Posted inଖେଳ

ଭାରତକୁ ଧୂଳି ଚଟେଇଥିବା କ୍ରିକେଟର୍‌ଙ୍କୁ ଜ୍ୱାଇଁ କରିବେ ଆଫ୍ରିଦି

କରାଚି,୧୦।୧୧: ପାକିସ୍ତାନର ପୂର୍ବତନ ଅଧିନାୟକ ଶହିଦ ଆଫ୍ରିଦିଙ୍କ ବଡ ଝିଅ ଅକ୍ଷସା ସୋସିଆଲ ମିଡିଆଠାରୁ ନିଜକୁ ଦୂରେଇ ରଖିଛନ୍ତି। କିନ୍ତୁ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଅକ୍ଷସା ଖୁବ୍‌ଶୀଘ୍ର ନିଜ ଦେଶର ଷ୍ଟାର କ୍ରିକେଟର ଶାହିନ ଶାହା ଆଫ୍ରିଦିଙ୍କୁ ବିବାହ କରିବେ। ୨୧ ବର୍ଷୀୟ ଶାହିନ ଶାହା ଆଫ୍ରିଦି ବର୍ତ୍ତମାନ ପାକିସ୍ତାନ କ୍ରିକେଟ ଦଳର ଜଣେ ଭଲ ଖେଳାଳି। ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଭଳି ତିନୋଟି ଫର୍ମାଟରେ ନିଜ ଦେଶ ପାଇଁ କ୍ରିକେଟ ଖେଳନ୍ତି।
ଖୁବ ଶୀଘ୍ର ଶାହିନ ଆଫ୍ରିଦିଙ୍କ ଜ୍ୱାଇଁ ହେବେ। ଶାହିନ ଏଥର ଟି -୨୦ ବିଶ୍ୱକପ ୨୦୨୧ରେ ଭାରତ ଉପରେ ଏକ ବଡ କ୍ଷତ ସୃଷ୍ଟି କରିଛନ୍ତି। ଭାରତ ବିପକ୍ଷ ମ୍ୟାଚରେ ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କୁ ଆଉଟ କରି ଶାହିନ ଶାହା ଆଫ୍ରିଦି ପୁରା ଖେଳକୁ ଓଲଟାଇ ଦେଇଛନ୍ତି। ଶାହିନ ଭାରତ ବିପକ୍ଷରେ ତିନୋଟି ଉଇକେଟ ନେଇ ବିପକ୍ଷ ଦଳକୁ ପରାଜୟ ଆଡକୁ ଠେଲି ଦେଇଥିଲେ। ଫଳରେ ବିଶ୍ୱକପ ଭଳି ଟୁର୍ନାମେଣ୍ଟରେ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷ ମ୍ୟାଚ ହାରିଥିଲା। ତା’ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ମଧ୍ୟ ଭାରତକୁ ଟୁର୍ନାମେଣ୍ଟରୁ ବାହାର କରିଦେଇଥିଲା। ୨୦୧୨ ଟି -୨୦ ବିଶ୍ୱକପ ପରେ ଏହା ପ୍ରଥମ ଥର ପାଇଁ ଭାରତୀୟ ଦଳ କୌଣସି ଆଇସିସି ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ।
ଶାହିଦ ଆଫ୍ରିଦିଙ୍କର ପାଞ୍ଚଟି ଝିଅ ଅଛନ୍ତି। ଅକ୍ଷସା ଆଫ୍ରିଦିଙ୍କ ବଡ ଝିଅ। ତାଙ୍କୁ ୨୦ ବର୍ଷ ବୟସ। ସେ ୧୫ ଡିସେମ୍ବର ୨୦୦୧ରେ ଜନ୍ମଗ୍ରହଣ କରିଥିଲେ। ପାକିସ୍ତାନ ସୁପର ଲିଗ (ପିଏସଏଲ) ମ୍ୟାଚରେ ଶାହିଦ ଆଫ୍ରିଦିଙ୍କ ଝିଅମାନେ ଷ୍ଟାଡିୟମରେ ଅନେକ ଥର ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri