପିଟାଲରେ ଆଇସିୟୁ ବେଡ ବଢାଇବାକୁ ସୁପାରିସ

ବେଜିଂ,୬।୫: ନିକଟରେ ଚାଇନାରେ କରୋନା ମହାମାରୀ ଯୋଗୁ ସାରା ଦେଶ ବିପର୍ଯ୍ୟସ୍ତ ହୋଇପଡିଥିଲା। ଦେଶରେ ଏହି ମହାମାରୀ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।...

ପୁଣି ମହାକାଶ ଯିବେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ: ପ୍ରଥମ ମହିଳା ଭାବେ ରଚିବେ ଇତିହାସ

ଓ୍ବାଶିଂଟନ୍‌,୬।୫: ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ପୁଣି ଥରେ ମହାକାଶକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥର ବଚ ୱିଲମୋର ମଧ୍ୟ ତାଙ୍କ ସହ ରହିବେ। ଦୁଇ...

ବାଇଡେନଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଟ୍ରମ୍ପ

ଓ୍ବାଶିଂଟନ,୬ା୫: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପ୍ରାର୍ଥୀଙ୍କ ମଧ୍ୟରେ କଥାବାର୍ତ୍ତା ତୀବ୍ର ହୋଇଛି। ଏହି କ୍ରମରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବୃତ୍ତି ସାମ୍ନାକୁ...

ପୁଣି ଇସ୍ରାଏଲ ଉପରେ ମିଶାଇଲ୍‌ ମାଡ କଲା ହମାସ

ଜେରୁଜେଲମ,୬।୫: ଗତ ସାତ ମାସ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ,୫।୫: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ...

ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି, ଆଉ କିଛି ଦେଶର ନେତାଙ୍କର ରହିଛି ନାଁ!

ମସ୍କୋ,୫।୫: ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ଓ୍ବାଣ୍ଟେଡ ତାଲିକାରେ ରଖିଛି। ଏ ବାବଦରେ ଆଉ କୌଣସି...

ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ବ୍ରାଜିଲ,୫।୫: ତାଣ୍ଡବ ରଚିଲା ପ୍ରକୃତି। ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri